ଟୋକିଓ: ଜାପାନରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। କୁମାମୋଟୋ ପ୍ରଦେଶରେ ରିକ୍ଟର ସ୍କେଲରେ ୭.୧ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇଛି। ଭୂମିକମ୍ପର କମ୍ପନ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଭୂମିକମ୍ପ ପରେ ପ୍ରଶାନ୍ତ ମହାସାଗରରେ ଉଚ୍ଚ ତରଙ୍ଗ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥିବାରୁ ସୁନାମି ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହ ସରକାରୀ ପରାମର୍ଶ ପାଳନ କରିବାକୁ କୁହାଯାଇଛି।
ଏହି ଘଟଣା ପରେ କୁମାମୋଟୋ, ନାଗାସାକି, କାଗୋଶିମା, ଫୁକୁଓକା, ସାଗା, ଓଇଟା ଏବଂ ମିଆଜାକି ପ୍ରଦେଶ ପାଇଁ ଜରୁରିକାଳୀନ ଭୂମିକମ୍ପ ସତର୍କତା ଜାରି କରାଯାଇଛି। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ଉଦ୍ଧାରକାରୀ ଦଳମାନଙ୍କୁ ମଧ୍ୟ ସଜାଗ ରଖାଯାଇଛି।
ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସରକାରୀ ସୂଚନା ମିଳିନାହିଁ। କର୍ତ୍ତୃପକ୍ଷ କ୍ଷତିର ଆକଳନ କରୁଥିବା ବେଳେ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।
ଜାପାନ ବିଶ୍ୱର ସବୁଠାରୁ ଅଧିକ ଭୂମିକମ୍ପପ୍ରବଣ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ସେଠାରେ ଅତ୍ୟାଧୁନିକ ଭୂମିକମ୍ପ ସତର୍କୀକରଣ ବ୍ୟବସ୍ଥା ଏବଂ ଦୁର୍ଯୋଗ ପରିଚାଳନା ପ୍ରସ୍ତୁତି ଯୋଗୁଁ ବଡ଼ ଧରଣର ଧନଜୀବନ ହାନିକୁ ଅନେକ ସମୟରେ ରୋକାଯାଇପାରୁଛି।
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ମୁମ୍ବାଇ: ବଡ଼ ପରଦାରେ ଜୀବନ୍ତ ହୋଇଉଠିଛି ପିଲାଦିନରୁ ଶୁଣି...
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଆଗାମୀ ଫିଲ୍ମ &lsq...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...