Artificial jewellery sold online found with dangerous levels of cadmium, raising serious health concerns.

ଅନଲାଇନ୍‌ରେ ଗହଣା କିଣୁଛନ୍ତି କି? ସାବଧାନ! ବିଷାକ୍ତ ଧାତୁ ବଢ଼ାଇପାରେ କ୍ୟାନ୍ସର ଝୁମ୍ପ

ଅନଲାଇନ୍‌ରେ ବିକ୍ରି ହେଉଥିବା କିଛି ଆର୍ଟିଫିସିଆଲ୍ ଗହଣାରେ ନିର୍ଦ୍ଧାରିତ ସୀମାଠାରୁ ହଜାର ହଜାର ଗୁଣ ଅଧିକ କ୍ୟାଡମିୟମ୍‌ ଭଳି ବିଷାକ୍ତ ଧାତୁ ମିଳିଥିବା ଏକ ରିପୋର୍ଟରେ ଦାବି କରାଯାଇଛି। ବିଶେଷଜ୍ଞଙ୍କ ମତରେ, ଦୀର୍ଘଦିନ ବ୍ୟବହାର କଲେ ଏହା କିଡନି, ଲିଭର ଓ ହାଡ଼ ଉପରେ ଗୁରୁତର ପ୍ରଭାବ ପକାଇପାରେ।

ଅନଲାଇନ୍ ସପିଂ ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି। ଘରୋଇ ସାମଗ୍ରୀଠାରୁ ଆରମ୍ଭ କରି ପୋଷାକ, ଔଷଧ ଏବଂ ଫ୍ୟାଶନେବଲ୍ ଆର୍ଟିଫିସିଆଲ୍ ଗହଣା ପର୍ଯ୍ୟନ୍ତ ସବୁକିଛି ଲୋକେ ଅନଲାଇନ୍ରେ କିଣୁଛନ୍ତି। କିନ୍ତୁ ଏହି ଶସ୍ତା ଓ ଆକର୍ଷଣୀୟ ଗହଣା ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ଡାକି ଆଣିପାରେ ବୋଲି ଏକ ନୂଆ ରିପୋର୍ଟ ଚେତାବନୀ ଦେଇଛି।

ୟୁକେର'ଦ ସଣ୍ଡେ ଟାଇମ୍ସ'ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଲୋକପ୍ରିୟ ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ହେଉଥିବା କିଛି ଆର୍ଟିଫିସିଆଲ୍ ମୁଦି, ନେକଲେସ୍ ଏବଂ ଇୟରରିଂସରେକ୍ୟାଡମିୟମ୍ (Cadmium)ନାମକ ବିଷାକ୍ତ ଧାତୁର ପରିମାଣ ନିର୍ଦ୍ଧାରିତ ସୀମାଠାରୁ୯,୦୦୦ ଗୁଣ ପର୍ଯ୍ୟନ୍ତ ଅଧିକମିଳିଥିବା ଦାବି କରାଯାଇଛି।

ୟୁକେର ସୁରକ୍ଷା ନିୟମ ଅନୁଯାୟୀ, ଗହଣାରେ କ୍ୟାଡମିୟମ୍ର ପରିମାଣ୦.୦୧ ପ୍ରତିଶତରୁ ଅଧିକହେବା ଉଚିତ୍ ନୁହେଁ। କିନ୍ତୁ ଯାଞ୍ଚ ବେଳେ'୯୨୫ ସିଲଭର୍'ନାମରେ ବିକ୍ରି ହେଉଥିବା ଏକ ମୁଦିରେ୯୨ ପ୍ରତିଶତ କ୍ୟାଡମିୟମ୍ଥିବା ଜଣାପଡ଼ିଛି। ସେହିପରି ଏକ ବ୍ରେସଲେଟରେ ମଧ୍ୟ ନିର୍ଦ୍ଧାରିତ ସୀମାଠାରୁ୩,୩୦୦ ଗୁଣ ଅଧିକକ୍ୟାଡମିୟମ୍ ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସିଏବଂକିଙ୍ଗ୍ସ କଲେଜ୍ ଲଣ୍ଡନର ବିଶେଷଜ୍ଞଙ୍କ ମତାନୁସାରେ, କ୍ୟାଡମିୟମ୍ ଭଳି ବିଷାକ୍ତ ଧାତୁର ଦୀର୍ଘଦିନ ବ୍ୟବହାର କିଡନି କ୍ୟାନ୍ସରର ଆଶଙ୍କା ବଢ଼ାଇପାରେ। ଏହା ଲିଭରର କ୍ଷତି, ହାଡ଼ ଦୁର୍ବଳ ହେବା ଏବଂଅଷ୍ଟିଓପୋରୋସିସ୍ଭଳି ସମସ୍ୟା ସୃଷ୍ଟି କରିପାରେ।

ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଅନଲାଇନ୍ରୁ ଗହଣା କିଣିବା ପୂର୍ବରୁ ବ୍ରାଣ୍ଡ, ଗୁଣବତ୍ତା ପ୍ରମାଣପତ୍ର ଏବଂ ସୁରକ୍ଷା ମାନକ ସମ୍ପର୍କରେ ନିଶ୍ଚିତ ହେବା ଆବଶ୍ୟକ।

Latest News
ବର୍ଷା ଋତୁରେ କୁହୁଡ଼ି! ଘନ କୁହୁଡ଼ିରେ ଢାଙ୍କିହେଲା ବଣାଇ, ଆଶ୍ଚର୍ଯ୍ୟ ହେଲେ ଲୋକେ

ବର୍ଷା ଋତୁରେ କୁହୁଡ଼ି! ଘନ କୁହୁଡ଼ିରେ ଢାଙ୍କିହେଲା...

