ସୋମବାର ଉଜବେକିସ୍ତାନର ସମରକନ୍ଦରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମାର୍କୋ ରୁବିଓ କହିଛନ୍ତି ଯେ ଭାରତ ସହ ଟ୍ରେଡ୍ ଡିଲ୍ ଚୂଡ଼ାନ୍ତ କରିବା ନେଇ ଆମେରିକା କାମ କରୁଛି ଏବଂ ଉଭୟ ଦେଶ ଏହାର ଅନ୍ତିମ ପର୍ଯ୍ୟାୟର ଖୁବ୍ ନିକଟରେ ଅଛନ୍ତି।
ରୁବିଓଙ୍କ ଏହି ମନ୍ତବ୍ୟ ତାଙ୍କର ଭାରତ ଗସ୍ତ ପୂର୍ବରୁ ଆସିଛି। ଅକ୍ଟୋବର ୨୦ରେ ମୁମ୍ବାଇରେ ସେ ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା ଏବଂ ଉଦୀୟମାନ ପ୍ରଯୁକ୍ତି ଭଳି ପ୍ରସଙ୍ଗ ରହିବାର ଆଶା କରାଯାଉଛି।
ରୁବିଓଙ୍କ ମନ୍ତବ୍ୟ ପୂର୍ବରୁ ଭାରତୀୟ ପକ୍ଷରୁ ମଧ୍ୟ ଟ୍ରେଡ୍ ଡିଲ୍ରେ ଉଲ୍ଲେଖନୀୟ ପ୍ରଗତି ନେଇ ସୂଚନା ଦିଆଯାଇଥିଲା।
ଭାରତୀୟ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଥିଲେ ଯେ ଭାରତ-ଆମେରିକା ଟ୍ରେଡ୍ ଡିଲ୍ର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଛି ଏବଂ ଏବେ ଏହାର ଆଇନଗତ ଡ୍ରାଫ୍ଟିଂ ଚାଲିଛି। ଭାରତ ଏହି ଚୁକ୍ତି ମାଧ୍ୟମରେ ନିଜ ରପ୍ତାନିକାରୀଙ୍କ ପାଇଁ preferential market access ଏବଂ ଅଧିକ ସ୍ଥିର ଟାରିଫ୍ ବ୍ୟବସ୍ଥା ଚାହୁଁଛି।
ଆମେରିକାର ଭାରତସ୍ଥିତ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ମଧ୍ୟ କିଛି ଦିନ ପୂର୍ବରୁ କହିଥିଲେ ଯେ ଡିଲ୍ର ‘ବଡ଼ ବଡ଼ ପ୍ରସଙ୍ଗ’ ସମାଧାନ ହୋଇଛି ଏବଂ ଆଲୋଚନା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ତେବେ କିଛି ଛୋଟ ପ୍ରସଙ୍ଗ ଏବେ ବି ସମାଧାନ କରିବାକୁ ବାକି ଥିବା ସେ କହିଥିଲେ।
ରୁବିଓଙ୍କ ମନ୍ତବ୍ୟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି—ଭାରତର ରୁଷ ତେଲ କ୍ରୟ ଏବଂ ଆମେରିକାର ପ୍ରସ୍ତାବିତ କଟକଣା ମଧ୍ୟରେ ଟ୍ରେଡ୍ ଆଲୋଚନାର ପ୍ରଭାବ।
ରୁବିଓ କହିଛନ୍ତି ଯେ ରୁଷ ତେଲ ଓ ଗ୍ୟାସ୍ ଉପରେ କଟକଣା ଲାଗୁ କରିବା ବେଳେ ବିଶ୍ୱ ଶକ୍ତି ଯୋଗାଣ, ତେଲ ଦର ଏବଂ ବିଭିନ୍ନ ଦେଶର ଭୌଗୋଳିକ ପରିସ୍ଥିତିକୁ ବିଚାର କରିବାକୁ ପଡ଼େ। ତାଙ୍କ ଅନୁସାରେ, ଟ୍ରେଡ୍ ଡିଲ୍ ନେଇ ଚାଲିଥିବା ଆଲୋଚନା ମଧ୍ୟ ଜାତୀୟ ସୁରକ୍ଷା ସମ୍ପର୍କିତ waiver ନିଷ୍ପତ୍ତିରେ ବିଚାରକୁ ଆସୁଥିବା ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ।
