ଓଡ଼ିଶା ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ। ରାଜ୍ୟର ପ୍ରତିଭାବାନ ଗାୟିକାଜ୍ୟୋତିର୍ମୟୀ ନାୟକଦେଶର ଲୋକପ୍ରିୟ ସଙ୍ଗୀତ ରିଅଲିଟି ଶୋ **‘ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬’**ର ଗ୍ରାଣ୍ଡ ଫାଇନାଲେରେ ସ୍ଥାନ ସୁନିଶ୍ଚିତ କରିଛନ୍ତି। ତାଙ୍କ ସୁମଧୁର କଣ୍ଠ ଓ ଲଗାତାର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ଦେଶବ୍ୟାପୀ ପ୍ରଶଂସା ସାଉଁଟିଛନ୍ତି।
ଏହି ସଫଳତା ପରେ ଓଡ଼ିଶାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀମୋହନ ମାଝୀମଧ୍ୟ ଜ୍ୟୋତିର୍ମୟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମXରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଜାତୀୟ ସ୍ତରର ସମ୍ମାନଜନକ ସଙ୍ଗୀତ ମଞ୍ଚ **‘ଇଣ୍ଡିଆନ୍ ଆଇଡଲ୍’**ର ଗ୍ରାଣ୍ଡ ଫାଇନାଲେରେ ପହଞ୍ଚି ଜ୍ୟୋତିର୍ମୟୀ ନାୟକ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କ ସୁମଧୁର କଣ୍ଠରେ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଆଗାମୀ ଫାଇନାଲେ ପାଇଁ ସେ ତାଙ୍କୁ ଅଶେଷ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଛନ୍ତି।
ଭୁବନେଶ୍ୱରର ଏହି ଗାୟିକା ଏବେତନିଷ୍କ ଶୁକ୍ଲା, ଅଂଶିକା ଚୋଙ୍କର, ସୁହେଲ୍ ଏବଂ ମନରାଜ ବୀର ସିଂହଙ୍କ ସହ ଟାଇଟଲ୍ ପାଇଁ ପ୍ରତିଯୋଗିତା କରିବେ।
ଚଳିତ ସିଜନ୍ର ବିଚାରକ ଭାବେବିଶାଲ ଦଦଲାନୀ, ଶ୍ରେୟା ଘୋଷାଲ ଓ ବାଦଶାହଦାୟିତ୍ୱ ନିର୍ବାହ କରୁଛନ୍ତି। ଜ୍ୟୋତିର୍ମୟୀଙ୍କ ଗାୟନକୁ ସେମାନେ ବାରମ୍ବାର ପ୍ରଶଂସା କରିଆସୁଛନ୍ତି।
ବର୍ତ୍ତମାନ ‘ଇଣ୍ଡିଆନ୍ ଆଇଡଲ୍ ୧୬’ର ଗ୍ରାଣ୍ଡ ଫାଇନାଲେକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିବା ବେଳେ ଫାଇନାଲ୍ ପର୍ବର ପ୍ରସାରଣ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଆମେରିକାର Federal Bureau of Investigation (FBI) ମଞ୍...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...