Missile and drone attack on a US military base in Jordan amid escalating Middle East tensions.

ଜର୍ଡାନରେ ଆମେରିକୀୟ ସେନା ଘାଟି ଉପରେ ଇରାନର ମିସାଇଲ ଓ ଡ୍ରୋନ ଆକ୍ରମଣ; ୨ ସୈନିକ ନିହତ, ଆହତ ସଂଖ୍ୟା ବଢ଼ିଲା

ଜର୍ଡାନରେ ଥିବା ଆମେରିକୀୟ ସେନା ଘାଟି ଉପରେ ଇରାନ ପକ୍ଷରୁ ମିସାଇଲ ଓ ଡ୍ରୋନ ଆକ୍ରମଣ ହୋଇଥିବା ନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସୂଚନା ଦେଇଛି। ଏହି ଘଟଣାରେ ୨ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ସୈନିକ ଆହତ ହୋଇଛନ୍ତି। ଘଟଣା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିଛି।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଜର୍ଡାନରେ ଥିବା ଆମେରିକୀୟ ସେନା ଘାଟି ଉପରେ ଇରାନ ପକ୍ଷରୁ ମିସାଇଲ ଓ ଡ୍ରୋନ ଆକ୍ରମଣ ହୋଇଥିବା ନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି। ଏହି ଆକ୍ରମଣରେ୨ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁହୋଇଥିବାବେଳେ ଅନ୍ୟ କେତେକ ସୈନିକ ଆହତ ହୋଇଛନ୍ତି।

ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଜାରି ବିବୃତି ଅନୁସାରେ, ଚଳିତ ସଂଘର୍ଷ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ନିହତ ଆମେରିକୀୟ ସୈନିକଙ୍କ ସଂଖ୍ୟା୧୬ରେ ପହଞ୍ଚିଥିବାବେଳେ୪୩୦ରୁ ଅଧିକ ସୈନିକ ଆହତହୋଇଛନ୍ତି।

ଆକ୍ରମଣ ପ୍ରତିହତ ବେଳେ ମୃତ୍ୟୁ

ପେଣ୍ଟାଗନର ସୂଚନା ଅନୁଯାୟୀ, ଗତ ୧୭ ଦିନ ଧରି ଜର୍ଡାନରେ ଇରାନର ବାଲିଷ୍ଟିକ ମିସାଇଲ ଓ ଡ୍ରୋନ ଆକ୍ରମଣକୁ ପ୍ରତିହତ କରୁଥିବା ସମୟରେ ୨ ଜଣ ଆମେରିକୀୟ ସେନା ଅଧିକାରୀ ପ୍ରାଣ ହରାଇଥିଲେ। ଏହାସହ ଜଣେ ସୈନିକ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି।

ଆକ୍ରମଣରେ ଆହତ ହୋଇଥିବା ଅନ୍ୟ ୪ ଜଣ ସୈନିକଙ୍କୁ ତୁରନ୍ତ ଜର୍ଡାନର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଇରାନର ସତର୍କ ବାର୍ତ୍ତା

ଏହି ଘଟଣା ପରେ ଇରାନର ସର୍ବୋଚ୍ଚ ନେତୃତ୍ୱ ପକ୍ଷରୁ ଆମେରିକାକୁ କଡ଼ା ସତର୍କ ବାର୍ତ୍ତା ଦିଆଯାଇଛି। ମୋଜତାବା ଖାମେନେଇ କହିଛନ୍ତି ଯେ, ଯଦି ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖେ, ତେବେ ଏହାର କଠୋର ଜବାବ ଦିଆଯିବ ଏବଂ ଏପରି ଶିକ୍ଷା ଦିଆଯିବ ଯାହାକୁ କେବେ ଭୁଲିପାରିବ ନାହିଁ।

ଏହି ଘଟଣା ପରେ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଓ ଆମେରିକା-ଇରାନ ମଧ୍ୟରେ ତିକ୍ତତା ଆହୁରି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

Latest News
ଅନଶନ ଭାଙ୍ଗିବାକୁ ସୋନମ ୱାଙ୍ଗଚୁକଙ୍କ ୩ ସର୍ତ୍ତ, ସରକାରଙ୍କ ସାମ୍ନାରେ ରଖିଲେ ଗୁରୁତ୍ୱପୂର୍ଣ୍ଣ ଦାବି

ଅନଶନ ଭାଙ୍ଗିବାକୁ ସୋନମ ୱାଙ୍ଗଚୁକଙ୍କ ୩ ସର୍ତ୍ତ,...

