ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଙ୍ଗଳବାର ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ସେ ବଡ଼ଚଣା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ପରେ ଦଶରଥପୁର ବ୍ଲକର ପାଟଣା ନିକଟ କାଣି ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଘାଇକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ଫେରିବା ବେଳେ ସେ ତରପଡ଼ା ପଞ୍ଚାୟତର ଧୋବାବିଲ ଅଞ୍ଚଳରେ ଅଟକି ବନ୍ୟା ପ୍ରଭାବିତ ପରିବାରଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସମସ୍ୟା ଶୁଣିଥିଲେ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବହୁ ପରିବାର ଏପର୍ଯ୍ୟନ୍ତ ରିଲିଫ ସାମଗ୍ରୀ, ସ୍ୱାସ୍ଥ୍ୟ ସେବା ଓ ତ୍ରିପାଲ ପାଇନାହାନ୍ତି। ଏହି ଦାବିକୁ ନେଇ କିଛି ଲୋକ ଉପମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ପ୍ରତିବାଦ ମଧ୍ୟ କରିଥିଲେ।
ସ୍ଥାନୀୟ ବାସିନ୍ଦା ମିନତି ଜେନା କହିଛନ୍ତି ଯେ, କାଣି ନଦୀ ବନ୍ଧ ଭାଙ୍ଗିବା ନିକଟରେ ସେମାନଙ୍କ ଘର ରହିଛି। ଏଠାରେ ୧୭ଟି ପରିବାର ବସବାସ କରୁଛନ୍ତି। ପୂର୍ବରୁ ବନ୍ୟାଜଳ ବେକ ପର୍ଯ୍ୟନ୍ତ ଥିଲା, ଏବେ ଜଳସ୍ତର କମିଛି, କିନ୍ତୁ ସମସ୍ୟା ଦୂର ହୋଇନାହିଁ।
ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ମୁନା ଜେନା କହିଛନ୍ତି ଯେ, ପୋଲିସ ଅଧିକାରୀମାନେ କେବଳ ରାତିରେ ଅଞ୍ଚଳ ପରିଦର୍ଶନ କରିଥିଲେ। ଦିନବେଳେ ଆସିଥାନ୍ତେ ଲୋକଙ୍କ ପ୍ରକୃତ ସମସ୍ୟାକୁ ଭଲ ଭାବେ ବୁଝିପାରିଥାନ୍ତେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କାଣି ନଦୀ ବନ୍ଧର ଘାଇକୁ ଶୀଘ୍ର ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ବନ୍ୟା ଯୋଗୁଁ ଚାଷଜମି ଓ ଘରବାଡ଼ିର କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ପରିବାରଙ୍କୁ ଶୀଘ୍ର ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି।
ଏପଟେ ବିଜେପି ନେତା ଗୌତମ ରାୟ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକ ସହାୟତା ପୂର୍ବରୁ ଯୋଗାଇ ଦିଆଯାଇଛି ଏବଂ କିଛି ଲୋକ ଆବଶ୍ୟକତାଠାରୁ ଅଧିକ ସହାୟତା ଦାବି କରୁଛନ୍ତି।
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତଭାଗୀରଥୀପୁର...
ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ ନେପାଳ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ୍ ମିଡି...
ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ **'ରାମାୟଣ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ତାମିଲ୍ ସୁପରଷ୍ଟାର ସୂର୍ଯ୍ୟ ତାଙ୍କ ଅପକମିଂ ଫିଲ୍ମ **'...
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...
ରିଆଲିଟି ଶୋ **‘ଲକ୍ ଅପ୍ 2’**ରେ ଏକ ଭାବପ୍ର...
ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଦ୍ୱୀପରେ ଭୟଙ୍କର ଭୂମିକମ୍...
ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଟମ୍ ହଲାଣ୍ଡ ପୁଣିଥରେ...