Israeli airstrike hits Gaza during ceasefire, leaving 12 dead and targeting a police station.

ଅସ୍ତ୍ରବିରତି ସତ୍ତ୍ୱେ ଗାଜାରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍: ୨ ଦିନରେ ୧୨ ମୃତ, ପୋଲିସ ଷ୍ଟେସନ୍ ଉପରେ ବୋମାମାଡ଼

ଇସ୍ରାଏଲ-ହାମାସ ଅସ୍ତ୍ରବିରତି ଜାରି ଥିବା ସତ୍ତ୍ୱେ ଗାଜାରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍ ଜାରି ରହିଛି। ଜବାଲିଆ ଶରଣାର୍ଥୀ ଶିବିରରେ ଥିବା ଏକ ପୋଲିସ ଷ୍ଟେସନ୍ ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ଆକ୍ରମଣରେ ଅତିକମରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜାତିସଂଘ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି।

ଅସ୍ତ୍ରବିରତି ଚୁକ୍ତି ଲାଗୁ ଥିଲେ ମଧ୍ୟ ଗାଜା ଭୂଖଣ୍ଡରେ ହିଂସା ଥମିବାର ନାଁ ନେଉନାହିଁ। ବୁଧବାର ଇସ୍ରାଏଲ ପକ୍ଷରୁ ହୋଇଥିବା ଏକାଧିକ ଏୟାର୍ ଷ୍ଟ୍ରାଇକ୍ରେ ଅତିକମରେ ୧୨ ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନି ଘଟିଥିବା ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ଥିବା ଏକ ପୋଲିସ ଷ୍ଟେସନ୍ ଉପରେ ହୋଇଥିବା ବୋମାମାଡ଼ରେ ଜଣେ ମହିଳାଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସିନିୟର କମାଣ୍ଡର କର୍ଣ୍ଣେଲ ମହମ୍ମଦ ମରୱାନ ସାଲେମ ମଧ୍ୟ ରହିଛନ୍ତି।

ସେହିପରି ଦକ୍ଷିଣ ଗାଜାର ଖାନ୍ ୟୁନିସ ଓ ରାଫା ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ଇସ୍ରାଏଲୀ ସେନାର ଗୁଳିମାଡ଼ ଓ ବୋମାବର୍ଷଣରେ ଜଣେ ଶିଶୁ ସମେତ ଅନ୍ୟ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଇସ୍ରାଏଲୀ ସେନା ଦାବି କରିଛି ଯେ, ନିହତ ପୋଲିସ ଅଧିକାରୀମାନେ ହାମାସ ସହ ସଂପୃକ୍ତ ଥିଲେ। ତେବେ ଏହି ଦାବିକୁ ସମର୍ଥନ କରିବା ପାଇଁ କୌଣସି ସ୍ପଷ୍ଟ ପ୍ରମାଣ ସାମ୍ନାକୁ ଆସିନାହିଁ। ଅନ୍ୟପଟେ ହାମାସ କହିଛି ଯେ, ନିହତ ପୋଲିସ କର୍ମଚାରୀମାନେ କେବଳ ଆଇନ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ।

ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ମଧ୍ୟ ଗାଜାରେ ସାଧାରଣ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହ ଏହାର ନିନ୍ଦା କରିଛି।

ସୂଚନାଯୋଗ୍ୟ, ଅକ୍ଟୋବରରେ ଲାଗୁ ହୋଇଥିବା ଅସ୍ତ୍ରବିରତି ପରଠାରୁ ଏପର୍ଯ୍ୟନ୍ତ ଗାଜାରେ ୧,୧୨୩ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ, ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ସମୁଦାୟ ପାଲେଷ୍ଟାଇନ ମୃତ୍ୟୁସଂଖ୍ୟା ୭୩,୨୬୪ ଅତିକ୍ରମ କରିଥିବା ସୂଚନା ମିଳିଛି।

Latest News
ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗାଏକୱାଡ ଓ ପାଡିକ୍କଲଙ୍କୁ ମିଳିଲା ଅଲଗା ଅଲଗା କ୍ୟାପ୍ଟେନ୍ସି

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍...

ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...

ଚଳନ ହିଁ ଚିକିତ୍ସା!

ଚଳନ ହିଁ ଚିକିତ୍ସା!

ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା କଲେ ଓ୍ୱାସିମ୍‌ ଆକ୍ରମ୍‌, କହିଲେ- ‘ମୁଁ ଏକା କିଛି କରିପାରିବିନି’

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା...

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...

ବିଜୁଳି କାଟ୍‌ରେ ଅନ୍ଧାର ହସ୍ପିଟାଲ୍; ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା

ବିଜୁଳି କାଟ୍‌ରେ ଅନ୍ଧାର ହସ୍ପିଟାଲ୍; ମୋବାଇଲ୍ ଫ୍ଲାସ୍‌...

ପୁରୀ ଜିଲ୍ଲା ସାକ୍ଷୀଗୋପାଳ କମ୍ୟୁନିଟି ହେଲ୍ଥ ସେଣ୍ଟର (CH...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ ୧୫-୦ରେ ହରାଇ ସେମିଫାଇନାଲରେ ଭାରତ, ଚମକିଲେ ଓଡ଼ିଆ ପୁଅ ଅନମୋଲ

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ...

କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...

ସ୍କ୍ରବ୍ ଟାଇଫସ୍ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗର ନଜର; ପ୍ରଭାବିତ ଅଞ୍ଚଳକୁ ଯିବ ମେଡିକାଲ ଟିମ୍

ସ୍କ୍ରବ୍ ଟାଇଫସ୍ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗର...

ଭୁବନେଶ୍ୱର: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱ...

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର ଆସୋସିଏଟ୍‌ ପାର୍ଟନର ହେଲେ ୩ ବଡ଼ ବ୍ରାଣ୍ଡ୍

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର...

ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ ଚିକିତ୍ସା ଉପରେ ଭରସା

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ...

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+