କେରଳର ୱାୟନାଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣି ଥରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ମୁଣ୍ଡକ୍କଇ ଅଞ୍ଚଳର ମିନାକ୍ଷୀ ପୋଲ ନିକଟରେ ଟ୍ୱିନ୍ ପୋଲ ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍ ପାହାଡ଼ରୁ ବିଶାଳ ମାଟି ଅତଡ଼ା ଖସିପଡ଼ିବାରୁ ବଡ଼ ଅଘଟଣ ଘଟିଛି।
ଏହି ଭୂସ୍ଖଳନରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏହାଛଡ଼ା ୮ ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ବ୍ୟକ୍ତିମାନଙ୍କ ସନ୍ଧାନରେ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଛି।
ଭୂସ୍ଖଳନ ବେଳର ଭୟଙ୍କର ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ପାହାଡ଼ରୁ ହଠାତ୍ ବିଶାଳ ମାଟି ଅତଡ଼ା ମାଡ଼ି ଆସୁଛି ଏବଂ ରାସ୍ତାରେ ଥିବା ଏକ ତେଲ ଟ୍ୟାଙ୍କରକୁ ମଧ୍ୟ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଉଛି। ପରିସ୍ଥିତି ଦେଖି ଶ୍ରମିକ ଓ ସ୍ଥାନୀୟ ଲୋକ ଜୀବନ ବଞ୍ଚାଇବା ପାଇଁ ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ି ପଳାଇଥିଲେ।
ମିନାକ୍ଷୀ ପୋଲ ନିକଟରେ ଟ୍ୱିନ୍ ପୋଲ ନିର୍ମାଣ କାମ ଚାଲିଥିବା ସମୟରେ ଏହି ଅଘଟଣ ଘଟିଥିବାରୁ କାମରେ ନିୟୋଜିତ ଅନେକ ଶ୍ରମିକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ, ପୁଲିସ ଓ ଅଗ୍ନିଶମ ବାହିନୀକୁ ମୁତୟନ କରି ଉଦ୍ଧାର କାର୍ଯ୍ୟ ଜୋରଦାର କରିଛି।
ଏହି ଘଟଣା ପୁଣିଥରେ ୨୦୨୪ ମସିହାରେ ୱାୟନାଡରେ ଘଟିଥିବା ଭୟାବହ ଭୂସ୍ଖଳନର ସ୍ମୃତିକୁ ଉଜାଗର କରିଛି। ସେତେବେଳେ ପ୍ରାୟ ୩୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁଣ୍ଡକ୍କଇ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ପୁଣି ଥରେ ସମାନ ଅଞ୍ଚଳରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ବଲିଉଡ୍ ଅଭିନେତା ଆମିର ଖାନ ଓ ତାଙ୍କ ଦୀର୍ଘଦିନର ସାଥୀ ଗୌର...
ବଲିଉଡ୍ ସୁପରଷ୍ଟାର ଆମିର ଖାନ ସମ୍ପ୍ରତି ତାଙ୍କ ଦୀର୍ଘଦିନର...
ପ୍ରାୟ ଦୁଇ ଦଶନ୍ଧି ଧରି ଗାଜା ଷ୍ଟ୍ରିପର ବେସାମରିକ ପ୍ରଶାସ...
ସିରିଆର ରାଜଧାନୀ ଦାମାସକସ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁ...
ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳକୁ ବିଶ୍ୱସ୍ତରରେ ପରିଚିତ...
ଚୀନ୍ର ହୁବେଇ ପ୍ରଦେଶରେ ସୋମବାର ସନ୍ଧ୍ୟାରେ ହୋଇଥିବା ଭୟଙ୍...
ଟେଲିଭିଜନ ଅଭିନେତ୍ରୀଶିଳ୍ପା ଶିନ୍ଦେପୁଣିଥରେ ବିବାଦର କେନ୍...
ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନର ବିକାଶକୁ ଆହୁରି ଗତି ଦେବା...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ...
‘ଓଏମଜି ୨’ର ସଫଳତା ପରେ ନିର୍ଦ୍ଦେଶକ ଅମିତ ର...