Classrooms of a government school in Khallikote were found locked overnight, disrupting classes.

ରାତାରାତି ସ୍କୁଲର ସବୁ କ୍ଲାସ୍‌ରୁମ୍‌ରେ ତାଲା, ଖଲ୍ଲିକୋଟରେ ଚାଞ୍ଚଲ୍ୟ; ବ୍ୟାହତ ହେଲା ପାଠପଢ଼ା

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ପଣ୍ଡିତଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କ୍ଲାସ୍‌ରୁମ୍‌ରେ ରାତାରାତି ତାଲା ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଲା ଖୋଲି ନପାରିବାରୁ ପାଠପଢ଼ା ବନ୍ଦ ରହିଥିବାବେଳେ ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ପଣ୍ଡିତଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାତାରାତି ବିଦ୍ୟାଳୟର ସମସ୍ତ କ୍ଲାସ୍ରୁମ୍ରେ ବାହାର ପଟୁ ତାଲା ପକାଯାଇଥିବାରୁ ଶୁକ୍ରବାର ସକାଳେ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।

ପ୍ରତିଦିନ ଭଳି ସକାଳ ପ୍ରାୟ ୧୦ଟାରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବିଦ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ ପ୍ରତ୍ୟେକ କ୍ଲାସ୍ରୁମ୍ରେ ବାହାର ପଟୁ ଦୁଇଟି ଲେଖାଏଁ ତାଲା ପଡ଼ିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତାଲା ଖୋଲିବା ସମ୍ଭବ ନହେବାରୁ ଛାତ୍ରଛାତ୍ରୀମାନେ କ୍ଲାସ୍ରେ ପ୍ରବେଶ କରିପାରିନଥିଲେ। ଫଳରେ ସେମାନେ ସ୍କୁଲ ପରିସରରେ ବାହାରେ ରହିଥିଲେ ଏବଂ ଦିନର ପାଠପଢ଼ା ବ୍ୟାହତ ହୋଇଥିଲା। ଶିକ୍ଷକମାନେ ମଧ୍ୟ ଅସହାୟ ହୋଇପଡ଼ିଥିଲେ।

ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିବା ସୂଚନା ମିଳିଛି। ତେବେ କିଏ ଏହି ତାଲା ପକାଇଛି, କେଉଁ ଉଦ୍ଦେଶ୍ୟରେ ଏଭଳି କରାଯାଇଛି ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ଅଭିଭାବକମାନେ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Latest News
ବିହାରରେ ବନ୍ୟା ସ୍ଥିତି ଗମ୍ଭୀର: ୧୪ ଜିଲ୍ଲାର ୩୫.୮୯ ଲକ୍ଷ ଲୋକ ପ୍ରଭାବିତ

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର: ୧୪ ଜିଲ୍ଲାର...

ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...

ଖଡ଼ଗପୁର-ଝାରସୁଗୁଡ଼ା ୪ ଲେନ୍‌ ରେଳପଥକୁ ମଞ୍ଜୁରୀ, ୧୦,୭୮୩ କୋଟିରେ ବଢ଼ିବ ରେଳ ନେଟୱର୍କ

ଖଡ଼ଗପୁର-ଝାରସୁଗୁଡ଼ା ୪ ଲେନ୍‌ ରେଳପଥକୁ ମଞ୍ଜୁରୀ, ୧୦,୭୮୩...

ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ ଚିକିତ୍ସା ଉପରେ ଭରସା

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ...

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...

ସ୍କ୍ରବ୍ ଟାଇଫସ୍ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗର ନଜର; ପ୍ରଭାବିତ ଅଞ୍ଚଳକୁ ଯିବ ମେଡିକାଲ ଟିମ୍

ସ୍କ୍ରବ୍ ଟାଇଫସ୍ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗର...

ଭୁବନେଶ୍ୱର: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱ...

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ ଡିଲ୍‌ ଶେଷ ପର୍ଯ୍ୟାୟରେ, ଯେକୌଣସି ସମୟରେ ବଡ଼ ଘୋଷଣା

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ...

ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ବିଜୁଳି କାଟ୍‌ରେ ଅନ୍ଧାର ହସ୍ପିଟାଲ୍; ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା

ବିଜୁଳି କାଟ୍‌ରେ ଅନ୍ଧାର ହସ୍ପିଟାଲ୍; ମୋବାଇଲ୍ ଫ୍ଲାସ୍‌...

ପୁରୀ ଜିଲ୍ଲା ସାକ୍ଷୀଗୋପାଳ କମ୍ୟୁନିଟି ହେଲ୍ଥ ସେଣ୍ଟର (CH...

ପିତାମାତାଙ୍କ ଘର ଦଖଲ କରିଥିବା ପୁଅକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌, କହିଲେ- ‘ପ୍ରଥମେ ମାଆଙ୍କୁ କ୍ଷମା ମାଗ’

ପିତାମାତାଙ୍କ ଘର ଦଖଲ କରିଥିବା ପୁଅକୁ ସୁପ୍ରିମକୋର୍ଟଙ୍କ...

ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...

ଚଳନ ହିଁ ଚିକିତ୍ସା!

ଚଳନ ହିଁ ଚିକିତ୍ସା!

ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+