କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୁଣି ବଢ଼ିବାକୁ ଯାଉଛି ଟଣାଓଟରା। ଏଥର ସୀମା ବିବାଦର କେନ୍ଦ୍ରରେ ରହିଛି ନିର୍ବାଚନ। ଆସନ୍ତା ୨୯ ତାରିଖରେ କୋଟିଆ ଅଞ୍ଚଳରେ ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏହାକୁ ନେଇ ଓଡ଼ିଶା ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛି।
ଆନ୍ଧ୍ରର ଏହି ନିର୍ବାଚନୀ ଉଦ୍ୟମକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଆସନ୍ତା ୨୯ ତାରିଖର ନିର୍ବାଚନକୁ ନେଇ ଏବେଠାରୁ କୋଟିଆରେ ରାଜନୈତିକ ଓ ପ୍ରଶାସନିକ ତତ୍ପରତା ବଢ଼ିଛି।
ତିନିଟି ଗାଁରେ ବୁଥ୍ କରିବାକୁ ଆନ୍ଧ୍ରର ଉଦ୍ୟମ!
ସୂଚନା ଅନୁସାରେ, କୋଟିଆ ଅଞ୍ଚଳର ତଳ ଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରି ଭଳି ତିନିଟି ଗାଁରେ ନିର୍ବାଚନୀ ବୁଥ୍ ସ୍ଥାପନ କରିବାକୁ ଆନ୍ଧ୍ରର ଅଧିକାରୀମାନେ ଉଦ୍ୟମ କରୁଥିବା ସୂଚନା ମିଳିଛି।
ଆନ୍ଧ୍ରର ଏହି ପଦକ୍ଷେପକୁ ରୋକିବା ପାଇଁ ଓଡ଼ିଶା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। କୌଣସି ପରିସ୍ଥିତିରେ ଓଡ଼ିଶା ମାଟିରେ ଆନ୍ଧ୍ରକୁ ନିର୍ବାଚନୀ ବୁଥ୍ ସ୍ଥାପନ କରିବାକୁ ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି।
କୋଟିଆ ଭୋଟରଙ୍କ ଉପରେ ରହିବ ନଜର
ଏଥର କୋଟିଆର ଭୋଟରଙ୍କୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଛକାପଞ୍ଝା ବଢ଼ିବା ଆଶଙ୍କା ରହିଛି। ଚଳିତ ମାସ ୫ ତାରିଖରେ ଜିଲ୍ଲା ପରିଷଦ ସଦସ୍ୟ ଓ ପଞ୍ଚାୟତ ସମିତି ନିର୍ବାଚନ ଶେଷ ହୋଇଥିଲା।
ଏହି ନିର୍ବାଚନରେ ଓଡ଼ିଶା କିଛି ମାତ୍ରାରେ ଆନ୍ଧ୍ରକୁ ରୋକିବାରେ ସଫଳ ହୋଇଥିବା କୁହାଯାଉଛି। ତେବେ ଗଳାବାଟ ଦେଇ କିଛି କୋଟିଆବାସୀଙ୍କୁ ନେଇ ଆନ୍ଧ୍ର ନିର୍ବାଚନ କରାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା।
ଏବେ ପୁଣି ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନ ହେବାକୁ ଥିବାରୁ ଉଭୟ ରାଜ୍ୟର ପ୍ରଶାସନିକ ତତ୍ପରତା ବଢ଼ିବା ସହ କୋଟିଆରେ ସ୍ଥିତି କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପ୍ରଥମ ଓଭରରେ ହିଁ ଭାରତକୁ ବଡ଼ ଝଟ୍କା ନ୍ୟୁଜିଲାଣ୍ଡ ଓ...
୮୯ ରନ୍ରେ ଭାରତର ଇନିଂସ୍ ଶେଷ, ୨୪୪ ରନ୍ରେ ହାରିଲା ଟିମ୍ ଇ...
ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲିଙ୍କ ନିରାଶାଜନକ ପ୍ରଦର୍ଶନ...
ପ୍ରଦୂଷିତ ବାୟୁ ଯୋଗୁଁ ବଢ଼ିପାରେ ଟାଇପ୍‌-୨ ଡାଇବେଟି...
କ୍ୟାନସର ଚିକିତ୍ସାରେ ନୂଆ ପ୍ରୟାସ, ଚର୍ଚ୍ଚାରେ ଭାରତୀୟ ଷ୍...
ଟିବି ମୃତ୍ୟୁହାର ହ୍ରାସରେ ଭାରତର ବଡ଼ ସଫଳତା ଯକ୍ଷ୍ମା...
ବାୟୁ ପ୍ରଦୂଷଣ ଏବେ ଭାରତ ପାଇଁ ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...