ଯାଜପୁରରେ କାଣୀ ନଦୀବନ୍ଧରେ ୭୦ ଫୁଟ୍‌ ଘାଇ, ପାଣି ଘେରରେ ୧୦ରୁ ଅଧିକ ଗାଁ

ଲଗାଣ ବର୍ଷା ଯୋଗୁଁ ଯାଜପୁରରେ କାଣୀ ନଦୀବନ୍ଧରେ ପ୍ରାୟ ୭୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ଯାଜପୁର ଓ ଦଶରଥପୁର ବ୍ଲକ୍‌ର ଏକାଧିକ ଅଞ୍ଚଳରେ ବନ୍ୟାଜଳ ପଶିଛି।
70-foot breach in Kani River embankment floods villages in Jajpur Odisha
70-foot breach in Kani River embankment floods villages in Jajpur Odisha

ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ପରେ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର କାଣୀ ନଦୀବନ୍ଧରେ ପ୍ରାୟ ୭୦ ଫୁଟ୍‌ର ଘାଇ ହେବାରୁ ନିକଟସ୍ଥ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ଏହାର ପ୍ରଭାବରେ ଯାଜପୁର ଓ ଦଶରଥପୁର ବ୍ଲକ୍‌ର ଅନେକ ଗାଁ ପାଣି ଘେରରେ ରହିଛି।

କସପା, ତାରପଦା ଓ ମାଳିକାପୁର ପଞ୍ଚାୟତ ଅଧୀନରେ ଥିବା ୧୦ରୁ ଅଧିକ ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଛି। ଗାଁ ଭିତରକୁ ପାଣି ପଶିବା ପରେ ଅନେକ ପରିବାର ନିଜ ଶିଶୁମାନଙ୍କୁ ନେଇ ସୁରକ୍ଷା ପାଇଁ ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି।

ଘାଇ ସୃଷ୍ଟି ହେବା ପରେ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବା ସହ ବନ୍ୟାର ପ୍ରଭାବ ଆକଳନ କରୁଛି। ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି।

ଏହାସହ ବନ୍ୟାଜଳ ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆବଶ୍ୟକତା ଅନୁସାରେ ଫାୟାର ସର୍ଭିସ୍‌ ଓ ODRAF ଟିମ୍‌ ମୁତୟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି।

LIVE TV
LIVE
Latest News
ଦିଲ୍ଲୀରୁ ବିଦାୟ ନେଲା ମୌସୁମୀ, ୨୦୦୨ ପରେ ସବୁଠୁ ଶୀଘ୍ର ପ୍ରତ୍ୟାବର୍ତ୍ତନ

ଦିଲ୍ଲୀରୁ ବିଦାୟ ନେଲା ମୌସୁମୀ, ୨୦୦୨ ପରେ...

ଦିଲ୍ଲୀରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସେ...

ରାମ ମନ୍ଦିର ଚାନ୍ଦା ଅନିୟମିତତା ମାମଲା: ଚମ୍ପତ ରାୟ ଓ ଅନିଲ ମିଶ୍ର ଚାର୍ଜଶିଟ୍‌ରେ ଅଭିଯୋଗପକ୍ଷ ସାକ୍ଷୀ

ରାମ ମନ୍ଦିର ଚାନ୍ଦା ଅନିୟମିତତା ମାମଲା: ଚମ୍ପତ...

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ଭକ୍ତମାନଙ୍କ ଦାନ ଟଙ୍କ...

ମାତ୍ର ‘No’ ଲେଖି ୧.୭୦ ଲକ୍ଷ ଟଙ୍କା ହରାଇଲେ CA! WhatsAppରେ ନୂଆ ଢଙ୍ଗର ସାଇବର ଠକେଇ

ମାତ୍ର ‘No’ ଲେଖି ୧.୭୦ ଲକ୍ଷ ଟଙ୍କା...

WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ସଂଲଗ୍ନ ପରିସରରେ ଅଘଟଣ! ଚତୁର୍ଥ ମହଲାରୁ ପଡ଼ି ଶିଷ୍ୟଙ୍କ ମୃତ୍ୟୁ

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ସଂଲଗ୍ନ ପରିସରରେ ଅଘଟଣ!...

ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ବୃନ୍ଦାବନରେ ସନ୍ଥ ପ...

ବ୍ୟାଙ୍କରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଦାବି: ସରକାରଙ୍କ ପକ୍ଷରୁ ଏଯାଏଁ ନାହିଁ ଅନୁମୋଦନ, ୨୮ରୁ ୩ ଦିନିଆ ଧର୍ମଘଟ

ବ୍ୟାଙ୍କରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଦାବି:...

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୫ ଦିନିଆ କାର୍ଯ୍ୟ...

ନାଗାଲାଣ୍ଡରେ ନକଲି ମଦ ମୃତ୍ୟୁ: ୨ ଦିନରେ ୧୯ ଜଣଙ୍କ ମୃତ୍ୟୁ, SIT ଗଠନ

ନାଗାଲାଣ୍ଡରେ ନକଲି ମଦ ମୃତ୍ୟୁ: ୨ ଦିନରେ...

ନାଗାଲାଣ୍ଡରେ ସନ୍ଦିଗ୍ଧ ନକଲି ମଦକୁ ନେଇ ବଡ଼ ଅଘଟଣ ଘଟିଛି।...

ମହାକାୟ ରୂପ ନେଲା Hurricane Polo: ମହାକାଶରୁ ଦେଖାଗଲା ଝଡ଼ର ‘ଆଖି’, ବିଜୁଳିର ଚମକରେ ଜୀବନ୍ତ ଲାଗିଲା ଦୃଶ୍ୟ

ମହାକାୟ ରୂପ ନେଲା Hurricane Polo: ମହାକାଶରୁ...

ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା Hurricane...

ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: ୮ ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍

ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା:...

ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+