ଝାଡ଼ଖଣ୍ଡ ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ (JSCB) ସହ ଜଡ଼ିତ କଥିତ ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶୁକ୍ରବାର ଓଡ଼ିଶା ଓ ଝାଡ଼ଖଣ୍ଡର ୭ଟି ସ୍ଥାନରେ ଚଢ଼ାଉ କରିଛି।
ED ଅଧିକାରୀଙ୍କ ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ସେରାଇକେଲାସ୍ଥିତ JSCB ଶାଖାରେ ହୋଇଥିବା କଥିତ ବଡ଼ ଧରଣର ଠକେଇ ମାମଲାକୁ ନେଇ ଏହି ସର୍ଚ୍ଚ ଓ ସିଜର ଅପରେସନ୍ କରାଯାଇଛି।
ଏହି ଚଢ଼ାଉPrevention of Money Laundering Act (PMLA)ର ଧାରା ୧୭ଅନୁଯାୟୀ କରାଯାଇଥିବା ED ଅଧିକାରୀମାନେ କହିଛନ୍ତି।
ଶୁକ୍ରବାର ସକାଳୁ ସନ୍ଦେହଭାଜନଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଚାଲିଥିଲା। ଏଥିରେ ରାଜ୍ୟ ପୁଲିସ ଓ ସୁରକ୍ଷା ବାହିନୀଙ୍କ ସହଯୋଗ ନିଆଯାଇଥିବା ସୂଚନା ମିଳିଛି।
ED ଅଧିକାରୀଙ୍କ ଅନୁଯାୟୀ, ବ୍ୟବସାୟୀ ସଞ୍ଜୟ କୁମାର ଡାଲମିଆ ଏବଂ ସେତେବେଳର JSCB ଅଧିକାରୀମାନଙ୍କ ମଧ୍ୟରେ କଥିତ ସମନ୍ୱୟ ମାଧ୍ୟମରେ ବ୍ୟାଙ୍କ ସହ ଠକେଇ କରାଯାଇଥିବା ଅଭିଯୋଗକୁ ନେଇ ତଦନ୍ତ ଚାଲିଛି।
ଏହି ମାମଲାରେ କଥିତ ଆର୍ଥିକ ଅନିୟମିତତା ଏବଂ ଏଥିରେ ସମ୍ପୃକ୍ତ ଲୋକଙ୍କ ଭୂମିକା ସମ୍ପର୍କରେ ED ତଦନ୍ତ କରୁଛି।
ED ସହ ଜଡ଼ିତ ଅଧିକାରୀଙ୍କ କହିବା ଅନୁଯାୟୀ, ମନି ଲଣ୍ଡରିଂ ତଦନ୍ତ ପାଇଁ ଆବଶ୍ୟକ ଦଲିଲ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିବା ଚଢ଼ାଉର ମୁଖ୍ୟ ଉଦ୍ଦେଶ୍ୟ।
EDର ରାଞ୍ଚି ଜୋନ୍ ୟୁନିଟ୍ PMLA ଅଧୀନରେ ଏହି JSCB ମାମଲାର ତଦନ୍ତ କରୁଛି। ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ଏବଂ କଥିତ ଆର୍ଥିକ କାରବାରର ସମ୍ପୂର୍ଣ୍ଣ ତଥ୍ୟ କ’ଣ, ସେନେଇ ତଦନ୍ତ ଜାରି ରହିଛି।
N Chandrasekaranଙ୍କ କାହାଣୀ ଗ୍ରାମୀଣ ସରକାରୀ ସ୍କୁଲରୁ...
ଅଭିନେତାରୁ ରାଜନେତା ଏବଂ ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ...
ଶୁକ୍ରବାର Tata Groupର ଅଧିକାଂଶ ଷ୍ଟକ୍‌ରେ ହଠାତ୍&z...
୨୦୨୬ର ପୋଷ୍ଟ-ମୌସୁମୀ ଋତୁକୁ ନେଇ ବାତ୍ୟା କାର୍ଯ୍ୟକଳାପର ଏ...
ଭାରତରେ ଚାଉଳ ଉତ୍ପାଦନକୁ ନେଇ ଆସିଛି ଚିନ୍ତାଜନକ ଖବର।ଦୁର୍...
‘କଚ୍ଚା ବାଦାମ’ ରିଲ୍‌ ଜରିଆରେ ଲୋକପ୍ର...
ଗୁରୁବାର ଭାରତୀୟ ଶେୟର ବଜାରରେ ମିଶ୍ରିତ କାରବାର ଦେଖିବାକୁ...
‘Hanuman Ansh’ବକ୍ସ ଅଫିସ୍ରେ ଲଗାତାର ଚମକ...
ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ ତଥା **Fil...