ଭେନେଜୁଏଲାରୁ ଫେରିଲା ଭାରତୀୟ ନାବିକଙ୍କ ମୃତଦେହ; ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଥିବା ଅଭିଯୋଗ, ତଦନ୍ତ ଦାବି

ଭେନେଜୁଏଲାରେ କାର୍ଯ୍ୟରତ ଭାରତୀୟ ନାବିକ ରାକେଶ ଚୌହାନଙ୍କ ମୃତଦେହ ପ୍ରାୟ ଏକ ମାସ ପରେ ଭାରତକୁ ଆସିବା ପରେ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ଶବ ବ୍ୟବଚ୍ଛେଦରେ ମସ୍ତିଷ୍କ, ହୃତପିଣ୍ଡ, ଯକୃତ ଓ ଅନ୍ୟାନ୍ୟ ଅଙ୍ଗ ନଥିବା ଦାବି କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ଏବଂ ପରିବାରକୁ ନ୍ୟାୟ ଦେବାକୁ ନାବିକ ସଂଗଠନ ଦାବି କରିଛି।
Body of Indian seafarer returned from Venezuela as family alleges missing vital organs.
Body of Indian seafarer returned from Venezuela as family alleges missing vital organs.

ଭେନେଜୁଏଲାରେ କାର୍ଯ୍ୟରତ ଭାରତୀୟ ନାବିକ ରାକେଶ ଚୌହାନଙ୍କ ମୃତ୍ୟୁକୁ ନେଇ ଏକ ଗୁରୁତର ବିବାଦ ସୃଷ୍ଟି ହୋଇଛି। ପ୍ରାୟ ଏକ ମାସ ପରେ ତାଙ୍କ ମୃତଦେହ ଭାରତରେ ପହଞ୍ଚିବା ପରେ ପରିବାର ପକ୍ଷରୁ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଥିବା ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ତଦନ୍ତ ଦାବି ଜୋର ଧରିଛି।

ମୃତ ନାବିକ ରାକେଶ ଚୌହାନ ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ବାସିନ୍ଦା ଥିଲେ। ସେ ପତ୍ନୀ, ଛଅ ମାସର ପୁଅ, ବାପା ଓ ଭାଇଙ୍କ ସହ ମୁମ୍ବାଇରେ ରହୁଥିଲେ। ୨୦୨୫ ନଭେମ୍ବରରେ ସେ ମର୍ଚ୍ଚାଣ୍ଟ ନେଭିରେ ମେରାଇନ୍ ଫିଟର ଭାବେ ଯୋଗ ଦେଇ ଭେନେଜୁଏଲାରେ କାର୍ଯ୍ୟରତ ଥିଲେ।

ପରିବାର ସୂଚନା ଅନୁଯାୟୀ, ମେ ୭ ତାରିଖରେ ରାକେଶଙ୍କ କାର୍ଯ୍ୟରତ କମ୍ପାନୀ ପକ୍ଷରୁ ଫୋନ୍ କରି କୁହାଯାଇଥିଲା ଯେ ସେ ଜାହାଜରେ ଖସି ପଡ଼ି ଗୁରୁତର ଆହତ ହୋଇଛନ୍ତି। ପରଦିନ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। କମ୍ପାନୀର ଦାବି ଥିଲା ଯେ, ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ମୃତଦେହ ଭାରତକୁ ଆସିବା ପରେ ପରିବାର ଲୋକ ଦାବି କରିଛନ୍ତି ଯେ ଶବ ବ୍ୟବଚ୍ଛେଦରେ ରାକେଶଙ୍କ ଶରୀରରୁ ମସ୍ତିଷ୍କ, ହୃତପିଣ୍ଡ, ଯକୃତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଥିବା ଜଣାପଡ଼ିଛି। ପରିବାରର ଅନୁମତି ବିନା କିପରି ଏଭଳି ଅଙ୍ଗ ବାହାର କରାଗଲା ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଏହାସହ ମୃତଦେହ ହସ୍ତାନ୍ତର ସମୟରେ ଭୁଲ୍ ନାମରେ ରସିଦ ଦିଆଯାଇଥିବା ଏବଂ ରାକେଶ ଯେଉଁ ଜାହାଜରେ କାମ କରିବାକୁ ଚୁକ୍ତି କରିଥିଲେ, ସେହି ଜାହାଜ ପରିବର୍ତ୍ତେ ଅନ୍ୟ ଜାହାଜରେ ତାଙ୍କୁ ନିଯୁକ୍ତ କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି।

ଏହି ଘଟଣାକୁ ନେଇଫେଡେରେସନ୍ ଅଫ୍ ସିଫେରର୍ସ ୟୁନିଅନ୍ସ ଅଫ୍ ଇଣ୍ଡିଆ (FSUI)ଗଭୀର ଚିନ୍ତା ପ୍ରକାଶ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଭେନେଜୁଏଲା କର୍ତ୍ତୃପକ୍ଷଙ୍କ ସୂଚନା ଓ ମୃତଦେହ ପରିବହନ ପ୍ରକ୍ରିୟାକୁ ନେଇ ସଂଗଠନ ପ୍ରଶ୍ନ ଉଠାଇବା ସହ ନିରପେକ୍ଷ ତଦନ୍ତ ଦାବି କରିଛି।

