ଖେମିନିଙ୍କ ଅନ୍ତିମ ସଂସ୍କାରରେ ଯୋଗଦାନ ପାଇଁ ମୋଦୀଙ୍କୁ ଇରାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କ ଅନ୍ତିମ ସଂସ୍କାର ଜୁଲାଇ ୪ରୁ ୯ ତାରିଖ ପର୍ଯ୍ୟନ୍ତ ମସହଦରେ ଭବ୍ୟ ଭାବେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଶ୍ୱର ଅନେକ ନେତାଙ୍କୁ ମଧ୍ୟ ଏହି ଶେଷ ଶ୍ରଦ୍ଧାଞ୍ଜଳି ସମାରୋହରେ ଆମନ୍ତ୍ରଣ କରାଯାଇଛି।
Iran President Masoud Pezeshkian invites PM Narendra Modi to attend Ayatollah Ali Khamenei's funeral ceremony in Mashhad.
Iran President Masoud Pezeshkian invites PM Narendra Modi to attend Ayatollah Ali Khamenei's funeral ceremony in Mashhad.

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କ ଅନ୍ତିମ ସଂସ୍କାରକୁ ନେଇ ଆନ୍ତର୍ଜାତୀୟ ମହଳରେ ଚର୍ଚ୍ଚା ଜୋର ଧରିଛି। ଖେମିନିଙ୍କର ଫେବ୍ରୁଆରି ୨୮ରେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ, ପ୍ରାୟ ଚାରି ମାସ ପରେ ଇରାନ ତାଙ୍କର ରାଜକୀୟ ଅନ୍ତିମ ସଂସ୍କାର ଆୟୋଜନ କରିବାକୁ ଯାଉଛି।

ଇରାନ ସରକାରଙ୍କ ସୂଚନା ଅନୁଯାୟୀ, ଜୁଲାଇ ୪ରୁ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଇରାନର ପବିତ୍ର ସହର ମସହଦରେ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମସହଦ ଖେମିନିଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏହାର ବିଶେଷ ଗୁରୁତ୍ୱ ରହିଛି।

ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ଏହି ଅବସରରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଔପଚାରିକ ନିମନ୍ତ୍ରଣ ପଠାଇଛନ୍ତି। ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରନେତା, କୂଟନୀତିଜ୍ଞ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି।

ତେବେ ଭାରତ ପକ୍ଷରୁ ଏହି ଶେଷକୃତ୍ୟରେ କିଏ ପ୍ରତିନିଧିତ୍ୱ କରିବେ, ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ। ଖେମିନିଙ୍କ ମୃତ୍ୟୁ ପରେ ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସକୁ ଯାଇ ଶୋକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ ଏବଂ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ମେ ୨୦୨୪ରେ ଇରାନର ତତ୍କାଳୀନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ପରେ ଭାରତରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା। ସେତେବେଳେ ତତ୍କାଳୀନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇ ଇରାନ ଯାଇଥିଲେ।

ଖେମିନିଙ୍କ ମରଶରୀର ଜୁଲାଇ ୪ରେ ତେହେରାନର ମୋସଲ୍ଲା କମ୍ପ୍ଲେକ୍ସରେ ସାର୍ବଜନୀନ ଦର୍ଶନ ପାଇଁ ରଖାଯିବ। ଏହା ପରେ ତେହେରାନ ଓ କୋମ ସହରରେ ବିଶାଳ ଶୋଭାଯାତ୍ରା ଆୟୋଜିତ ହେବ। ଜୁଲାଇ ୯ ତାରିଖରେ ମସହଦସ୍ଥିତ ଇମାମ ରଜା ଦରଘାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

LIVE TV
LIVE
Latest News
କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ମେଲଣ ଓ ଭସାଣି ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୩୦ରୁ ଅଧିକ ପ୍ଲାଟୁନ୍ ପୋଲିସ

କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ମେଲଣ ଓ ଭସାଣି ପାଇଁ...

କେନ୍ଦ୍ରାପଡ଼ା, ନଭେମ୍ବର ୧: କେନ୍ଦ୍ରାପଡ଼ାର ଐତିହାସିକ ଲକ...

