ବାତ୍ୟା ‘ଆର୍ଣ୍ଣବ’ର ପ୍ରଭାବ ଏବେ ଓଡ଼ିଶାର ଉପକୂଳ ଅଞ୍ଚଳରେ ଅନୁଭୂତ ହେଉଛି। ପୁରୀ ଜିଲ୍ଲାର କୋଣାର୍କ ଓ ଚନ୍ଦ୍ରଭାଗା ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ମଝିରେ ମଝିରେ ବର୍ଷା ଓ ପବନ ଜାରି ରହିଛି।
ବାତ୍ୟା ପ୍ରଭାବରେ ଚନ୍ଦ୍ରଭାଗା ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବଡ଼ ବଡ଼ ଢେଉ କୂଳକୁ ମାଡ଼ି ଆସୁଥିବାରୁ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଉଛି। ସୁରକ୍ଷା ପାଇଁ ଉପକୂଳରେ ସତର୍କତା ବଢ଼ାଯାଇଛି।
ସମୁଦ୍ର ଅଶାନ୍ତ ରହିବା ସହ ବାତ୍ୟା ଚେତାବନୀ ପରେ କୋଣାର୍କ ଅଞ୍ଚଳର ମତ୍ସ୍ୟଜୀବୀମାନେ ଦୁଇ ଦିନ ହେଲା ସମୁଦ୍ରକୁ ମାଛ ଧରିବାକୁ ଯାଉନାହାନ୍ତି। ସରକାରୀ ନିର୍ଦ୍ଦେଶ ଅନୁସାରେ ସେମାନେ ଡଙ୍ଗା ଓ ମାଛଧରା ଜାଲକୁ କୂଳରେ ସୁରକ୍ଷିତ ଭାବେ ରଖିଛନ୍ତି।
ତେବେ ମାଛଧରା ବନ୍ଦ ହେବା ଯୋଗୁ ଦୈନିକ ଆୟ ଉପରେ ପ୍ରଭାବ ପଡ଼ିଛି। ସମୁଦ୍ର ଉପରେ ନିର୍ଭର କରୁଥିବା ଅନେକ ମତ୍ସ୍ୟଜୀବୀ ପରିବାର ଏଥିପାଇଁ ଚିନ୍ତାରେ ଅଛନ୍ତି।
ବାତ୍ୟା ‘ଆର୍ଣ୍ଣବ’ ଯୋଗୁ ଉପକୂଳରେ ସମୁଦ୍ର ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏହି କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଅନ୍ୟପଟେ, ଚନ୍ଦ୍ରଭାଗାରେ ଅଶାନ୍ତ ସମୁଦ୍ର ଥିବାରୁ ପର୍ଯ୍ୟଟକମାନେ ମଧ୍ୟ ସମୁଦ୍ରରେ ପ୍ରବେଶ ନକରିବାକୁ କୁହାଯାଇଛି।
ବାତ୍ୟା ନିକଟତର ହେଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ଓ ସମୁଦ୍ରର ସ୍ଥିତି ଉପରେ ନଜର ରଖାଯାଇଛି।
ୟାନମ ନିକଟରେ ଲ୍ୟାଣ୍ଡଫଲ୍‌ର ସମ୍ଭାବନା IMDର ଆକଳ...
ପ୍ରଥମ ଇନିଂସ୍‌ରେ ୧୧୩, ପରେ ଅବିଶ୍ୱସନୀୟ ପ୍ରତ୍ୟାବର...
ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକ...
ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଘଟିଲା ଘଟଣା ସୋମବାର ବାକୁର...
‘୨୦୨୮ ଅଲିମ୍ପିକ୍ସରେ ଖେଳିବାକୁ ଚାହୁଁଛି’...
ନିର୍ବାଚନ ପରାଜୟ ପରେ ଆସିଲା ଆଦେଶ ଅକ୍ଟୋବର ୨୫ରେ ହୋଇଥ...
ମୋହିତ ଶର୍ମାଙ୍କୁ ବୋଲିଂ କୋଚ୍ ଦାୟିତ୍ୱ ୩୮ ବର୍ଷୀୟ ମୋ...
କ’ଣ ଥିଲା ଭାଇରାଲ୍ ଭିଡିଓରେ? ବିହାର କଂଗ୍ରେସ ମ...