ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ମୃତକ ଯୁବକ ରୀତିକ ସୋନି (୨୬) ଓ ଯୁବତୀ ମୁସ୍କାନ ଜୈନ (୨୪) ବୋଲି ଚିହ୍ନଟ ହୋଇଛନ୍ତି। ଉଭୟ ଗତ ବୁଧବାର ସନ୍ଧ୍ୟାରେ ଘରୁ ବାହାରିଥିଲେ, କିନ୍ତୁ ଆଉ ଫେରିନଥିଲେ। ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ପରେ ପୁଲିସ ମୋବାଇଲ୍ ଲୋକେସନ୍ ଟ୍ରାକ୍ କରି ମହାନା ଗାଁ ନିକଟ ଇଷାଗଡ଼ ରାସ୍ତା କଡ଼ରେ ପାର୍କିଂ ହୋଇଥିବା କାରରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା।
ପୁଲିସ ସୂଚନା ଅନୁସାରେ, ରୀତିକଙ୍କ ମୁଣ୍ଡରେ ଗୁଳି ବାଜିଥିବା ସହ ମୁହଁରେ ପୋଡ଼ା ଚିହ୍ନ ରହିଥିଲା। ଅନ୍ୟପଟେ ମୁସ୍କାନଙ୍କ ଗଳା କଟା ଅବସ୍ଥାରେ ଥିଲା। କାର ଭିତରୁ ରକ୍ତଭିଜା କୁରାଢ଼ି, କଟର ଓ ପିସ୍ତଲ ଜବତ କରାଯାଇଛି। କାରଠାରୁ କିଛି ଦୂରରେ ତିନୋଟି ମୋବାଇଲ୍ ଫୋନ୍ ମଧ୍ୟ ମିଳିଛି।
ପ୍ରାଥମିକ ତଦନ୍ତରେ ପୁଲିସ ହତ୍ୟା ପରେ ଆତ୍ମହତ୍ୟା କିମ୍ବା ଯୋଜନାବଦ୍ଧ ହତ୍ୟା—ଉଭୟ ଦିଗକୁ ନଜରରେ ରଖି ତଦନ୍ତ କରୁଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ପରିବାର ଲୋକଙ୍କ କହିବା ଅନୁଯାୟୀ, ରୀତିକ ଓ ମୁସ୍କାନ ଇନ୍ଦୋରର ଏକ ବେସରକାରୀ କମ୍ପାନୀରେ ଏକାଠି କାମ କରୁଥିଲେ ଏବଂ ଗତ ଦୁଇରୁ ତିନି ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ପରିବାର ଏହାକୁ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
କୋହଲିଙ୍କ ବ୍ୟାଟିଂରେ ମୁଗ୍ଧ ରବି ଶାସ୍ତ୍ରୀ, କହିଲେ&ndash...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...