ରାମ ଚରଣ–ସୁକୁମାରଙ୍କ ଧମାକାଦାର ରିୟୁନିଅନ୍! RC17ର ପ୍ରଥମ କ୍ଲାପ୍ ଦେଲେ ମେଗାଷ୍ଟାର ଚିରଞ୍ଜୀବୀ

ରାମ ଚରଣ–ସୁକୁମାରଙ୍କ ଧମାକାଦାର ରିୟୁନିଅନ୍! RC17ର ପ୍ରଥମ...

ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ରାମ ଚରଣ ଓ ନିର୍ଦ୍ଦେ...

ଶ୍ରମିକଙ୍କ ପିଲାଙ୍କ ବଡ଼ ସ୍ୱପ୍ନ! ମାଗଣା ପାଠପଢ଼ାରେ IAS, IPS ହେବାକୁ ଲକ୍ଷ୍ୟ

ଶ୍ରମିକଙ୍କ ପିଲାଙ୍କ ବଡ଼ ସ୍ୱପ୍ନ! ମାଗଣା ପାଠପଢ଼ାରେ...

ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...

₹୪,୦୦୦ କୋଟିର ‘ରାମାୟଣ’କୁ ନେଇ ବଡ଼ ଚର୍ଚ୍ଚା! ବଜେଟ୍ ଯେତିକି ବିଶାଳ, ଦର୍ଶକଙ୍କ ଉତ୍ସାହ ସେତିକି ଅଛି ତ?

₹୪,୦୦୦ କୋଟିର ‘ରାମାୟଣ’କୁ ନେଇ ବଡ଼ ଚର୍ଚ୍ଚା!...

ଭାରତୀୟ ସିନେମାର ସବୁଠାରୁ ଚର୍ଚ୍ଚିତ ବଡ଼ ପ୍ରୋଜେକ୍ଟ ମଧ୍ୟ...

ଗୃହମନ୍ତ୍ରୀଙ୍କ ଦକ୍ଷତା ପଦକ ପାଇବେ ୪୯୦ ପୋଲିସ କର୍ମଚାରୀ, ନକ୍ସଲ ବିରୋଧୀ ଅଭିଯାନରେ CRPFକୁ ବଡ଼ ସ୍ୱୀକୃତି

ଗୃହମନ୍ତ୍ରୀଙ୍କ ଦକ୍ଷତା ପଦକ ପାଇବେ ୪୯୦ ପୋଲିସ...

ନୂଆଦିଲ୍ଲୀ: ପୋଲିସିଂ, ଆଭ୍ୟନ୍ତରୀଣ ସୁରକ୍ଷା, ଅପରାଧ ତଦନ୍...

ଶାହରୁଖ ଖାନ୍‌ଙ୍କ ଜନ୍ମଦିନରେ ‘King’ର ବଡ଼ ଅପଡେଟ୍! ମଧ୍ୟରାତ୍ରିରେ ଆସିବ ନୂଆ ଝଲକ, ସଜୁଛି ମନ୍ନତ୍

ଶାହରୁଖ ଖାନ୍‌ଙ୍କ ଜନ୍ମଦିନରେ ‘King’ର ବଡ଼ ଅପଡେଟ୍!...

ବଲିଉଡ୍‌ର ‘କିଙ୍ଗ୍ ଖାନ୍’ ଶାହରୁଖ ଖାନ...

ଆଜିଠାରୁ OCS ମୁଖ୍ୟ ପରୀକ୍ଷା ଆରମ୍ଭ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଆଜିଠାରୁ OCS ମୁଖ୍ୟ ପରୀକ୍ଷା ଆରମ୍ଭ, ବନ୍ୟା...

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...

ବାରବାଟୀ T20 ପରେ ହେବ OCA ନିର୍ବାଚନ, ସ୍ୱତନ୍ତ୍ର ବୈଠକରେ ସହମତି

ବାରବାଟୀ T20 ପରେ ହେବ OCA ନିର୍ବାଚନ,...

କଟକ, ୧ ନଭେମ୍ବର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (O...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+