ରାକେଶଙ୍କ ପତ୍ନୀ ରଞ୍ଜନା ଚୌରସିଆ ଭେନେଜୁଏଲାସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିଥିବାବେଳେ ସମ୍ପୃକ୍ତ ଜାହାଜ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

LIVE TV
LIVE
Latest News
NEET SS 2026 ପାଇଁ ଆରମ୍ଭ ହେଲା ଆବେଦନ, ନଭେମ୍ବର ୧୮ ଶେଷ ତାରିଖ; ଡିସେମ୍ବର ୧୧ରୁ ପରୀକ୍ଷା

NEET SS 2026 ପାଇଁ ଆରମ୍ଭ ହେଲା...

ମେଡିକାଲ୍‌ର ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମଲେଖ...

ହାଲୋୱିନ୍‌ରେ ପ୍ରିୟଙ୍କାଙ୍କ ‘King Kylie’ ଅବତାର, ଶ୍ରୀଦେବୀଙ୍କ ‘ନାଗିନା’ ଲୁକ୍‌ରେ ଜାହ୍ନବୀଙ୍କ ଧମାକା!

ହାଲୋୱିନ୍‌ରେ ପ୍ରିୟଙ୍କାଙ୍କ ‘King Kylie’ ଅବତାର, ଶ୍ରୀଦେବୀଙ୍କ...

ହାଲୋୱିନ୍ର ରଙ୍ଗରେ ରଙ୍ଗାଇଛି ଗ୍ଲୋବାଲ୍ ଷ୍ଟାର୍ ପ୍ରିୟଙ୍କ...

ଆଜିଠାରୁ OCS ମୁଖ୍ୟ ପରୀକ୍ଷା ଆରମ୍ଭ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଆଜିଠାରୁ OCS ମୁଖ୍ୟ ପରୀକ୍ଷା ଆରମ୍ଭ, ବନ୍ୟା...

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...

ଶ୍ରମିକଙ୍କ ପିଲାଙ୍କ ବଡ଼ ସ୍ୱପ୍ନ! ମାଗଣା ପାଠପଢ଼ାରେ IAS, IPS ହେବାକୁ ଲକ୍ଷ୍ୟ

ଶ୍ରମିକଙ୍କ ପିଲାଙ୍କ ବଡ଼ ସ୍ୱପ୍ନ! ମାଗଣା ପାଠପଢ଼ାରେ...

ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...

₹୪,୦୦୦ କୋଟିର ‘ରାମାୟଣ’କୁ ନେଇ ବଡ଼ ଚର୍ଚ୍ଚା! ବଜେଟ୍ ଯେତିକି ବିଶାଳ, ଦର୍ଶକଙ୍କ ଉତ୍ସାହ ସେତିକି ଅଛି ତ?

₹୪,୦୦୦ କୋଟିର ‘ରାମାୟଣ’କୁ ନେଇ ବଡ଼ ଚର୍ଚ୍ଚା!...

ଭାରତୀୟ ସିନେମାର ସବୁଠାରୁ ଚର୍ଚ୍ଚିତ ବଡ଼ ପ୍ରୋଜେକ୍ଟ ମଧ୍ୟ...

UK Student Visa ନିୟମରେ ବଡ଼ ପରିବର୍ତ୍ତନ! ନଭେମ୍ବର ୩୦ରୁ ଅଧିକ ଟଙ୍କା ଦେଖାଇବାକୁ ପଡ଼ିବ ଭାରତୀୟ ଛାତ୍ରଛାତ୍ରୀଙ୍କୁ

UK Student Visa ନିୟମରେ ବଡ଼ ପରିବର୍ତ୍ତନ!...

ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...

ରାମ ଚରଣ–ସୁକୁମାରଙ୍କ ଧମାକାଦାର ରିୟୁନିଅନ୍! RC17ର ପ୍ରଥମ କ୍ଲାପ୍ ଦେଲେ ମେଗାଷ୍ଟାର ଚିରଞ୍ଜୀବୀ

ରାମ ଚରଣ–ସୁକୁମାରଙ୍କ ଧମାକାଦାର ରିୟୁନିଅନ୍! RC17ର ପ୍ରଥମ...

ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ରାମ ଚରଣ ଓ ନିର୍ଦ୍ଦେ...

ଶାହରୁଖ ଖାନ୍‌ଙ୍କ ଜନ୍ମଦିନରେ ‘King’ର ବଡ଼ ଅପଡେଟ୍! ମଧ୍ୟରାତ୍ରିରେ ଆସିବ ନୂଆ ଝଲକ, ସଜୁଛି ମନ୍ନତ୍

ଶାହରୁଖ ଖାନ୍‌ଙ୍କ ଜନ୍ମଦିନରେ ‘King’ର ବଡ଼ ଅପଡେଟ୍!...

ବଲିଉଡ୍‌ର ‘କିଙ୍ଗ୍ ଖାନ୍’ ଶାହରୁଖ ଖାନ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+