ସୋସିଆଲ୍ ମିଡିଆରେ ଏବେ 80s-inspired AI ଫଟୋ ଟ୍ରେଣ୍ଡ ଜୋରଦାର ଭାବେ ଭାଇରାଲ୍ ହେଉଛି। ବଲିଉଡ୍ର ଅନେକ ଲୋକପ୍ରିୟ ଚେହେରା ଏହି ଟ୍ରେଣ୍ଡରେ ସାମିଲ ହୋଇ ନିଜର ରେଟ୍ରୋ ଲୁକ୍ର AI ଫଟୋ ଇନଷ୍ଟାଗ୍ରାମ୍ରେ ସେୟାର କରୁଛନ୍ତି। କିଆରା ଆଡଭାଣୀ, ସିଦ୍ଧାର୍ଥ ମଲହୋତ୍ରା, ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ାଙ୍କ ଫଟୋ ଏହି ଟ୍ରେଣ୍ଡକୁ ଆହୁରି ଚର୍ଚ୍ଚିତ କରିଛି।
80s ଦଶକର ଫ୍ୟାଶନ୍କୁ AI ମାଧ୍ୟମରେ ପୁଣିଥରେ ଜୀବନ୍ତ କରାଯାଉଛି। ଡେନିମ୍, ଉଜ୍ଜ୍ୱଳ ରଙ୍ଗର ପୋଷାକ, ବଡ଼ ଆକାରର ଆକ୍ସେସରିଜ୍, ଭିଣ୍ଟେଜ୍ ବ୍ୟାକଗ୍ରାଉଣ୍ଡ ଏବଂ ରେଟ୍ରୋ ଲାଇଟିଂ ଏହି AI ଫଟୋଗୁଡ଼ିକୁ ଆକର୍ଷଣୀୟ କରୁଛି।
କିଆରା ଆଡଭାଣୀ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଏକ AI-generated ରେଟ୍ରୋ ଫଟୋ ସେୟାର କରିଥିଲେ।
ଫଟୋରେ ସିଦ୍ଧାର୍ଥଙ୍କୁ କ୍ଲାସିକ୍ double-denim ଲୁକ୍ ସହ ଡାର୍କ ଏଭିଏଟର୍ ସନଗ୍ଲାସ୍ରେ ଦେଖିବାକୁ ମିଳିଥିଲା। କିଆରା ମଧ୍ୟ 80s ଫ୍ୟାଶନ୍କୁ ଅନୁସରଣ କରି ଭାଇବ୍ରାଣ୍ଟ ପିଙ୍କ୍ ପୋଷାକ ଏବଂ ପଫ୍ ସ୍ଲିଭ୍ରେ ନଜର ଆସିଥିଲେ।
ଏହି ପୋଷ୍ଟ ସହ ସେ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ The Vvaanର ରୋମାଣ୍ଟିକ୍ ଗୀତ ‘Samjho Na’ ମଧ୍ୟ ବ୍ୟବହାର କରିଥିଲେ।
ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ସ୍ୱାମୀ ତଥା ରାଜନେତା ରାଘବ ଚଢ଼ାଙ୍କ ସହ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି।
ତାଙ୍କ AI ଫଟୋରେ ଉଭୟଙ୍କୁ ଏକ ରଙ୍ଗୀନ କାର୍ନିଭାଲ୍ ଭଳି ପରିବେଶରେ ପୋଜ୍ ଦେଇଥିବା ଦେଖାଯାଇଛି। ଉଭୟ ବଡ଼ ଆକାରର ପିଙ୍କ୍ କଟନ୍ କ୍ୟାଣ୍ଡି ଉପଭୋଗ କରୁଥିବା ନଜର ଆସିଥିଲେ।
ଅଭିନେତ୍ରୀ ଆମିଷା ପଟେଲ୍ ନିଅନ୍ ପିଙ୍କ୍ ରେଟ୍ରୋ ଲୁକ୍ରେ ନଜର ଆସିଥିଲେ। ସେ ଓ୍ୱାନ୍-ଶୋଲ୍ଡର୍ ଟପ୍, ଡେନିମ୍ ଶର୍ଟ୍ସ, ଲେଗ୍ ୱାର୍ମର୍ସ ଏବଂ ଧଳା-ପିଙ୍କ୍ ଟ୍ରେନର୍ସ ପିନ୍ଧିଥିଲେ। ଏକ ବଡ଼ ବୁମ୍ବକ୍ସ ଉପରେ ବସିଥିବା ତାଙ୍କ ରେଟ୍ରୋ ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଛି।
