ଲଗାଣ ବର୍ଷା ପରେ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। ରାଜୁଆ ନଦୀର ଜଳସ୍ତର ବଢ଼ିବା ସହ ଓରବରସିଂହ ପଞ୍ଚାୟତର ହିରିମୂଳ, ଦିହାଖଳା ଓ ଓରବରସିଂହ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ତିନୋଟି ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତଠାରୁ ବିଚ୍ଛିନ୍ନ ହୋଇପଡ଼ିଛି।
ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ବେଳେ ଅନେକ ଘର ଓ ମନ୍ଦିର ମଧ୍ୟ ବନ୍ୟାଜଳରେ ବୁଡ଼ିଯାଇଛି। ଲୋକମାନଙ୍କ ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିବା ବେଳେ ଯାତାୟାତ ଓ ଜରୁରୀ ସେବା ପ୍ରଭାବିତ ହୋଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ଯାତାୟାତ ପାଇଁ ଡଙ୍ଗା ବ୍ୟବସ୍ଥା କରାଯାଇଛି। ଜରୁରୀ ଆବଶ୍ୟକତାରେ ଲୋକମାନେ ଏହି ଡଙ୍ଗା ମାଧ୍ୟମରେ ଯାତାୟାତ କରୁଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଗତକାଲି ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ଥିଲା। ମାତ୍ର ରାତିକ ମଧ୍ୟରେ ନଦୀର ଜଳସ୍ତର ହଠାତ୍ ବଢ଼ିଯାଇ ଗାଁରେ ପାଣି ପଶିଥିଲା। ପ୍ରତିବର୍ଷ ଏଠାରେ ବନ୍ୟା ହେଉଥିଲେ ମଧ୍ୟ ଚଳିତ ବର୍ଷ ଜଳସ୍ତର ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଅଧିକ ଥିବା ସେମାନେ କହିଛନ୍ତି।
ବନ୍ୟାଜଳ ଯୋଗୁଁ ଗୃହପାଳିତ ପଶୁମାନଙ୍କୁ ଚରାଇବା ପାଇଁ ବାହାରକୁ ନେବା ମଧ୍ୟ ସମ୍ଭବ ହେଉନାହିଁ। ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି ଯେ, ଯଦି ଆଜି ମଧ୍ୟ ଜଳସ୍ତର ବଢ଼େ, ତେବେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ଏପରି ସ୍ଥିତିରେ ପ୍ରଭାବିତ ଅଞ୍ଚଳରେ ଶୀଘ୍ର ତ୍ରାଣ ଓ ଆବଶ୍ୟକୀୟ ସହାୟତା ପହଞ୍ଚାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
ଚଣ୍ଡିଗଡ଼:ଚଣ୍ଡିଗଡ଼ର ସେକ୍ଟର-୪୨ରେ ଶନିବାର ଏକ ଘର ଖାଲି କ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...
ଆମେରିକାର ପ୍ରମୁଖ ତଦନ୍ତକାରୀ ସଂସ୍ଥାଫେଡେରାଲ ବ୍ୟୁରୋ ଅଫ୍...
ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭ...
ଅମୃତସର:ଜଗତ ଜ୍ୟୋତ୍ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସତ୍କାର (ସ...
ସଂସଦରେPublic Examinations (Amendment) Bill, 2026ପା...
ରାଜ୍ୟରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବ...