ଜାପାନରେ ପ୍ରବଳ ତାତି ଓ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। ମଙ୍ଗଳବାର (୨୧ ଜୁଲାଇ) ଦେଶର ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିଥିବାରୁ ଜାପାନ ପାଣିପାଗ ସଂସ୍ଥା (JMA) ପ୍ରଥମ ଥର ପାଇଁ ‘କୋକୁଶୋବି’ ବା ‘ପୀଡ଼ାଦାୟକ ଗ୍ରୀଷ୍ମ ଦିନ’ ଭାବେ ଏହାକୁ ଆନୁଷ୍ଠାନିକ ଭାବେ ରେକର୍ଡ କରିଛି।
ଚଳିତ ବର୍ଷ ଏପ୍ରିଲରେ ଏହି ଶବ୍ଦର ପ୍ରଚଳନ କରାଯାଇଥିଲା। ଯେଉଁ ଦିନ ତାପମାତ୍ରା ୪୦ ଡିଗ୍ରି ସେଲସିୟସ କିମ୍ବା ତାହାଠାରୁ ଅଧିକ ହେବ, ସେହି ଦିନକୁ ‘କୋକୁଶୋବି’ ବୋଲି କୁହାଯିବ।
ଗିଫୁ ପ୍ରିଫେକ୍ଚରର ଗୁଜିୟୋ ଓ ତାଜିମି ସହର ସହ ଆଇଚି ପ୍ରିଫେକ୍ଚରର ଟୟୋଟା ସିଟିରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି। ଟୟୋଟା ସିଟିରେ ସର୍ବାଧିକ ୪୦.୧ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଦେଶର ୯୧୪ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ୨୭୮ଟି କେନ୍ଦ୍ରରେ ୩୫ ଡିଗ୍ରି ସେଲସିୟସରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି, ଯାହାକୁ ‘ମୋଶୋବି’ ବା ଅତ୍ୟଧିକ ଗରମ ଦିନ କୁହାଯାଏ।
ପ୍ରବଳ ତାତିର ପ୍ରଭାବରେ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ନିଗାତା ପ୍ରଦେଶର ସାଞ୍ଜୋରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଓ କାନାଗାୱାରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁର ପ୍ରାଥମିକ କାରଣ ଅତ୍ୟଧିକ ଗରମ ବୋଲି ଜଣାପଡ଼ିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୨୦୨୪ରେ ପ୍ରଥମ ଥର ପାଇଁ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୨,୦୦୦ ଅତିକ୍ରମ କରିଥିଲା।
ବୃଦ୍ଧି ପାଉଥିବା ତାପମାତ୍ରାର ପ୍ରଭାବ ଜାପାନର କୃଷି କ୍ଷେତ୍ରରେ ମଧ୍ୟ ସ୍ପଷ୍ଟ ହୋଇଛି। ଧାନ ଉତ୍ପାଦନ ଓ ଗୁଣବତ୍ତା ପ୍ରଭାବିତ ହେଉଥିବାରୁ ଅନେକ ଚାଷୀ ଆଭୋକାଡୋ ପରି ଅଧିକ ତାପମାତ୍ରା ସହନଶୀଳ ଫସଲ ଚାଷ କରିବାକୁ ଆଗ୍ରହ ଦେଖାଉଛନ୍ତି।
ଅନ୍ୟପଟେ, ଅଂଶୁଘାତରୁ ଖେଳାଳି ଓ ଦର୍ଶକଙ୍କୁ ସୁରକ୍ଷା ଦେବା ପାଇଁ କୋଶିଏନ୍ ହାଇସ୍କୁଲ୍ ବେସବଲ୍ ଟୁର୍ଣ୍ଣାମେଣ୍ଟର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସରକାର ‘କୁଲ୍ ବିଜ୍’ ଅଭିଯାନ ମାଧ୍ୟମରେ ଅଫିସ୍ରେ ସରଳ ପୋଷାକ ପିନ୍ଧିବାକୁ ଉତ୍ସାହିତ କରୁଛନ୍ତି, ଯାହାଦ୍ୱାରା ଏୟାର କଣ୍ଡିସନର ବ୍ୟବହାର କମାଇ ବିଦ୍ୟୁତ ସଞ୍ଚୟ କରାଯାଇପାରିବ।
ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଗତ ୧୦୦ ବର୍ଷରେ ଦେଶର ହାରାହାରି ତାପମାତ୍ରା ପ୍ରାୟ ୧.୩ ଡିଗ୍ରି ସେଲସିୟସ ବୃଦ୍ଧି ପାଇଛି। ବିଶେଷଜ୍ଞଙ୍କ ମତରେ, କାର୍ବନ ନିର୍ଗମନ ହ୍ରାସ ନକରାଗଲେ ଆଗାମୀ ଦିନରେ ବାହାରର କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇପାରେ।
ତାମିଲନାଡୁ ରାଜନୀତିରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ମୁଖ...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ବାପାଙ୍କ ଭଳି ପୁଅଙ୍କ ବ୍ୟାଟ୍‌ରେ ମଧ୍ୟ ଦେଖିବାକୁ ମି...
ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...
ନୂଆଦିଲ୍ଲୀ: ଦୀପାବଳିର ଖୁସି ମାହୋଲ୍‌ରେ ଏକ ସ୍ୱତନ୍ତ...
ତିରୁଚିରାପଲ୍ଲୀ: ତାମିଲନାଡୁରେ ପ୍ରକୃତିର ତାଣ୍ଡବ। ରାଜ୍ୟର...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...