୨୦ ଦିନରୁ ଅଧିକ ସମୟ ଧରି ଅନଶନରେ ରହିବା ପରେ ଦିଲ୍ଲୀର ସଫଦ...

ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସର ୮୦୦ କୋଟି ଟଙ୍କାର ଆଲୁମିନିୟମ ଫଏଲ୍ କାରଖାନା ଆରମ୍ଭ, ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ବଡ଼ ବଳ

ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସର ୮୦୦ କୋଟି ଟଙ୍କାର...

ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ଆଉ ଏକ ବଡ଼ ସଫଳତା ମିଳିଛି। ସମ...

ଝିଅକୁ କଲେଜରେ ଛାଡ଼ି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା: ଇଥାନଲ୍ ଟ୍ରକ୍‌ରେ ଧକ୍କା, ଜୀଅନ୍ତା ଜଳିଗଲେ ପରିବାରର ୪ ସଦସ୍ୟ ସହ ୬ ମୃତ

ଝିଅକୁ କଲେଜରେ ଛାଡ଼ି ଫେରୁଥିବା ବେଳେ ମର୍ମନ୍ତୁଦ...

ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲା ନିକଟ ସମୃଦ୍ଧି ଏକ୍ସପ୍ରେସୱ...

ଆଜିର ପେଟ୍ରୋଲ-ଡିଜେଲ ଦର: ଭୁବନେଶ୍ୱର ସମେତ ପ୍ରମୁଖ ସହରରେ ଇନ୍ଧନ ମୂଲ୍ୟ ସ୍ଥିର

ଆଜିର ପେଟ୍ରୋଲ-ଡିଜେଲ ଦର: ଭୁବନେଶ୍ୱର ସମେତ ପ୍ରମୁଖ...

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର କିଛି ଦିନ ଧରି ସ୍ଥିର...

ଭୁବନେଶ୍ୱରରେ ପରିବା ଦର ଆକାଶଛୁଆଁ: ଲଗାଣ ବର୍ଷାର ପ୍ରଭାବରେ ଖାଉଟିଙ୍କ ପକେଟ୍‌ରେ ମହଙ୍ଗା ମାଡ଼

ଭୁବନେଶ୍ୱରରେ ପରିବା ଦର ଆକାଶଛୁଆଁ: ଲଗାଣ ବର୍ଷାର...

ଲଗାଣ ବର୍ଷାର ପ୍ରଭାବ ଏବେ ସାଧାରଣ ଲୋକଙ୍କ ରୋଷେଇ ଘର ଉପରେ...

ତ୍ରିପୁରା ଡିଜିପି ଅନୁରାଗ ଧଙ୍କରଙ୍କ ରହସ୍ୟମୟ ମୃତ୍ୟୁ; ଅଫିସ ୱାଶରୁମ୍‌ରୁ ମିଳିଲା ମୃତଦେହ, ତଦନ୍ତ ଆରମ୍ଭ

ତ୍ରିପୁରା ଡିଜିପି ଅନୁରାଗ ଧଙ୍କରଙ୍କ ରହସ୍ୟମୟ ମୃତ୍ୟୁ;...

ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅନୁରାଗ ଧଙ୍କର...

ସାର ସଙ୍କଟ ମଧ୍ୟରେ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି, DAP ଓ ୟୁରିଆର ବିକଳ୍ପ ସାର ବ୍ୟବହାର ପାଇଁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ

ସାର ସଙ୍କଟ ମଧ୍ୟରେ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି,...

ରାଜ୍ୟରେ ସାର ଯୋଗାଣକୁ ନେଇ ଉପୁଜିଥିବା ଚିନ୍ତା ମଧ୍ୟରେ ଓଡ...

ରେଷ୍ଟୁରାଣ୍ଟରେ ବାଧ୍ୟତାମୂଳକ ସେବା ଶୁଳ୍କ ନେଲେ କଠୋର କାର୍ଯ୍ୟାନୁଷ୍ଠାନ; ସରକାରଙ୍କ କଡ଼ା ଚେତାବନୀ

ରେଷ୍ଟୁରାଣ୍ଟରେ ବାଧ୍ୟତାମୂଳକ ସେବା ଶୁଳ୍କ ନେଲେ କଠୋର...

ରେଷ୍ଟୁରାଣ୍ଟଗୁଡ଼ିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ବା...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+