କଟକ ଜିଲ୍ଲା ଖୁଣ୍ଟୁଣୀ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ନେଇ ସୂଚନା ପାଇବା ପରେ ଚଢ଼ାଉ କରିଛି ଖୁଣ୍ଟୁଣୀ ପୁଲିସ। ଚଢ଼ାଉ ସମୟରେ ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖାଯାଇଥିବା ପୋଚ ଓ ଦେଶୀ ମଦ ଠାବ ହୋଇଛି।
ପୁଲିସର ସୂଚନା ଅନୁଯାୟୀ, ଚଢ଼ାଉ ବେଳେ ପ୍ରାୟ୪ ହଜାର ଲିଟର ପୋଚନଷ୍ଟ କରାଯାଇଥିବା ବେଳେ୧୫୦ ଲିଟର ଦେଶୀ ମଦଜବତ କରାଯାଇଛି।
ଏଥିସହ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଉପକରଣକୁ ମଧ୍ୟ ପୁଲିସ ଜବତ କରିଛି।
ଜଙ୍ଗଲ ଭିତରେ ଦୀର୍ଘଦିନ ଧରି ଏଭଳି ବେଆଇନ ଦେଶୀ ମଦ ପ୍ରସ୍ତୁତି ଚାଲିଥିଲା କି ନାହିଁ, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
ଏହି କାରବାର ପଛରେ କାହାର ହାତ ରହିଛି ଏବଂ ଆଉ କେତେଜଣ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ଛାନଭିନ୍ ଜାରି ରଖିଛି।
ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ସହ ଜଡ଼ିତ ଲୋକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।
ଗୁରୁବାର ଭାରତୀୟ ଶେୟର ବଜାରରେ ମିଶ୍ରିତ କାରବାର ଦେଖିବାକୁ...
ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...
ଦେଶରେ ଚଳିତ ବର୍ଷର ଦୁର୍ବଳ ମୌସୁମୀ ଏବେ ଧୀରେ ଧୀରେ ବିଦାୟ...
UPI ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର।ଅକ୍ଟୋବର...
ଶୁକ୍ରବାର ଭାରତୀୟ ଶେୟର ବଜାରସାମାନ୍ୟ ବୃଦ୍ଧି ସହ ଖୋଲିଛି।...
୨୦୨୬ର ପୋଷ୍ଟ-ମୌସୁମୀ ଋତୁକୁ ନେଇ ବାତ୍ୟା କାର୍ଯ୍ୟକଳାପର ଏ...
ଶୁକ୍ରବାର Tata Groupର ଅଧିକାଂଶ ଷ୍ଟକ୍‌ରେ ହଠାତ୍&z...