ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଏକଲଘୁଚାପ କ୍ଷେତ୍ର ସକ୍ରିୟହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ପ୍ରାୟ୯.୪ କିଲୋମିଟରଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ ବିଭାଗ ଅନୁସାରେ, ଆଗାମୀ୨ ଦିନ ମଧ୍ୟରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ।ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ୪୮ ଘଣ୍ଟା ପର୍ଯ୍ୟନ୍ତ ଭୀଷଣ ବର୍ଷାଏବଂଚାରି ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ପାଇଁକଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କେନ୍ଦୁଝରଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁରେଡ୍ ଆଲର୍ଟଜାରି କରାଯାଇଛି।
ସେହିପରିଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବୌଦ୍ଧଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇଅରେଞ୍ଜ ଆଲର୍ଟଜାରି ହୋଇଛି।
ଏହାଛଡ଼ାସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ଦେଓଗଡ଼, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁୟେଲୋ ଆଲର୍ଟଜାରି କରାଯାଇଛି।
ପାଣିପାଗ ବିଭାଗ ଅନୁମାନ କରିଛି ଯେ,ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିବ। ଏହି ସମୟ ମଧ୍ୟରେ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟାୟକ୍ରମେ ହଳଦିଆ ଓ କମଳା ଚେତାବନୀ ଜାରି କରାଯାଇଛି।
ପୁରୀରେ ରଥଯାତ୍ରା ଉତ୍ସବ ଚାଲିଥିବା ବେଳେସୁନାବେଶ ଅବସରରେ ଅତି ପ୍ରବଳ ବର୍ଷାଓ ପରଦିନ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ କରିଛି।
ଲଗାଣ ବର୍ଷା ଯୋଗୁଁମହାନଦୀ, ବ୍ରାହ୍ମଣୀ ଓ ବୈତରଣୀନଦୀର ଉପରମୁଣ୍ଡରେ ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ବିଭାଗ ଆଶଙ୍କା ପ୍ରକାଶ କରିଛି।
ଉତ୍ତର ଓଡ଼ିଶା ଉପକୂଳରେଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ପବନବହିବା ସହ ସମୁଦ୍ର ଅଶାନ୍ତ ରହିବ। ତେଣୁ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ୧୩ଟି ଜିଲ୍ଲାରେ ବର୍ଷା ରେକର୍ଡ ହୋଇଥିବା ବେଳେସୁନ୍ଦରଗଡ଼ ଜିଲ୍ଲାର ପାନପୋଷରେ ସର୍ବାଧିକ ୯୮.୮ ମି.ମି. ବର୍ଷାରେକର୍ଡ କରାଯାଇଛି।
ବର୍ଷା ଋତୁ ଆସିବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଭାଇରାଲ୍ ସଂ...
ଭାରତର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ହ...
ଭାରତରେ ଦିନେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଆଶ...
ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...
ବ୍ରହ୍ମପୁର ସହରରେ ପୁଣିଥରେ କୋଭିଡ୍ ସଂକ୍ରମଣ ଦେଖିବାକୁ ମି...
ଅନଲାଇନ୍ ସପିଂ ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନର ଏକ ଅଂଶ...
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ‘ହିଟ୍‌...
ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ୨୦୨୬ ଅବସରରେ ପ୍ରଧାନ...