ରାତାରାତି ସ୍କୁଲର ସବୁ କ୍ଲାସ୍‌ରୁମ୍‌ରେ ତାଲା, ଖଲ୍ଲିକୋଟରେ ଚାଞ୍ଚଲ୍ୟ; ବ୍ୟାହତ ହେଲା ପାଠପଢ଼ା

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ପଣ୍ଡିତଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କ୍ଲାସ୍‌ରୁମ୍‌ରେ ରାତାରାତି ତାଲା ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଲା ଖୋଲି ନପାରିବାରୁ ପାଠପଢ଼ା ବନ୍ଦ ରହିଥିବାବେଳେ ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
Classrooms of a government school in Khallikote were found locked overnight, disrupting classes.
Classrooms of a government school in Khallikote were found locked overnight, disrupting classes.

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ପଣ୍ଡିତଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାତାରାତି ବିଦ୍ୟାଳୟର ସମସ୍ତ କ୍ଲାସ୍ରୁମ୍ରେ ବାହାର ପଟୁ ତାଲା ପକାଯାଇଥିବାରୁ ଶୁକ୍ରବାର ସକାଳେ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।

ପ୍ରତିଦିନ ଭଳି ସକାଳ ପ୍ରାୟ ୧୦ଟାରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବିଦ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ ପ୍ରତ୍ୟେକ କ୍ଲାସ୍ରୁମ୍ରେ ବାହାର ପଟୁ ଦୁଇଟି ଲେଖାଏଁ ତାଲା ପଡ଼ିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତାଲା ଖୋଲିବା ସମ୍ଭବ ନହେବାରୁ ଛାତ୍ରଛାତ୍ରୀମାନେ କ୍ଲାସ୍ରେ ପ୍ରବେଶ କରିପାରିନଥିଲେ। ଫଳରେ ସେମାନେ ସ୍କୁଲ ପରିସରରେ ବାହାରେ ରହିଥିଲେ ଏବଂ ଦିନର ପାଠପଢ଼ା ବ୍ୟାହତ ହୋଇଥିଲା। ଶିକ୍ଷକମାନେ ମଧ୍ୟ ଅସହାୟ ହୋଇପଡ଼ିଥିଲେ।

ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିବା ସୂଚନା ମିଳିଛି। ତେବେ କିଏ ଏହି ତାଲା ପକାଇଛି, କେଉଁ ଉଦ୍ଦେଶ୍ୟରେ ଏଭଳି କରାଯାଇଛି ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ଅଭିଭାବକମାନେ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

LIVE TV
LIVE
Latest News
Rise & Fall 2: Ultimate Ruler ହେଲେ Gautam Gulati, Towerର ନାଁ ବଦଳାଇଲେ ‘Gautam City’

Rise & Fall 2: Ultimate Ruler...

Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...

ମନୋଜ ଜରାଙ୍ଗେଙ୍କୁ ୫୦୦ କୋଟି ଟଙ୍କା? ଭାଇରାଲ ଅଡିଓକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ଼

ମନୋଜ ଜରାଙ୍ଗେଙ୍କୁ ୫୦୦ କୋଟି ଟଙ୍କା? ଭାଇରାଲ...

ଭାଇରାଲ ଅଡିଓରେ କ’ଣ ଦାବି? ମନୋଜ ଜରାଙ୍ଗେ ପାଟି...

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସରକାରଙ୍କ ତତ୍ପରତା: ଜିଲ୍ଲାପାଳଙ୍କ ଛୁଟି ବାତିଲ୍, ଚିଲିକାରେ ୪ ଦିନ ଡଙ୍ଗା ଚଳାଚଳ ବନ୍ଦ

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସରକାରଙ୍କ ତତ୍ପରତା: ଜିଲ୍ଲାପାଳଙ୍କ...

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ: ଜ...

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ: ଜଟଣୀରେ RBI ଡାଟା ସେଣ୍ଟର ଉଦ୍‌ଘାଟନ, ରାଜଧାନୀରେ ୫୭ ପ୍ଲାଟୁନ୍ ପୋଲିସ ମୁତୟନ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ: ଜଟଣୀରେ RBI...

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ: ଜଟଣୀରେ RBI ଡାଟା ସ...

ଆନ୍ଧ୍ର ଉପକୂଳ ଆଡ଼କୁ ବାତ୍ୟା ଆଶଙ୍କା! ଓଡ଼ିଶାର ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆନ୍ଧ୍ର ଉପକୂଳ ଆଡ଼କୁ ବାତ୍ୟା ଆଶଙ୍କା! ଓଡ଼ିଶାର...

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ...

Bigg Boss 20: ScoutOP ଓ Love Gillଙ୍କ ଘନିଷ୍ଠତାକୁ ନେଇ ପ୍ରଶ୍ନ ଉଠାଇଲେ Rohit Shetty, କହିଲେ- ‘ଏହା ଠିକ୍ ଲାଗୁନାହିଁ’

Bigg Boss 20: ScoutOP ଓ Love...

‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...

ପୁରୀ ବେଳାଭୂମିରେ ବାଲୁକା କଳାରେ ମୋଦୀଙ୍କୁ ସ୍ୱାଗତ: କୋଣାର୍କ ଚକ ସହ RBI ଡାଟା ସେଣ୍ଟରର ଝଲକ ଦେଖାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ ବେଳାଭୂମିରେ ବାଲୁକା କଳାରେ ମୋଦୀଙ୍କୁ ସ୍ୱାଗତ:...

ବାଲୁକା କଳାରେ ମୋଦୀଙ୍କୁ ସ୍ୱାଗତ କଲେ ସୁଦର୍ଶନ ପଟ୍ଟନାୟକ,...

୪୦ ବର୍ଷ ପରେ ଫ୍ୟାନ୍ସଙ୍କ ସହ ‘Jailer 2’ ଦେଖିଲେ ରଜନୀକାନ୍ତ, ଥିଏଟରରେ ଧମାକା

୪୦ ବର୍ଷ ପରେ ଫ୍ୟାନ୍ସଙ୍କ ସହ ‘Jailer...

ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+