Women recovering after family planning surgery lying on the floor at Rajkanika Community Health Centre in Kendrapara.

କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର! ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ଚଟାଣରେ ଶୋଇଲେ ମହିଳା

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ବେଡ୍ ଅଭାବରୁ ୧୪ ଜଣ ମହିଳାଙ୍କୁ ଚଟାଣରେ ଶୁଆଇ ଚିକିତ୍ସା ଦିଆଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।କେନ୍ଦ୍ରାପଡ଼ା ଜିଲ୍ଲାର ରାଜକଣିକା କମ୍ୟୁନିଟି ହେଲ୍ଥ ସେଣ୍ଟରରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ମହିଳାମାନଙ୍କ ମଧ୍ୟରୁ ଅନେକଙ୍କୁ ବେଡ୍ ନମିଳିବାରୁ ଚଟାଣରେ ଶୁଆଇ ଚିକିତ୍ସା ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରବିବାର ପ୍ରାୟ ୨୦ ଜଣ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ରାଜକଣିକା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ଆସିଥିଲେ। ଅସ୍ତ୍ରୋପଚାର ପରେ କେବଳ ୬ ଜଣଙ୍କୁ ବେଡ୍ ମିଳିଥିବା ବେଳେ ଅବଶିଷ୍ଟ ୧୪ ଜଣଙ୍କ ପାଇଁ ବେଡ୍ ଉପଲବ୍ଧ ନଥିଲା। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଚଟାଣରେ ମ୍ୟାଟ୍ ଓ ଚାଦର ବିଛାଇ ମହିଳାମାନଙ୍କୁ ଶୁଆଇ ରଖିଥିଲେ। ଅସ୍ତ୍ରୋପଚାର ପରେ ଏଭଳି ପରିସ୍ଥିତିରେ ରୋଗୀଙ୍କୁ ରଖାଯିବାକୁ ନେଇ ସେମାନଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ହସ୍ପିଟାଲର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟସେବାର ମାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଓ ଚିକିତ୍ସା ସୁବିଧା ମିଳିବା ଆବଶ୍ୟକ ଥିବା ବେଳେ ବେଡ୍ ଅଭାବ ଏଭଳି ସ୍ଥିତି ସୃଷ୍ଟି କରିଛି। ଏନେଇ ରାଜକଣିକା କମ୍ୟୁନିଟି ହେଲ୍ଥ ସେଣ୍ଟରର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ, ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ନଥିବାରୁ ସମସ୍ତ ରୋଗୀଙ୍କୁ ବେଡ୍ ଯୋଗାଇବା ସମ୍ଭବ ହୋଇନଥିଲା। ବେଡ୍ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସେ ସ୍ୱୀକାର କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା କମ୍ୟୁନିଟି ହେଲ୍ଥ ସେଣ୍ଟରରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ମହିଳାମାନଙ୍କ ମଧ୍ୟରୁ ଅନେକଙ୍କୁ ବେଡ୍ ନମିଳିବାରୁ ଚଟାଣରେ ଶୁଆଇ ଚିକିତ୍ସା ଦିଆଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ରବିବାର ପ୍ରାୟ ୨୦ ଜଣ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ରାଜକନିକା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ଆସିଥିଲେ। ଅସ୍ତ୍ରୋପଚାର ପରେ କେବଳ ୬ ଜଣଙ୍କୁ ବେଡ୍ ମିଳିଥିବା ବେଳେ ଅବଶିଷ୍ଟ ୧୪ ଜଣଙ୍କ ପାଇଁ ବେଡ୍ ଉପଲବ୍ଧ ନଥିଲା।

ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଚଟାଣରେ ମ୍ୟାଟ୍ ଓ ଚାଦର ବିଛାଇ ମହିଳାମାନଙ୍କୁ ଶୁଆଇ ରଖିଥିଲେ। ଅସ୍ତ୍ରୋପଚାର ପରେ ଏଭଳି ପରିସ୍ଥିତିରେ ରୋଗୀଙ୍କୁ ରଖାଯିବାକୁ ନେଇ ସେମାନଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ହସ୍ପିଟାଲର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଘଟଣାର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟସେବାର ମାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଓ ଚିକିତ୍ସା ସୁବିଧା ମିଳିବା ଆବଶ୍ୟକ ଥିବା ବେଳେ ବେଡ୍ ଅଭାବ ଏଭଳି ସ୍ଥିତି ସୃଷ୍ଟି କରିଛି।

ଏନେଇ ରାଜକନିକା କମ୍ୟୁନିଟି ହେଲ୍ଥ ସେଣ୍ଟରର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ, ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ନଥିବାରୁ ସମସ୍ତ ରୋଗୀଙ୍କୁ ବେଡ୍ ଯୋଗାଇବା ସମ୍ଭବ ହୋଇନଥିଲା। ବେଡ୍ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସେ ସ୍ୱୀକାର କରିଛନ୍ତି।

Latest News
ଶିକ୍ଷକ ଓ ସହପାଠୀଙ୍କ ଫଟୋକୁ ଅଶ୍ଳୀଳ କଣ୍ଟେଣ୍ଟରେ ପରିଣତ କରୁଥିଲା ଛାତ୍ର, ଗିରଫ

ଶିକ୍ଷକ ଓ ସହପାଠୀଙ୍କ ଫଟୋକୁ ଅଶ୍ଳୀଳ କଣ୍ଟେଣ୍ଟରେ...

କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି କଳା: ଘଣ୍ଟାକୁ ରୋଜଗାର ₹୧୦ ହଜାର ପର୍ଯ୍ୟନ୍ତ

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି...

ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ, ଆମେରିକାରେ ବିମାନ ତିଆରି କର ନଚେତ୍ ବଜାର ବନ୍ଦ

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ,...

ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୧୪ ଅଭିଯୁକ୍ତ ଗିରଫ

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ...

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...

GDP ଭଲ, କିନ୍ତୁ Viksit Bharat 2047 ପାଇଁ ଯଥେଷ୍ଟ ନୁହେଁ: ସୁରଜିତ ଭଲ୍ଲା, ମୋଣ୍ଟେକ ସିଂହ ଅହଲୁୱାଲିଆ

GDP ଭଲ, କିନ୍ତୁ Viksit Bharat 2047...

ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...

FBIର Most Wanted ତାଲିକାରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି; ଗିରଫ ସୂଚନା ପାଇଁ ୧.୪୨ କୋଟି ଟଙ୍କା ପୁରସ୍କାର

FBIର Most Wanted ତାଲିକାରେ ଭାରତୀୟ ବଂଶୋଦ୍ଭବ...

ଆମେରିକାର Federal Bureau of Investigation (FBI) ମଞ୍...

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ ୨୫ ଦିନକୁ କମିଲା: ଗ୍ରାହକଙ୍କ ପାଇଁ କ’ଣ ବଦଳିଲା?

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ...

ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+