ବୈଠକରେ ନେତାମାନେ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନୀ ବୁଥ୍ ସ୍ଥାପନ କରିବାକୁ ବିରୋଧ କରିଛନ୍ତି। ପୂର୍ବରୁ ହୋଇଥିବା ନିର୍ବାଚନ ଭଳି ଯଦି ସ୍ଥାନୀୟ ଲୋକଙ୍କୁ ଅନ୍ୟ ଅଞ୍ଚଳକୁ ନେଇ ଭୋଟ୍ ପ୍ରକ୍ରିୟାରେ ସାମିଲ କରିବାକୁ ଉଦ୍ୟମ ହୁଏ, ତେବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
କୋଟିଆର ସୁରକ୍ଷା ପ୍ରସଙ୍ଗରେ ରାଜନୈତିକ ଦଳଗୁଡ଼ିକ ଏକାଠି ହୋଇ କାମ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଅଞ୍ଚଳର ସୁରକ୍ଷା ଓ ବିକାଶ ପାଇଁ ଦଳୀୟ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ରହି ସମନ୍ୱିତ ପଦକ୍ଷେପ ନେବାକୁ ନେତାମାନେ ମତ ଦେଇଛନ୍ତି।
ଏହି ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଯୋଗ ଦେଇଥିଲେ। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନରୁ ଚାଲିଥିବା ସୀମା ବିବାଦ ମଧ୍ୟରେ ଏହି ନିର୍ବାଚନ ପ୍ରସଙ୍ଗ ପୁଣିଥରେ ଗୁରୁତ୍ୱ ହାସଲ କରିଛି।
ଆନ୍ଧ୍ରପ୍ରଦେଶରେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି...
NEET-PG 2026 counsellingରେ AIQ seat ପାଇଥିବା ପ୍ରାର୍...
୧୭,୭୩୫ ଶିକ୍ଷକ ପଦବୀର ସଂରକ୍ଷଣ ନେଇ ବିବାଦ ଲକ୍ଷ୍ନୌ/ପ...
B.Tech ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର...
ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ଉପକୂଳ ଆଡ଼କୁ ଗତି...
୧୨୦ ଆସନ ବିଶିଷ୍ଟ ସଂସଦରେ ମ୍ୟାଜିକ୍ ନମ୍ବର ୬୧ ଇସ୍ରାଏ...
ADMM-Plus ବୈଠକ ଅବସରରେ ଦ୍ୱିପାକ୍ଷିକ ଆଲୋଚନା ଫିଲିପା...
ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...