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...

FBIର Most Wanted ତାଲିକାରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି; ଗିରଫ ସୂଚନା ପାଇଁ ୧.୪୨ କୋଟି ଟଙ୍କା ପୁରସ୍କାର

FBIର Most Wanted ତାଲିକାରେ ଭାରତୀୟ ବଂଶୋଦ୍ଭବ...

ଆମେରିକାର Federal Bureau of Investigation (FBI) ମଞ୍...

ଗୋଟିଏ ଦିନରେ ଓଡ଼ିଶାରେ ୩ ଦୁଷ୍କର୍ମ ଅଭିଯୋଗ; ପୀଡ଼ିତାଙ୍କ ମଧ୍ୟରେ ଯୁକ୍ତ ଦୁଇ ଛାତ୍ରୀ

ଗୋଟିଏ ଦିନରେ ଓଡ଼ିଶାରେ ୩ ଦୁଷ୍କର୍ମ ଅଭିଯୋଗ;...

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାବାଳିକାଙ୍କୁ ନେଇ ୩ଟି ଦୁଷ୍କ...

ବିଶ୍ୱ ମାନଚିତ୍ରରେ ଭାରତ ପ୍ରକୃତ ଆକାରଠାରୁ ଛୋଟ କାହିଁକି ଦେଖାଯାଏ? ଜାଣନ୍ତୁ ମାନଚିତ୍ରର ଏହି ରୋଚକ ରହସ୍ୟ

ବିଶ୍ୱ ମାନଚିତ୍ରରେ ଭାରତ ପ୍ରକୃତ ଆକାରଠାରୁ ଛୋଟ...

ଆମେ ପିଲାଦିନରୁ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛେ, ତାହା...

ବାଲେଶ୍ୱରରେ ସାମାନ୍ୟ କଥାକୁ ନେଇ ବିବାଦ: କାଠ ଫାଳିଆରେ ଆକ୍ରମଣ, ଯୁବକଙ୍କ ମୃତ୍ୟୁ; ଅଭିଯୁକ୍ତ ଅଟକ

ବାଲେଶ୍ୱରରେ ସାମାନ୍ୟ କଥାକୁ ନେଇ ବିବାଦ: କାଠ...

ବାଲେଶ୍ୱରରେ ସାମାନ୍ୟ କଥାକୁ ନେଇ ହୋଇଥିବା ବିବାଦ ଶେଷରେ ମ...

ଭୁବନେଶ୍ୱର ମନ୍ଦିରରୁ ମା’ ବୁଢ଼ୀ ଠାକୁରାଣୀଙ୍କ ମୂର୍ତ୍ତି ଚୋରି; ବର୍ଷକରେ ୧୫ରୁ ଅଧିକ ମନ୍ଦିରରେ ଲୁଟ୍

ଭୁବନେଶ୍ୱର ମନ୍ଦିରରୁ ମା’ ବୁଢ଼ୀ ଠାକୁରାଣୀଙ୍କ ମୂର୍ତ୍ତି...

ଓଡ଼ିଶାରେ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରି ଚୋରି ଘଟଣା ଥମିବ...

‘ବାଏ ବାଏ ପାପା’ କହି ଚେନାବ ନଦୀକୁ ଡେଇଁଲେ ଯୁବତୀ: ଖୋଜାଖୋଜି ଜାରି

‘ବାଏ ବାଏ ପାପା’ କହି ଚେନାବ ନଦୀକୁ...

ଜମ୍ମୁ-କଶ୍ମୀରର ଡୋଡାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।...

୬ ଲକ୍ଷ ଟଙ୍କା ଋଣ ଶୁଝିବାକୁ ଚାହୁଁନଥିଲେ; ସୁନା ଗହଣା ଫେରାଇବା ପାଇଁ ଫାଇନାନ୍ସ ମ୍ୟାନେଜରଙ୍କୁ ହତ୍ୟା ଅଭିଯୋଗ

୬ ଲକ୍ଷ ଟଙ୍କା ଋଣ ଶୁଝିବାକୁ ଚାହୁଁନଥିଲେ;...

ଗୁଜରାଟ: ୬ ଲକ୍ଷ ଟଙ୍କାର ଋଣ ଶୁଝିବାରୁ ବଞ୍ଚିବା ଏବଂ ଋଣ ବ...

ଦିଲ୍ଲୀ ସତ୍ୟ ନିକେତନରେ ବିଲ୍ଡିଂ ଭୁଶୁଡ଼ିଲା: ଭଙ୍ଗା ଅବଶେଷ ତଳେ ଅନେକ ଫସିଥିବା ଆଶଙ୍କା, ଉଦ୍ଧାର ଜାରି

ଦିଲ୍ଲୀ ସତ୍ୟ ନିକେତନରେ ବିଲ୍ଡିଂ ଭୁଶୁଡ଼ିଲା: ଭଙ୍ଗା...

ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବି...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+