ୟୁପି ନିର୍ବାଚନ ୨୦୨୭: ବିଜେପିର CM ଚେହେରା କିଏ? କେଶବ ମୌର୍ଯ୍ୟ କହିଲେ, ‘କମଳ ଫୁଲ ହିଁ ଆମର ଚେହେରା’

ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
Keshav Prasad Maurya
Keshav Prasad Maurya

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ମାହୋଲ୍‌ ସରଗରମ ହେବାରେ ଲାଗିଛି। ବିଶେଷକରି ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରି ନିର୍ବାଚନ ଲଢ଼ିବ, ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ଭିତରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏକ ବୟାନ ରାଜ୍ୟ ରାଜନୀତିରେ ନୂଆ ଆଲୋଚନା ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିର ଚେହେରା କିଏ ହେବ ବୋଲି ପଚରାଯିବାରୁ ମୌର୍ଯ୍ୟ କହିଥିଲେ, “କମଳ ଫୁଲ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆମର ଚେହେରା।” ଅର୍ଥାତ୍‌ ଦଳ କୌଣସି ଜଣେ ନେତାଙ୍କ ନାମକୁ ଆଗୁଆ ଘୋଷଣା କରିବା ପରିବର୍ତ୍ତେ ନିଜର ନିର୍ବାଚନୀ ଚିହ୍ନ ଓ ସଂଗଠନକୁ ଆଧାର କରି ନିର୍ବାଚନ ଲଢ଼ିବାକୁ ଗୁରୁତ୍ୱ ଦେଉଛି ବୋଲି ତାଙ୍କ ବୟାନରୁ ସଙ୍କେତ ମିଳୁଛି।

ନଭେମ୍ବର ୨୪ ତାରିଖରେ ଜାଲୌନ ଗସ୍ତ ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ମୌର୍ଯ୍ୟ ଏହି ମନ୍ତବ୍ୟ ଦେଇଥିଲେ। ସେ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମ୍ଭାବ୍ୟ ମେଣ୍ଟକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଓ ମେଣ୍ଟକୁ ନେଇ ଆଲୋଚନା ଚାଲିଥିବା ବେଳେ ୨୦୨୭ରେ ବିଜେପି ପୁଣି ବହୁମତରେ ସରକାର ଗଢ଼ିବ ବୋଲି ସେ ଦାବି କରିଥିଲେ।

ତେବେ ମୌର୍ଯ୍ୟଙ୍କ ଏହି ବୟାନର ଅର୍ଥ ଏହା ନୁହେଁ ଯେ ବିଜେପି ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅଗ୍ରାହ୍ୟ କରିଦେଇଛି। ଏହା ପୂର୍ବରୁ ମଧ୍ୟ ସେ କହିଥିଲେ ଯେ ବିଜେପି ସାଧାରଣତଃ ନିର୍ବାଚନ ପୂର୍ବରୁ ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରେ ନାହିଁ। ନିର୍ବାଚନରେ ଦଳ ଜିତିବା ପରେ ନିର୍ବାଚିତ ବିଧାୟକମାନେ କେନ୍ଦ୍ରୀୟ ନେତୃତ୍ୱ ଓ ସଂସଦୀୟ ବୋର୍ଡ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବାଛିବେ। ସେହି ବ୍ୟକ୍ତି ଯୋଗୀ ଆଦିତ୍ୟନାଥ ହୋଇପାରନ୍ତି କିମ୍ବା ଅନ୍ୟ କେହି ମଧ୍ୟ ହୋଇପାରନ୍ତି ବୋଲି ସେ କହିଛନ୍ତି।

ଏହି ବୟାନକୁ ନେଇ ରାଜନୈତିକ ମହଲରେ ଭିନ୍ନଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ଗୋଟିଏ ପଟେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଓ ସରକାରର କାର୍ଯ୍ୟକୁ ନେଇ ବିଜେପି ନିଜର ନିର୍ବାଚନୀ ପ୍ରସ୍ତୁତି କରୁଛି। ଅନ୍ୟପଟେ ଦଳର ନିର୍ବାଚନୀ ଚିହ୍ନ ‘କମଳ’କୁ ମୁଖ୍ୟ ଭାବେ ଆଗକୁ ରଖିବାର ମୌର୍ଯ୍ୟଙ୍କ ବୟାନ ନେତୃତ୍ୱ ପ୍ରସଙ୍ଗକୁ ଆହୁରି ଚର୍ଚ୍ଚାକୁ ଆଣିଛି।

ଏବେ ୨୦୨୭ ନିର୍ବାଚନରେ ବିଜେପି କେଉଁ ରଣନୀତି ଆପଣାଇବ, ଯୋଗୀ ଆଦିତ୍ୟନାଥଙ୍କୁ ଆଗରେ ରଖିବ ନା ଦଳୀୟ ସଂଗଠନ ଓ ସାମୂହିକ ନେତୃତ୍ୱକୁ ଗୁରୁତ୍ୱ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Latest News
ବଦଳିବ ୧୬୫ ବର୍ଷର ପୁରୁଣା ପୁଲିସ ଆଇନ! ପର୍ଯ୍ୟାୟକ୍ରମେ ୮ ଘଣ୍ଟିଆ ଡ୍ୟୁଟିକୁ ସୁପାରିସ୍, ଆସିବ ନୂଆ ପୁଲିସ ବିଲ୍

ବଦଳିବ ୧୬୫ ବର୍ଷର ପୁରୁଣା ପୁଲିସ ଆଇନ!...

