ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ମହାନଦୀ ଟ୍ରିବ୍ୟୁନାଲର ଟିମ୍ର ଗସ୍ତ ଖର୍ଚ୍ଚକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ବଢ଼ିଛି। ସୂଚନା ଅଧିକାର ଆଇନ (RTI) ବଳରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ମାତ୍ର ୫ ଦିନର ଗସ୍ତରେ ମୋଟ ୧ କୋଟି ୪୫ ଲକ୍ଷ ୫୫ ହଜାର ୪୮୦ ଟଙ୍କା ବ୍ୟୟ କରାଯାଇଛି।
ଗତ ଫେବୃଆରୀ ମାସରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ୧୦ ଜଣିଆ ଟିମ୍ ଓଡ଼ିଶା ଗସ୍ତରେ ଆସିଥିଲା। ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଏହି ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା।
ଗସ୍ତ ସମୟରେ ଟିମ୍ ସମ୍ବଲପୁରର ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସ୍ ଏବଂ ଚିପିଲିମା ପାୱାର ହାଉସ୍ ପରିଦର୍ଶନ କରିଥିଲା। ଏହାସହ ତିନି ଦିନ ଧରି ପୁରୀ, କୋଣାର୍କ, ସାତପଡ଼ା, ଚିଲିକା ଏବଂ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ମଧ୍ୟ ବୁଲିଥିଲେ।
ଆରଟିଆଇ ତଥ୍ୟ ଅନୁଯାୟୀ, ଟିମ୍ର ରହଣି, ଯାତାୟାତ, ବିଭିନ୍ନ ହୋଟେଲରେ ଆବାସନ, ଆତିଥ୍ୟ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଖର୍ଚ୍ଚକୁ ମିଶାଇ ମୋଟ ୧.୪୫ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି।
ମହାନଦୀ ଜଳ ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ପାଇଁ ଏହି ଗସ୍ତ ଆୟୋଜନ କରାଯାଇଥିବାବେଳେ, ଏତେ ବଡ଼ ଅଙ୍କର ଖର୍ଚ୍ଚ ଏବେ ସାଧାରଣ ଲୋକ ଓ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି।
ଜଳନ୍ଧର କମିଶନରେଟ୍ ପୋଲିସ ଆମେରିକାରSupplemental Nutrit...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...