ଭାରତ ପାଇଁ ଏହି ଟ୍ରେଡ୍ ଡିଲ୍ର ମୁଖ୍ୟ ଗୁରୁତ୍ୱ ରହିଛି ଆମେରିକୀୟ ବଜାରରେ ଭାରତୀୟ ସାମଗ୍ରୀକୁ ଅଧିକ ସ୍ଥିର ବାଣିଜ୍ୟିକ ପରିବେଶ ଦେବାରେ। ରପ୍ତାନିକାରୀଙ୍କ ପାଇଁ ଟାରିଫ୍ର ଅନିଶ୍ଚିତତା କମିଲେ ଟେକ୍ସଟାଇଲ୍, ଇଞ୍ଜିନିୟରିଂ ସାମଗ୍ରୀ, ଫାର୍ମା, ଆଇଟି ଏବଂ ଅନ୍ୟାନ୍ୟ କ୍ଷେତ୍ରର ବାଣିଜ୍ୟରେ ସହାୟତା ମିଳିପାରେ।
ଆମେରିକା ପାଇଁ ମଧ୍ୟ ଭାରତର ବଡ଼ ଉପଭୋକ୍ତା ବଜାର, ନିବେଶ ସୁଯୋଗ ଏବଂ supply-chain diversification ଗୁରୁତ୍ୱପୂର୍ଣ୍ଣ। ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ପୂର୍ବରୁ ଭାରତରେ ଡିଫେନ୍ସ, IT, ସେମିକଣ୍ଡକ୍ଟର ଏବଂ ଡାଟା ସେଣ୍ଟର ଭଳି କ୍ଷେତ୍ରରେ ଅଧିକ ସହଯୋଗର ସମ୍ଭାବନା ଉପରେ ଆଲୋକପାତ କରିଥିଲେ।
ବର୍ତ୍ତମାନର ସଙ୍କେତ ଅନୁସାରେ ଭାରତ-ଆମେରିକା ଟ୍ରେଡ୍ ଡିଲ୍ର ଅନେକ ବଡ଼ ପ୍ରସଙ୍ଗରେ ସହମତି ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟର ଆଇନଗତ ଡ୍ରାଫ୍ଟିଂ ଚାଲିଛି। କିନ୍ତୁ ଚୂଡ଼ାନ୍ତ ଡକ୍ୟୁମେଣ୍ଟ ସାଇନ୍ ହେବା ଏବଂ ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ବାକି ଥିବା ପ୍ରସଙ୍ଗରେ ଦୁଇ ପକ୍ଷର ସମ୍ମତି ଆବଶ୍ୟକ।
ରୁବିଓଙ୍କ ଆଗାମୀ ଭାରତ ଗସ୍ତ ଏବଂ ଜୟଶଙ୍କରଙ୍କ ସହ ଆଲୋଚନା ଏହି ପ୍ରକ୍ରିୟାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହୋଇପାରେ।‘ଖୁବ୍ ନିକଟରେ’ ବୋଲି ଆମେରିକା କହିଥିଲେ ମଧ୍ୟ ଏଯାଏଁ ଡିଲ୍ ଚୂଡ଼ାନ୍ତ ଭାବେ ସାଇନ୍ ହୋଇନାହିଁ।
ଅଲିମ୍ପିକ୍ ଓ ଭାରତୀୟ ତୀରନ୍ଦାଜୀର ମଧ୍ୟରେ ଥିବା ଅନ୍ତର...
ଜିମ୍ବାୱେ ବିପକ୍ଷରେ ଶାଫାଲିଙ୍କ ଝଡ଼ ରାୟପୁରରେ ରବିବାର...
ଭାରତର ଦମଦାର ୧-୨ ଫିନିଶ୍ ଜାପାନର ଆଇଚି-ନାଗୋୟାରେ ଚାଲ...
ପ୍ରଥମ ଦିନରେ ଭାରତର ପଦକ ଖାତା ଖୋଲିଲା ଆଇଚି-ନାଗୋୟାରେ...