ଏହା ବ୍ୟତୀତ ତାହିରା କଶ୍ୟପ ଏବଂ ସାବା ଅଲି ଖାନ୍ ମଧ୍ୟ ନିଜ ନିଜ ରେଟ୍ରୋ AI ଅବତାର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।
ଅନ୍ୟପଟେ ଶ୍ରୁତି ହାସନ୍ 80s ନୁହେଁ
ନିଜର AI ଫଟୋ ସେୟାର କରିଛନ୍ତି।
ଏହି ରେଟ୍ରୋ ଲୁକ୍ ତିଆରି କରିବା ପାଇଁ ଜଣେ ୟୁଜର୍ ନିଜର ଏକ ସ୍ପଷ୍ଟ ଫଟୋ AI image-generation toolରେ ଅପଲୋଡ୍ କରିପାରିବେ। ଏହାପରେ ଫଟୋରେ ବ୍ୟକ୍ତିଙ୍କ ଚେହେରାକୁ ଚିହ୍ନଟଯୋଗ୍ୟ ରଖି 80s-inspired ପରିବେଶ ତିଆରି କରିବାକୁ prompt ଦିଆଯାଇପାରେ।
ଫଟୋକୁ ଅଧିକ ରେଟ୍ରୋ ଲୁକ୍ ଦେବା ପାଇଁ ଭଲ୍ୟୁମିନସ୍ ହେୟାର୍ଷ୍ଟାଇଲ୍, ରଙ୍ଗୀନ ପୋଷାକ, ଡେନିମ୍ ଜ୍ୟାକେଟ୍, ଷ୍ଟେଟମେଣ୍ଟ ଆକ୍ସେସରିଜ୍, ଭିଣ୍ଟେଜ୍ ଇଣ୍ଟେରିୟର୍, ବଲିଉଡ୍ ଷ୍ଟାଇଲ୍ ବ୍ୟାକଗ୍ରାଉଣ୍ଡ, ୱାର୍ମ୍ ଲାଇଟିଂ, ଫେଡେଡ୍ ଟୋନ୍ ଏବଂ ଫିଲ୍ମ-ଗ୍ରେନ୍ ଇଫେକ୍ଟ ଭଳି ଡିଟେଲ୍ ଯୋଡ଼ାଯାଇପାରେ।
, ବରଂ ଆହୁରି ପଛକୁ ଯାଇ 1960s ହିପ୍ପି ଲୁକ୍ ଆପଣାଇଛନ୍ତି। ସେ ପ୍ରିଣ୍ଟେଡ୍ ଟପ୍, ମ୍ୟାଚିଂ ହେଡ୍ସ୍କାର୍ଫ୍ ଏବଂ ବ୍ଲୁ ଜିନ୍ସରେ
ଦୁବାଇରେ ଗୁରୁବାର ଖେଳାଯାଇଥିବା ମହିଳା ଏସିଆ କପ୍‌ର...
ରାଉରକେଲା: ପରୀକ୍ଷା ଫଳ ପ୍ରକାଶରେ ନୂଆ ରେକର୍ଡ କରିଛି ଓଡ଼...
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ବିଶ୍ୱର ପର୍ବତୀୟ ଅଞ୍ଚଳ...
ଦୁବାଇରେ ଗୁରୁବାର ବାଂଲାଦେଶ ବିପକ୍ଷ ମହିଳା ଏସିଆ କପ୍ ସେମ...
ମହମ୍ମଦ ଶାମିଙ୍କୁ ଭାରତୀୟ କ୍ରିକେଟ୍ ଦଳ ଅଣଦେଖା କରିନାହିଁ...
ସମୁଦ୍ର ହଠାତ୍‌ ଗାଏବ! ଏଭଳି ଦୃଶ୍ୟ ଦେଖି ଆର୍ଜେଣ୍ଟି...
ଭାରତର ପରମାଣୁ ଅସ୍ତ୍ର ଭଣ୍ଡାରକୁ ନେଇ ଆମେରିକୀୟ ଥିଙ୍କ୍&z...
ବିରାଟ କୋହଲି ୨୦୨୭ ମସିହାର ODI ବିଶ୍ୱକପ୍‌ ଖେଳିବେ...
ଆମେରିକାର ରାଜନୀତିରେ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ...