ବ୍ରିଟେନ୍ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିଅର୍ ଷ୍ଟାର୍ମର ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଲେବର୍ ପାର୍ଟି ଭିତରେ ତାଙ୍କ ନେତୃତ୍ୱକୁ ନେଇ ବଢ଼ୁଥିବା ପ୍ରଶ୍ନ ଓ ଚାପ ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
ଦେଶବାସୀଙ୍କୁ ସମ୍ବୋଧିତ କରି ଷ୍ଟାର୍ମର କହିଥିଲେ ଯେ, ଦଳର ଭବିଷ୍ୟତ ଓ ଆଗାମୀ ନିର୍ବାଚନ ପାଇଁ ସର୍ବୋତ୍ତମ ନେତୃତ୍ୱ କିଏ ଦେଇପାରିବ, ସେହି ପ୍ରଶ୍ନ ଏବେ ଉଠୁଛି। ଦଳୀୟ ସହକର୍ମୀଙ୍କ ମତାମତକୁ ସମ୍ମାନ ଜଣାଇ ସେ ଲେବର୍ ପାର୍ଟି ନେତା ପଦରୁ ମଧ୍ୟ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।
ଷ୍ଟାର୍ମର କହିଛନ୍ତି ଯେ, ସେ ନିଜ ନିଷ୍ପତ୍ତି ସମ୍ପର୍କରେ ରାଜାଙ୍କୁ ଅବଗତ କରାଇଛନ୍ତି। ଏହାସହ ଲେବର୍ ପାର୍ଟିର ନ୍ୟାସନାଲ୍ ଏକ୍ସିକ୍ୟୁଟିଭ୍ କମିଟିକୁ ନୂତନ ନେତା ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି, ଯାହାଦ୍ୱାରା ସେପ୍ଟେମ୍ବରରେ ସଂସଦର ପରବର୍ତ୍ତୀ ଅଧିବେଶନ ପୂର୍ବରୁ ନୂତନ ନେତା ଚୟନ ହୋଇପାରିବେ।
ଭାବପ୍ରବଣ ଭାଷଣରେ ସେ ନିଜ ପତ୍ନୀ ଭିକ୍ଟୋରିଆଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଭଲ ଓ ଖରାପ ସମୟରେ ସେ ସବୁବେଳେ ତାଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି। ପଦ ଛାଡ଼ିବା ପରେ ପରିବାର ସହ ଅଧିକ ସମୟ ବିତାଇବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି।
ଲେବର୍ ପାର୍ଟି ନୂତନ ନେତା ଚୟନ ପାଇଁ ଜୁଲାଇ ୯ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିବ ଏବଂ ଜୁଲାଇ ୧୬ରେ ଏହା ଶେଷ ହେବ। ପ୍ରତିଯୋଗିତା ହେଲେ ସେପ୍ଟେମ୍ବର ପୂର୍ବରୁ ନୂତନ ନେତା ଚୟନ ସମ୍ପନ୍ନ ହେବ।
ଗତ କିଛି ମାସ ଧରି ଷ୍ଟାର୍ମରଙ୍କ ଉପରେ ରାଜନୈତିକ ଚାପ ବଢ଼ିଥିଲା। ସ୍ଥାନୀୟ ନିର୍ବାଚନରେ ଲେବର୍ ପାର୍ଟିର ଖରାପ ପ୍ରଦର୍ଶନ ଏବଂ ଦଳ ଭିତରେ ଅସନ୍ତୋଷ ତାଙ୍କ ସ୍ଥିତିକୁ ଦୁର୍ବଳ କରିଥିଲା। ବର୍ତ୍ତମାନ ତାଙ୍କ ଇସ୍ତଫା ପରେ ବ୍ରିଟେନ୍ ରାଜନୀତିରେ ନୂତନ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି।
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ବିଭି...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଆଗାମୀ ଫିଲ୍ମ &lsq...