ମଧ୍ୟପ୍ରାଚ୍ୟରେ ଚାଲିଥିବା ସାମରିକ ସଂଘର୍ଷ ମଧ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ନୂଆ ସ୍ତରକୁ ପହଞ୍ଚିଛି। ଇରାନୀ ସରକାରୀ ଗଣମାଧ୍ୟମର ଦାବି ଅନୁସାରେ, ଇରାନ ମାଟିରେ ଆମେରିକା ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକ୍ର ପ୍ରତିଶୋଧ ସ୍ୱରୂପ କୁଏତରେ ଅବସ୍ଥିତ ଦୁଇଟି ଆମେରିକୀୟ ସାମରିକ ଘାଟି ଉପରେ କାମିକାଜେ ଡ୍ରୋନ୍ ଆକ୍ରମଣ କରାଯାଇଛି।
ରିପୋର୍ଟ ଅନୁଯାୟୀ, କୁଏତରକ୍ୟାମ୍ପ ଉଦୈରୀରେ ଥିବା ଆମେରିକାର ଅସ୍ତ୍ରଶସ୍ତ୍ର ଗୋଦାମ ଏବଂଅଲି ଅଲ୍ ସାଲେମ୍ ଏୟାର ବେସ୍ରେ ଥିବା ପାଟ୍ରିଅଟ୍ ରାଡାର ବ୍ୟବସ୍ଥାକୁ ଟାର୍ଗେଟ୍ କରି ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିବା ଦାବି କରାଯାଇଛି।
ଏହାପୂର୍ବରୁ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ଆମେରିକାକୁ "ଅବିସ୍ମରଣୀୟ ଶିକ୍ଷା" ଦେବାକୁ ଚେତାବନୀ ଦେଇଥିଲେ। ସେହିପରି, ଇରାନ ଏକ ମାସ ପୂର୍ବରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତିକୁ ମଧ୍ୟ ଅସ୍ୱୀକାର କରିଥିବା ଦାବି ସାମ୍ନାକୁ ଆସିଛି।
ଆକ୍ରମଣ ପରେ କୁଏତର ଏକ ପ୍ରମୁଖ ଜଳ ବିଶୋଧନ କାରଖାନା ଓ ଏକ ପେଟ୍ରୋଲିୟମ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। କାରଖାନାରେ ନିଆଁ ଲାଗିଥିବାରୁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି ଏବଂ କିଛି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।
ସୁରକ୍ଷା ଦୃଷ୍ଟିରୁ କୁଏତ ନିଜ ଆକାଶମାର୍ଗକୁ ସାମୟିକ ଭାବେ ବନ୍ଦ କରିଛି। କୁଏତ ଏୟାରୱେଜ୍ର ବିମାନଗୁଡ଼ିକର ରୁଟ୍ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅନ୍ୟପଟେ ଜର୍ଡାନ ନିଜ ଆକାଶସୀମାରେ କେତେକ ଇରାନୀ ମିସାଇଲକୁ ଅଟକାଇଥିବା ବେଳେ ସୌଦି ଆରବ ଓ ବହରିନରେ ବାରମ୍ବାର ଏୟାର ରେଡ୍ ସାଇରନ ବାଜୁଥିବା ସୂଚନା ମିଳିଛି।
ପରିସ୍ଥିତିର ଗମ୍ଭୀରତାକୁ ଦେଖି ୱାଶିଂଟନ ପକ୍ଷରୁ ବିଶ୍ୱବ୍ୟାପୀ ଟ୍ରାଭେଲ ଆଲର୍ଟ ଜାରି କରାଯାଇଛି। ତେବେ ଏହି ଘଟଣାକୁ ନେଇ ସ୍ୱାଧୀନ ଭାବେ ସମସ୍ତ ଦାବିର ପୁଷ୍ଟି ହୋଇନାହିଁ।
ଉତ୍ତର ପ୍ରଦେଶରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ...
ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷାର ପ୍ରକୋ...
ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି...
ଜମ୍ମୁ-କାଶ୍ମୀରରେ ଲଗାତାର ମୁଷଳଧାରା ବର୍ଷା ଯୋଗୁଁ ରାଜୌରୀ...
ରାଜଧାନୀ ଭୁବନେଶ୍ୱରର ଅଚ୍ୟୁତପୁର ଅଞ୍ଚଳରେ ମାତ୍ର ୧,୨୦୦ ଟ...
ବାଲେଶ୍ୱର ଜିଲ୍ଲାର ଯୁବ ଇଞ୍ଜିନିୟର ରଶ୍ମି ରଞ୍ଜନ ସେଠୀଙ୍କ...
ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ କିଛିଟା କମିବାର ସମ୍ଭାବନ...
ବାଲେଶ୍ୱର ଜିଲ୍ଲାରେ ବେଆଇନ କାଠ କାରବାର ବିରୋଧରେ ବନ ବିଭା...