Jio Platformsର IPO ଭାରତୀୟ Capital Marketରେ ଏକ ବଡ଼ ମାଇଲଷ୍ଟୋନ୍ ସୃଷ୍ଟି କରିଛି। IPO ପରେ କମ୍ପାନୀର implied valuation ପ୍ରାୟ₹10.3 ଲକ୍ଷ କୋଟିହୋଇଛି। କମ୍ପାନୀ ୨୭ କୋଟି ନୂଆ ଶେୟାର ₹1,119 ପ୍ରତି ଶେୟାର ଦାମରେ ଜାରି କରିଛି। ଏହା ସହ Jio Platforms ଭାରତର ସବୁଠାରୁ ବଡ଼ IPOଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି।
୨୮ ଅକ୍ଟୋବରରେ Listing:Jio Platformsର ଶେୟାର ବୁଧବାର NSE ଓ BSEରେ ତାଲିକାଭୁକ୍ତ ହେବ। ଏବେ ନିବେଶକଙ୍କ ନଜର Listing Price ଉପରେ ରହିଛି। IPO price ₹1,119 ଥିବା ବେଳେ ବଜାରରେ strong demand ଓ grey-market indications ଯୋଗୁ premium listing ନେଇ ଆଶା ବଢ଼ିଛି। ତେବେ ପ୍ରକୃତ Listing Price ବଜାର ଖୋଲିବା ପରେ ହିଁ ନିର୍ଦ୍ଧାରିତ ହେବ।
ଯଦି Jio Platformsର ଶେୟାର ₹1,119 IPO price ଉପରେ୨୦% premium, ଅର୍ଥାତ୍ ପ୍ରାୟ₹1,340ରେ Listing ହୁଏ, ତେବେ କମ୍ପାନୀର market capitalisation ₹12.3 ଲକ୍ଷ କୋଟିରୁ ଅଧିକ ହୋଇପାରେ। ଏପରି ହେଲେ Jio Platforms, ଏହାର parent company Reliance Industries ପରେ ଭାରତର ଦ୍ୱିତୀୟ ସବୁଠାରୁ ମୂଲ୍ୟବାନ listed company ହୋଇପାରେ।
ବର୍ତ୍ତମାନ IPO valuation ଆଧାରରେ Jio Platforms ଭାରତର ଚତୁର୍ଥ ସବୁଠାରୁ ବଡ଼ company by market capitalisation ଭାବେ ରହିଛି। Reliance Industries, Bharti Airtel ଓ HDFC Bank ପରେ Jioର ସ୍ଥାନ ରହିଛି।
Jio Platformsର IPOକୁ ନିବେଶକଙ୍କ ଭାରି response ମିଳିଥିଲା। IPO ପ୍ରାୟ୨୨.୧୯ ଗୁଣା subscribeହୋଇଥିବା ବେଳେ ମୋଟ demand ପ୍ରାୟ ₹7.4 ଲକ୍ଷ କୋଟି ଥିଲା। IPOରେ ପ୍ରାୟ ୧.୪ କୋଟି applications ମିଳିଥିଲା।
QIB categoryରେ ମଧ୍ୟ ଜବରଦସ୍ତ demand ଦେଖାଯାଇଥିଲା। ଏହି ବିଶାଳ investor interest ଯୋଗୁ Jio Platformsର Listingକୁ ନେଇ Share Marketରେ ଚର୍ଚ୍ଚା ଆହୁରି ବଢ଼ିଛି।
Jio Platformsର strong Listing ହେଲେ Reliance Groupର ମୋଟ listed market capitalisation ମଧ୍ୟ ବହୁତ ବଢ଼ିପାରେ। Jio Platformsର ₹10.3 ଲକ୍ଷ କୋଟି valuation ଓ Reliance Industriesର market valueକୁ ମିଶାଇଲେ ଗ୍ରୁପ୍ର combined market capitalisation ₹27 ଲକ୍ଷ କୋଟିରୁ ଅଧିକ ହୋଇପାରେ।
ତେବେ premiumରେ Listing ହେବ କି ନାହିଁ, ଏବଂ Listing ପରେ Jio Platformsର share price କେଉଁ ଦିଗକୁ ଯିବ—ଏବେ ନିବେଶକଙ୍କ ନଜର ଏହି ଦୁଇଟି ଦିଗ ଉପରେ ରହିଛି।
ବାତ୍ୟା ‘ଆର୍ଣ୍ଣବ’ର ପ୍ରଭାବ ଏବେ ଓଡ଼ିଶାର ଉ...
ବାତ୍ୟା ‘ଆର୍ଣ୍ଣବ’କୁ ନେଇ ଦକ୍ଷିଣ ଓଡ଼ିଶାରେ...
Karthik Subbarajଙ୍କ ନିର୍ଦ୍ଦେଶିତ ‘Dorothy&rsq...
ଡ. ପୋମା ଟୁଡୁ ହେଲେ କୃଷି ନିର୍ଦ୍ଦେଶକ ସରକାରୀ ଅଦଳବଦଳ...
ବାତ୍ୟା ‘ଆର୍ଣ୍ଣବ’ର ପ୍ରଭାବକୁ ନେଇ ଓଡ଼ିଶାର...
ରିଅଲିଟି ଶୋ’ **‘Rise & Fall Season...
‘Rise & Fall Season 2’ର ନୂଆ ଏପିସୋଡ...
Karan Joharଙ୍କ ଲୋକପ୍ରିୟ ‘Student of the Year...