କେନ୍ଦ୍ରାପଡ଼ାରେ ଅଘଟଣ: ବିରୂପା ନଦୀରେ ଗାଧୋଇବା ବେଳେ ଭାସିଗଲେ ଦମ୍ପତି, ସ୍ୱାମୀ ନିଖୋଜ

କେନ୍ଦ୍ରାପଡ଼ା ନୀଳପଡ଼ା ନିକଟ ବିରୂପା ନଦୀରେ ଗାଧୋଇବା ବେଳେ ଦମ୍ପତି ଭାସିଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପତ୍ନୀ ତିଳୋତ୍ତମା ଓଝାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାମୀ ସୁଧାକର ଓଝାଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ଧାର ଅଭିଯାନ ଜାରି ରହିଛି।
Couple swept away in Birupa River in Kendrapara, Odisha
Couple swept away in Birupa River in Kendrapara, Odisha

କେନ୍ଦ୍ରାପଡ଼ା ଜିଲ୍ଲାର ନୀଳପଡ଼ା ନିକଟ ବିରୂପା ନଦୀରେ ସୋମବାର ଭୋରୁ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଇବା ବେଳେ ଏକ ଦମ୍ପତି ପ୍ରଖର ସ୍ରୋତରେ ଭାସିଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ସୌଦିଆ ଅଞ୍ଚଳରୁ ଆସିଥିବା ଏହି ଦମ୍ପତି ଭୋର ପ୍ରାୟ ୩ଟାରେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍‌ ନଦୀ ସ୍ରୋତରେ ଦୁହେଁ ଭାସିଯାଇଥିବା ଜଣାପଡ଼ିଛି। ଏହାପରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା।

ଘଟଣାରେ ପତ୍ନୀ ତିଳୋତ୍ତମା ଓଝାଙ୍କୁ ବିରୂପା ନଦୀରୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଇନ୍ଦୁପୁର କମ୍ୟୁନିଟି ହେଲ୍‌ଥ ସେଣ୍ଟରରେ ଭର୍ତ୍ତି କରାଯାଇଛି।

ତେବେ ତାଙ୍କ ସ୍ୱାମୀ ସୁଧାକର ଓଝାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ସେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ତାଳୁଆ ଅଞ୍ଚଳର ବୋଲି ସୂଚନା ମିଳିଛି। ତାଙ୍କୁ ଖୋଜିବା ପାଇଁ ବରୀ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଗଜପତିରେ ମଧ୍ୟ ନଦୀରେ ନିଖୋଜ

ଏହିପରି ଆଉ ଏକ ଘଟଣା ଗଜପତି ଜିଲ୍ଲାରେ ଘଟିଛି। ଶନିବାର ସକାଳେ ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି।

ନିଖୋଜ ବ୍ୟକ୍ତିଜଣକ ପାରଳାଖେମୁଣ୍ଡି ଉପକଣ୍ଠ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଅମରା ଗାଁର ଦୁର୍ଗା ପ୍ରସାଦ ପାଣିଗ୍ରାହୀ ବୋଲି ଜଣାପଡ଼ିଛି। ସେ ଭୋର ପ୍ରାୟ ୫ଟାରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ଘରକୁ ଫେରିନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିଛି ଗ୍ରାମବାସୀ ତାଙ୍କୁ ନଦୀ ସ୍ରୋତରେ ଭାସିଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିବା ରିପୋର୍ଟରେ କୁହାଯାଇଛି।

LIVE TV
LIVE
Latest News
ଏସିଆ କପ୍‌ ହକିରେ ଭାରତର ଦମଦାର ପ୍ରଦର୍ଶନ: ଗୋଟିଏ ଦିନରେ ପୁରୁଷ-ମହିଳା ଜୁନିୟର ଦଳ ଚାମ୍ପିୟନ୍‌

ଏସିଆ କପ୍‌ ହକିରେ ଭାରତର ଦମଦାର ପ୍ରଦର୍ଶନ:...

ଜୁନିୟର ଏସିଆ କପ୍‌ ହକିରେ ଭାରତୀୟ ଦଳର ଦବଦବା ଦେଖିବ...

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ ହରନେକ ସିଂହ, ବିମାନବନ୍ଦରରୁ ଗିରଫ କଲା ସିବିଆଇ

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ...

ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩ ଝିଅଙ୍କୁ ହତ୍ୟା ଅଭିଯୋଗ, ଫେରାର ସ୍ୱାମୀଙ୍କୁ ଖୋଜୁଛି ପୁଲିସ

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩...

ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ସମୟ ପୂର୍ବରୁ ମୁକ୍ତି ଆବେଦନ ଖାରଜ

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା,...

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ ଗରମ ମାସ ତାଲିକାରେ ଅଗଷ୍ଟ, ତାପମାତ୍ରା ୧.୬୫°C ଅଧିକ

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ...

ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...

ଏସିଆ କପ୍‌ ଟ୍ରଫି ହାତେଇଲା ଭାରତ; ନକ୍‌ଭୀଙ୍କଠାରୁ ଟ୍ରଫି ନନେଇ ଚର୍ଚ୍ଚାରେ ମହିଳା ଟିମ୍‌

ଏସିଆ କପ୍‌ ଟ୍ରଫି ହାତେଇଲା ଭାରତ; ନକ୍‌ଭୀଙ୍କଠାରୁ...

ମହିଳା ଏସିଆ କପ୍‌ରେ ଭାରତୀୟ ମହିଳା ଦଳ ପୁଣିଥରେ ନିଜ...

‘ଟ୍ରଫିରେ କିଛି ଫରକ ପଡ଼େନି...’, ନକଭିଙ୍କ ହାତରୁ ଟ୍ରଫି ନନେବା ନେଇ BCCI ସଚିବଙ୍କ ବଡ଼ ବୟାନ

‘ଟ୍ରଫିରେ କିଛି ଫରକ ପଡ଼େନି...’, ନକଭିଙ୍କ ହାତରୁ...

ମହିଳା ଏସିଆ କପ୍‌ ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନ୍&z...

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି, ଧରାପଡ଼ିଲେ ୨୪ ବର୍ଷୀୟ ଯୁବକ; AI ବ୍ୟବହାର ନେଇ ତଦନ୍ତ

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି,...

ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...

୩୨ ବଲ୍‌ରୁ ୮୨ ରନ୍‌! ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂରେ ଆଫଗାନିସ୍ତାନକୁ ହରାଇଲା ଭାରତ

୩୨ ବଲ୍‌ରୁ ୮୨ ରନ୍‌! ଅଭିଷେକ ଶର୍ମାଙ୍କ...

ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଚାଲିଲା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+