୧୮୬୧ର ପୁଲିସ ଆଇନ ବଦଳରେ ଆସିବ ନୂଆ ବିଲ୍ ବ୍ରିଟିଶ ଶାସ...

ଛାଡ଼ଖାଇରେ ଆମିଷ ବଜାର ହାଉଜାଉ! ମଟନ୍‌ କେଜି ୧୦୦୦ ଟଙ୍କା, ଇଲିଶି ୨୦୦୦; ମାସେ ପରେ ମାଛ-ମାଂସ କିଣିବାକୁ ଲମ୍ବା ଲାଇନ୍‌

ଛାଡ଼ଖାଇରେ ଆମିଷ ବଜାର ହାଉଜାଉ! ମଟନ୍‌ କେଜି...

ଛାଡ଼ଖାଇରେ ଆମିଷ ବଜାର ହାଉଜାଉ! ମଟନ୍ କେଜି ୧୦୦୦ ଟଙ୍କା,...

ଆସନ୍ତାକାଲିଠୁ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି! ୨୬ ଓ ୨୭ ତାରିଖରେ ଭକ୍ତଙ୍କୁ କେମିତି ମିଳିବ ଦର୍ଶନ?

ଆସନ୍ତାକାଲିଠୁ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି! ୨୬...

ଆସନ୍ତାକାଲିଠୁ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି!...

ଦିଲ୍ଲୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ! ସହକର୍ମୀଙ୍କ ସମେତ ୩ ଗିରଫ

ଦିଲ୍ଲୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ! ସହକର୍ମୀଙ୍କ ସମେତ...

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ...

ଏସ୍‌ଆଇ ପ୍ରଭାସିନୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼! ଚାକିରି ନଛାଡ଼ିବାକୁ ସ୍ୱାମୀ ଓ ଶାଶୂଘର ଲୋକେ ଚାପ ପକାଉଥିଲେ: ବାପାଙ୍କ ଅଭିଯୋଗ

ଏସ୍‌ଆଇ ପ୍ରଭାସିନୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼!...

ଏସ୍ଆଇ ପ୍ରଭାସିନୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼! ଚାକିରି...

ଭାରତରେ ପ୍ରଥମ ହ୍ୟୁମାନ୍ ମେଟାବଲିକ୍ ଚାମ୍ବର, ଜାଣିହେବ ଶରୀର କେତେ କ୍ୟାଲୋରି ଖର୍ଚ୍ଚ କରୁଛି

ଭାରତରେ ପ୍ରଥମ ହ୍ୟୁମାନ୍ ମେଟାବଲିକ୍ ଚାମ୍ବର, ଜାଣିହେବ...

ନୂଆଦିଲ୍ଲୀ: ଭାରତୀୟଙ୍କ ଶରୀର ଦିନକୁ କେତେ କ୍ୟାଲୋରି ଖର୍ଚ...

ଓଡ଼ିଶାରେ ଅଧାରୁ ଅଧିକ ମହିଳା ରକ୍ତହୀନତାର ଶିକାର! ବୟସ୍କ ମହିଳାଙ୍କ ସ୍ଥିତି ଅଧିକ ଚିନ୍ତାଜନକ, କିଶୋରୀଙ୍କ ମଧ୍ୟରେ ବି ଉଦ୍‌ବେଗଜନକ ଚିତ୍ର

ଓଡ଼ିଶାରେ ଅଧାରୁ ଅଧିକ ମହିଳା ରକ୍ତହୀନତାର ଶିକାର!...

ଓଡ଼ିଶାରେ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ାଇଲା ସ...

Breaking News
ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷାରେ ମୁତୟନ ହେବେ ୪୮ ପ୍ଲାଟୁନ୍ ଫୋର୍ସ ଧୋନିଙ୍କ IPL ଅବସରକୁ ନେଇ ଭାବବିହ୍ୱଳ ଇଶାନ କିଶନ, କହିଲେ- ଦେଶ ପାଇଁ ଏତେ କରିଥିବା... ଭାରତ-ଚୀନ୍ ସମେତ ୧୬ ଦେଶ ଉପରେ ଟ୍ରମ୍ପଙ୍କ ନୂଆ ଶୁଳ୍କ ଛାଟ୍! ଆମେରିକାର ବଡ଼ ପଦକ୍ଷେପ ମହାକାଶକୁ ଉଡ଼ିବ ଭାରତର ପ୍ରଥମ ଘରୋଇ ରକେଟ୍! ଆସନ୍ତା ବର୍ଷ ଲଞ୍ଚ୍ ପାଇଁ ISROର ପ୍ରସ୍ତୁତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷାରେ ମୁତୟନ ହେବେ ୪୮ ପ୍ଲାଟୁନ୍ ଫୋର୍ସ ଧୋନିଙ୍କ IPL ଅବସରକୁ ନେଇ ଭାବବିହ୍ୱଳ ଇଶାନ କିଶନ, କହିଲେ- ଦେଶ ପାଇଁ ଏତେ କରିଥିବା... ଭାରତ-ଚୀନ୍ ସମେତ ୧୬ ଦେଶ ଉପରେ ଟ୍ରମ୍ପଙ୍କ ନୂଆ ଶୁଳ୍କ ଛାଟ୍! ଆମେରିକାର ବଡ଼ ପଦକ୍ଷେପ ମହାକାଶକୁ ଉଡ଼ିବ ଭାରତର ପ୍ରଥମ ଘରୋଇ ରକେଟ୍! ଆସନ୍ତା ବର୍ଷ ଲଞ୍ଚ୍ ପାଇଁ ISROର ପ୍ରସ୍ତୁତି
+