ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା କିଚ୍ଚା ସୁଦୀପ ଓ ତାଙ୍କ ପତ୍ନୀ ପ୍ରିୟାଙ୍କ ବିବାହକୁ ୨୫ ବର୍ଷ ପୂରଣ ହୋଇଛି। ଅକ୍ଟୋବର ୧୮, ୨୦୨୬ରେ ଦୁହେଁ ନିଜ ବେଙ୍ଗାଲୁରୁ ବାସଭବନରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ସହ ଏହି ବିଶେଷ ଦିନ ପାଳନ କରିଥିଲେ।
୨୫ତମ ବିବାହ ବାର୍ଷିକୀ ଅବସରରେ ଆୟୋଜିତ ଅନ୍ତରଙ୍ଗ ସମାରୋହର ଏକ ଭିଡିଓ ଏବେ ଫ୍ୟାନ୍ମାନଙ୍କ ମଧ୍ୟରେ ଚର୍ଚ୍ଚାରେ। ଭିଡିଓରେ ସୁଦୀପ ଓ ପ୍ରିୟା ପରସ୍ପର ସାମ୍ନାସାମ୍ନି ଠିଆ ହୋଇ ମାଳା ବଦଳ କରୁଥିବା ଦେଖାଯାଇଛି। ଘନିଷ୍ଠମାନେ ଦୁହିଁଙ୍କୁ ଉଠାଇ ମାଳା ପିନ୍ଧାଇବାକୁ ଉତ୍ସାହିତ କରୁଥିବା ମଧ୍ୟ ଭିଡିଓରେ ଦେଖାଯାଇଛି। ପ୍ରିୟା ପ୍ରଥମେ ସୁଦୀପଙ୍କୁ ତାଙ୍କ ବେକରେ ମାଳା ପିନ୍ଧାଇବାକୁ କହିଥିଲେ। ପରେ ସେ ମଧ୍ୟ ସୁଦୀପଙ୍କୁ ମାଳା ପିନ୍ଧାଇଥିଲେ।
ଏହି ସମୟରେ ଦୁହିଁଙ୍କ ଲାଜୁଆ ହସ ଓ ପରସ୍ପର ପ୍ରତି ସ୍ନେହଭରା ଭାବ ଫ୍ୟାନ୍ମାନଙ୍କ ନଜର କେଢ଼ିଛି। ସୋସିଆଲ ମିଡିଆରେ ଭିଡିଓଟି ଘୁରିବା ପରେ ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ମିଳୁଛି।
ବିଶେଷ ଦିନ ପାଇଁ ସୁଦୀପ ବେଜ୍ ରଙ୍ଗର ସିଲ୍କ୍ ସାର୍ଟ ସହ ବ୍ରାଉନ୍ ସିଲ୍କ୍ ଧୋତି ପିନ୍ଧିଥିଲେ। ପ୍ରିୟା କଫି-ବ୍ରାଉନ୍ ରଙ୍ଗର ସିଲ୍କ୍ ଶାଢ଼ି ସହ ସୁନା ଧାରଣ କରିଥିଲେ। ଚୁଟିରେ ଗଜରା ଲଗାଇ ସେ ସରଳ ଲୁକ୍ରେ ନଜର ଆସିଥିଲେ।
ସୁଦୀପଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ଭାରତୀୟ କ୍ରିକେଟର ଭେଙ୍କଟେଶ ପ୍ରସାଦ ମଧ୍ୟ ପରିବାର ସହ ଏହି ସମାରୋହରେ ଯୋଗ ଦେଇଥିଲେ।
ସୁଦୀପ ଓ ପ୍ରିୟାଙ୍କ ସମ୍ପର୍କର ଆରମ୍ଭ ୨୦୦୦ ମସିହାରେ ବେଙ୍ଗାଲୁରୁରେ ହୋଇଥିଲା। ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ଦୁହେଁ ପରିଚିତ ହୋଇଥିଲେ। ପରେ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା ଏବଂ ଅକ୍ଟୋବର ୧୮, ୨୦୦୧ରେ ଦୁହେଁ ବିବାହ କରିଥିଲେ। ୨୦୦୪ରେ ସେମାନଙ୍କ ଝିଅ ସାନ୍ଭି ଜନ୍ମ ନେଇଥିଲେ।
ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ ଏକ କଠିନ ସମୟ ମଧ୍ୟ ଆସିଥିଲା। ୨୦୧୫ରେ ସୁଦୀପ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ପରେ ୨୦୧୭ରେ ଦୁହେଁ ଛାଡ଼ପତ୍ର ପ୍ରକ୍ରିୟା ଆଗକୁ ନ ବଢ଼ାଇ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ୨୫ ବର୍ଷର ବିବାହିତ ଜୀବନ ପୂରଣ କରି ଦୁହେଁ ଏହି ମାଇଲ୍ଷ୍ଟୋନ୍କୁ ଅନ୍ତରଙ୍ଗ ଭାବେ ପାଳନ କରିଛନ୍ତି।
ଜିମ୍ବାୱେ ବିପକ୍ଷରେ ଶାଫାଲିଙ୍କ ଝଡ଼ ରାୟପୁରରେ ରବିବାର...
ପ୍ରଥମ ଦିନରେ ଭାରତର ପଦକ ଖାତା ଖୋଲିଲା ଆଇଚି-ନାଗୋୟାରେ...
ଅଭିଯୋଗକୁ ନେଇ ତଦନ୍ତ ମହାରାଷ୍ଟ୍ରର ନାଗପୁରସ୍ଥିତ ସିମ୍...
କ’ଣ ହେଉଛି ମାମଲା? ଅଭିନେତା ଇମ୍ରାନ ଖାନ ମୁମ୍ବ...
ଦଶହରାରେ ବଦଳିବ ପାଣିପାଗ ମଧ୍ୟପ୍ରଦେଶରୁ ଦକ୍ଷିଣ-ପଶ୍ଚି...
ଟ୍ରେଡ୍ ଡିଲ୍କୁ ନେଇ ରୁବିଓଙ୍କ ବଡ଼ ସଙ୍କେତ ସୋମବାର ଉଜ...
ଭାରତର ଦମଦାର ୧-୨ ଫିନିଶ୍ ଜାପାନର ଆଇଚି-ନାଗୋୟାରେ ଚାଲ...
ଅଲିମ୍ପିକ୍ ଓ ଭାରତୀୟ ତୀରନ୍ଦାଜୀର ମଧ୍ୟରେ ଥିବା ଅନ୍ତର...