ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଧୀନ ମାନସିଂହ ଗାଁରେ ଘଟିଥିବା ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଅଳ୍ପ ସମୟ ବ୍ୟବଧାନରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅର ମୃତ୍ୟୁ ଖବର ଶୁଣି ବାପା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମୃତକମାନେ ହେଲେ ରସାନନ୍ଦ ପଣ୍ଡା ଓ ତାଙ୍କ ପୁଅ ଷ୍ଟିମର ପଣ୍ଡା। ଷ୍ଟିମର ମଙ୍ଗଳପୁର ବଜାରରେ ଏକ ଷ୍ଟୁଡିଓ ଚଳାଉଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ଶୁକ୍ରବାର ରାତିରେ ଷ୍ଟୁଡିଓରେ କାମ କରୁଥିବା ଜଣେ କର୍ମଚାରୀ ବିଷ ପିଇଥିବା ସୂଚନା ଷ୍ଟିମରଙ୍କୁ ମିଳିଥିଲା। ସେ ତୁରନ୍ତ ଷ୍ଟୁଡିଓକୁ ଯାଇ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ।
ମୃତକଙ୍କ ଭାଇ ଷ୍ଟିଫେନ ପଣ୍ଡାଙ୍କ କହିବା ଅନୁସାରେ, ପ୍ରାଥମିକ ଚିକିତ୍ସା ସମୟରେ ଅସୁସ୍ଥ କର୍ମଚାରୀ ହାତ ଓ ଗୋଡ଼ ହଲାଉଥିବା ବେଳେ ଅଜାଣତରେ ଷ୍ଟିମରଙ୍କ ଛାତିକୁ ଗୋଡ଼ ମାରିଥିଲେ। ପରେ ଷ୍ଟିମର ଛାତିବେଦନା ଅନୁଭବ କରିଥିଲେ ଏବଂ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ଇସିଜି ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ପକ୍ଷରୁ କୁହାଯାଇଛି ଯେ ଷ୍ଟିମରଙ୍କ ମୃତ୍ୟୁ ଖବର ପରିବାରର ସମସ୍ତଙ୍କୁ ଜଣାଯାଇନଥିଲା। କିନ୍ତୁ କୌଣସି ପ୍ରକାରେ ଏହି ସୂଚନା ରସାନନ୍ଦ ପଣ୍ଡାଙ୍କ ପାଖକୁ ପହଞ୍ଚିଥିଲା। ପୁଅର ମୃତ୍ୟୁ ଖବର ଶୁଣି ସେ ମାନସିକ ଭାବେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଉଭୟଙ୍କ ମୃତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ସ୍ଥାନୀୟ ସରପଞ୍ଚ ଶିଶିର ଢଳ କହିଛନ୍ତି ଯେ ଗତ ରାତିରୁ ଗ୍ରାମବାସୀମାନେ ପରିବାରକୁ ସହଯୋଗ କରୁଥିଲେ ଏବଂ ଆଇନଗତ ପ୍ରକ୍ରିୟା ପାଇଁ ଥାନାକୁ ଯାଇଥିବା ସମୟରେ ରସାନନ୍ଦଙ୍କ ଆତ୍ମହତ୍ୟା ଖବର ମିଳିଥିଲା।
ମଙ୍ଗଳପୁର ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ସମସ୍ତ ପରିସ୍ଥିତିକୁ ନେଇ ତଦନ୍ତ ଜାରି ରଖିଛି।
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...