ଝାଡ଼ଖଣ୍ଡରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ପ୍ରାଣହାନି ଘଟିଛି। ରାଜ୍ୟର ରାମଗଡ଼-ବୋକାରୋ ମୁଖ୍ୟରାସ୍ତାର ଲାରି ଗାଁ ନିକଟରେ ଏକ ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଛି।
ଦୁର୍ଘଟଣା ବେଳେ ପିକଅପ୍ ଭ୍ୟାନ୍ରେ ଯାତ୍ରା କରୁଥିବା ୮ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସଙ୍କ ସହଯୋଗରେ ଆହତମାନଙ୍କୁ ପ୍ରଥମେ ରାମଗଡ଼ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ପିକଅପ୍ ଭ୍ୟାନ୍ରେ ଥିବା ସମସ୍ତେ ଏକ ତାଶା ପାର୍ଟିର ସଦସ୍ୟ ଥିଲେ। ସେମାନେ ମହରମ୍ ମହୋତ୍ସବରେ ଯୋଗଦେଇ ନିଜ ଗାଁକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ ପିକଅପ୍ ଭ୍ୟାନ୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ପୁଲିସ ଘଟଣାସ୍ଥଳରୁ ଟ୍ରକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ତାଙ୍କୁ ଧରିବା ପାଇଁ ତଲାସି ଚଳାଇଛି।
ହର୍ମୁଜ୍ ପ୍ରଣାଳୀରେ ସମ୍ପ୍ରତି ହୋଇଥିବା ଡ୍ରୋନ୍ ଆକ୍ରମଣ ପ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧୀ ଅଭି...
ସୁବର୍ଣ୍ଣପୁର, ୨୬ ଜୁନ୍: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କଂଗ୍ର...
ଜ୍ୟେଷ୍ଠ ଶୁକ୍ଲ ପୂର୍ଣ୍ଣିମା ଅବସରରେ ପାଳିତ ହେବାକୁ ଥିବା...
ଓଡ଼ିଶାର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପ ବି...
ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ମାର୍ଗ ମଧ୍ୟରୁ ଅନ୍ୟ...
ଓଡ଼ିଶାରେ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଚାଲିଥିବା ଅଭିଯାନ...