ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇରାନୀ ସଂସଦର ବାଚସ୍ପତିମହମ୍ମଦ ବାଘେର ଗାଲିବାଫସ୍ପଷ୍ଟ କରିଛନ୍ତି ଯେ ଆମେରିକା ଉପରେ ଇରାନର ଆଦୌ ବିଶ୍ୱାସ ନାହିଁ। ସେ କହିଛନ୍ତି, ଯଦି ଆମେରିକା କୌଣସି ଚୁକ୍ତିର ଉଲ୍ଲଂଘନ କରେ କିମ୍ବା ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରେ, ତେବେ ଇରାନ ନିଜର ପ୍ରତିରକ୍ଷା ପାଇଁ କଡ଼ା ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ଇଣ୍ଡୋନେସିଆରପିପୁଲ୍ସ କନସଲଟେଟିଭ୍ ଆସେମ୍ବଲିର ବାଚସ୍ପତି ଅହମଦ ମୁଜାନିଙ୍କ ସହ ସାକ୍ଷାତ ପରେ ଏକ ସରକାରୀ ଟେଲିଗ୍ରାମ ପୋଷ୍ଟରେ ଗାଲିବାଫ କହିଛନ୍ତି ଯେ, ଇରାନ ନିଜ ଦେଶର ସାର୍ବଭୌମତ୍ୱ ଏବଂ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବ।
ସେ ଆହୁରି କହିଛନ୍ତି ଯେ ସମ୍ପ୍ରତି ହୋଇଥିବା ଶାନ୍ତି ଆଲୋଚନା ସମୟରେ ସେ ଆମେରିକାର ଉପରାଷ୍ଟ୍ରପତିଜେଡି ଭାନ୍ସଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ ଇରାନର ଆମେରିକା ଉପରେ କୌଣସି ବିଶ୍ୱାସ ନାହିଁ।
ଗାଲିବାଫଙ୍କ ମତରେ,"ଯେଉଁ ଦେଶ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥାଏ, ସେହି ଦେଶ ହିଁ ଆମେରିକା ସହ ସଫଳ ଭାବେ ଆଲୋଚନା କରିପାରିବ।"ସେ କହିଛନ୍ତି ଯେ ଇରାନ କେବେ ବି ନିଜର ପ୍ରତିରକ୍ଷା ପ୍ରସ୍ତୁତିକୁ ବନ୍ଦ କରିନାହିଁ।
ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଇରାନକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମTruth Socialରେ ଲେଖିଛନ୍ତି ଯେ ଇରାନ ଆମେରିକାକୁ ଆଲୋଚନା ଜାରି ରଖିବାକୁ ଅନୁରୋଧ କରିଛି। ଆମେରିକା ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ସେ ଇରାନକୁ ସ୍ପଷ୍ଟ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ବ୍ୟବସ୍ଥା ଶେଷ ହୋଇଯାଇଛି।
ଏପଟେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା କମାଇବା ପାଇଁକତାରର ଆଲୋଚନାକାରୀ ଦଳ ଇରାନରେ ପହଞ୍ଚିଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ୱାଶିଂଟନ ଏବଂ ତେହେରାନ ମଧ୍ୟରେ ପୁଣିଥରେ କୂଟନୈତିକ ଆଲୋଚନା ଆରମ୍ଭ କରିବା ଏବଂ ଅଞ୍ଚଳରେ ବଢ଼ୁଥିବା ତିକ୍ତତାକୁ ହ୍ରାସ କରିବା।
ରିପୋର୍ଟ ଅନୁଯାୟୀ, କତାରର ଏହି ପଦକ୍ଷେପ ଆମେରିକା ସହ ସମନ୍ୱୟରେ ନିଆଯାଇଛି। ମଧ୍ୟସ୍ଥତା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସଂଳାପର ପରିବେଶ ସୃଷ୍ଟି କରିବାକୁ ପ୍ରୟାସ ଜାରି ରହିଛି। ତେବେ ଉଭୟ ପକ୍ଷର କଠୋର ବୟାନ ଯୋଗୁଁ ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ବେଦନଶୀଳ ରହିଛି।
ବ୍ରିଟେନର ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି।...
ପଶ୍ଚିମବଙ୍ଗର ରାଜନୀତିରେ ଏକ ବଡ଼ ଘଟଣାକ୍ରମ ସାମ୍ନାକୁ ଆସି...
ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ...
ଭାରତୀୟ ନୌସେନା ଶନିବାର ଆଉ ଏକ ଅତ୍ୟାଧୁନିକ ସ୍ୱଦେଶୀ ଯୁଦ୍...
ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ଶୁକ୍ରବାର ଶୁଣ...
ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ...
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୀର୍ଘ ନ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦୁ...