କୋଣାର୍କ: ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ ପାଇଁ ସଜେଇ ହୋଇଛି କୋଣାର୍କ ନାଟ୍ୟମଣ୍ଡପ। ଆଜି, ଅଗଷ୍ଟ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏଠାରେ ଆୟୋଜିତ ହେବ ଝୁଲଣ ଉତ୍ସବ। ଏଥିରେ ଦେଶର ବିଭିନ୍ନ ଅଞ୍ଚଳର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରାକୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ।
ଉତ୍ସବରେ ଓଡ଼ିଶୀ, ଭରତନାଟ୍ୟମ୍, କଥକ, ମୋହିନୀଆଟ୍ଟମ୍ ଓ ମୂଳ ଚର୍ଯ୍ୟା ନୃତ୍ୟ ପରି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ। ଏହା ସହିତ ଓଡ଼ିଶୀ କଣ୍ଠସଙ୍ଗୀତ, ସିତାର, ବଂଶୀ, ତବଲା, ପଖାଉଜ, ହାରମୋନିୟମ୍ ଓ ମଞ୍ଜିରା ଭଳି ବାଦ୍ୟ ଓ ସଙ୍ଗୀତ ପରିବେଷଣ ମଧ୍ୟ ଉତ୍ସବର ମୁଖ୍ୟ ଆକର୍ଷଣ ରହିବ।
୧୯୮୬ ମସିହାରେ ଓଡ଼ିଶୀ ଗୁରୁ ତଥା ମର୍ଦ୍ଦଳ ବାଦକ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ଗୁରୁ ଜବାହର ମିଶ୍ରଙ୍କ ବଂଶୀବାଦନ ପରିବେଷଣ ହେବ।
ଏହାପରେ ସୁହାନୀ ଚାଟାର୍ଜୀଙ୍କ ଭରତନାଟ୍ୟମ୍ ଏବଂ ଅନିଶା ମଣ୍ଡଳ ଓ ସଞ୍ଜୟ ଶ’ଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ରହିଛି।
ଦ୍ୱିତୀୟ ଦିନରେ ପଖାଉଜ, ହାରମୋନିୟମ୍ ଓ ମଞ୍ଜିରା ବାଦନ ପରେ ଗାୟତ୍ରୀ ଖୁଣ୍ଟିଆଙ୍କ ଓଡ଼ିଶୀ ଓ ମାହାରୀ ନୃତ୍ୟ ପରିବେଷଣ ହେବ। ଆୟୋଜକ ନାଟ୍ୟମଣ୍ଡପ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ପରିବେଷଣ ରହିବ।
ଅଗଷ୍ଟ ୨୬ରେ ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ସିତାରବାଦନ ପରିବେଷଣ ହେବ। ଏହାପରେ କୃତିୟା ନରସିଂହ ରଣାଙ୍କ ଓଡ଼ିଶୀ ଏବଂ ଆଚାର୍ଯ୍ୟ ଭାନିଦ୍ୱିଜା ରୟଙ୍କ ମୂଳ ଚର୍ଯ୍ୟା ନୃତ୍ୟ ଦେଖିବାକୁ ମିଳିବ।
ଚତୁର୍ଥ ଦିନରେ ବିଜୟଲକ୍ଷ୍ମୀ ରାଉତରାୟଙ୍କ ଓଡ଼ିଶୀ କଣ୍ଠସଙ୍ଗୀତ, ଆଲେକ୍ସ ରାଫେଲଙ୍କ ମୋହିନୀଆଟ୍ଟମ୍ ଏବଂ ଶ୍ରୀମୟୀ ଦେବସ୍ମିତାଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ରହିଛି।
୫ ଦିନିଆ ଝୁଲଣ ଉତ୍ସବର ଶେଷ ସନ୍ଧ୍ୟାରେ ଗୁରୁ କୁଳମଣି ସାହୁଙ୍କ ତବଲାବାଦନ ପରେ ପ୍ରୀତିଶା ମହାପାତ୍ରଙ୍କ ଓଡ଼ିଶୀ ଏବଂ ସାନଭି ପାଲଙ୍କ କଥକ ନୃତ୍ୟ ପରିବେଷଣ ହେବ।
ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନଙ୍କ କହିବାନୁସାରେ, ଭାରତୀୟ ପ୍ରଦର୍ଶନ କଳାର ପରମ୍ପରାକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ସହ ଶିଳ୍ପୀମାନଙ୍କୁ ନିଜର କଳା ପରିବେଷଣ ପାଇଁ ମଞ୍ଚ ଯୋଗାଇ ଦେବା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।
କାନାଡାର ଏଡମଣ୍ଟନ୍‌ସ୍ଥିତ ଏକ ଶିଖ୍ ଗୁରୁଦ୍ୱାରରେ ଭୋ...
ଗାୟତ୍ରୀ ଗୋପୀଚନ୍ଦ ଓ ତ୍ରିସା ଜଲି ଭାରତୀୟ ବ୍ୟାଡମିଣ୍ଟନ ପ...
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍‌ରେ ରବ...
ନୂଆଦିଲ୍ଲୀରେ ରବିବାର ଫ୍ରାନ୍ସ ବ୍ୟାଡମିଣ୍ଟନ୍‌ ଇତିହ...
ସାମାଜିକ କର୍ମୀ ତେହସିନ ପୁନାୱାଲା ଶନିବାର ଦିଲ୍ଲୀର ଜନ୍ତର...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
ଭୁବନେଶ୍ୱର/ନୂଆଦିଲ୍ଲୀ: ସୁନା ଗହଣା, ଲକ୍‌ଜୁରୀ ହ୍ୟା...