Commercial vessel GFS Galaxy attacked in the Strait of Hormuz, leaving one Indian crew member missing.

ହର୍ମୁଜ୍ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଆକ୍ରମଣ, ୧୧ ଭାରତୀୟଙ୍କ ମଧ୍ୟରୁ ଜଣେ ନିଖୋଜ; ୧୦ ଜଣ ଉଦ୍ଧାର

ଓମାନ ଉପକୂଳ ନିକଟ ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ ପତାକାଧାରୀ ବାଣିଜ୍ୟିକ ଜାହାଜ 'ଜିଏଫଏସ୍ ଗାଲାକ୍ସି' ଉପରେ ହୋଇଥିବା ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯାଇଥିଲା। ଜାହାଜରେ ଥିବା ୧୧ ଜଣ ଭାରତୀୟଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏବେ ମଧ୍ୟ ନିଖୋଜ ଅଛନ୍ତି। ଭାରତ ସରକାର ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଓମାନ ଉପକୂଳ ନିକଟବର୍ତ୍ତୀହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ ପତାକାଧାରୀ ବାଣିଜ୍ୟିକ ଜାହାଜ'ଜିଏଫଏସ୍ ଗାଲାକ୍ସି'ଉପରେ ହୋଇଥିବା ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଜାହାଜରେ ଥିବା୧୧ ଜଣ ଭାରତୀୟ ନାଗରିକଙ୍କମଧ୍ୟରୁ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରାଯାଇଛି। ତେବେଜଣେ ଭାରତୀୟ ନାଗରିକ ଏବେ ମଧ୍ୟ ନିଖୋଜଥିବା ସୂଚନା ମିଳିଛି।

ଘଟଣାକୁ ନେଇଭାରତୀୟ ବୈଦେଶିକ ମନ୍ତ୍ରଣାଳୟଗଭୀର ଚିନ୍ତା ପ୍ରକାଶ କରିବା ସହ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି।

ଓମାନରେ ଥିବା ଭାରତୀୟ ଦୂତାବାସସ୍ଥାନୀୟ ପ୍ରଶାସନ ସହ ମିଶି ନିଖୋଜ ଭାରତୀୟଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଅନ୍ୟପକ୍ଷରେ, ଇରାନ ପକ୍ଷରୁ କୁହାଯାଇଛି ଯେ ଜାହାଜଟି'ଅନୁମତିବିହୀନ ମାର୍ଗ'ଦେଇ ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିଲା।

ଏହି ଘଟଣା ପରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳକୁ ନେଇ ପରିସ୍ଥିତି ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। ଏହା ସହ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇଛି।

ଭାରତ ସରକାର ସମସ୍ତ ପକ୍ଷଙ୍କୁଆନ୍ତର୍ଜାତୀୟ ନିୟମକୁ ସମ୍ମାନ କରି ବାଣିଜ୍ୟିକ ଜାହାଜ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ ନକରିବାକୁଆହ୍ୱାନ କରିଛନ୍ତି। ସେହିପରି କୂଟନୀତିକ ଆଲୋଚନା ମାଧ୍ୟମରେ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ମଧ୍ୟ ଅନୁରୋଧ କରାଯାଇଛି।

ଏପଟେ ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) କହିଛି ଯେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପାଇଁ ଇରାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।

Latest News
ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ଆକ୍ସନ୍ ମୋଡ୍‌ରେ BCCI, କୋଚିଂ ଷ୍ଟାଫ୍‌ରେ ହୋଇପାରେ ବଡ଼ ପରିବର୍ତ୍ତନ!

ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ଆକ୍ସନ୍...

ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ନିରାଶାଜନକ ପ...

ଓଡ଼ିଶାରେ ୨୪ଟି ଆଡଭେଞ୍ଚର ପର୍ଯ୍ୟଟନ ପ୍ରକଳ୍ପକୁ ମଞ୍ଜୁରି, ସୁରକ୍ଷା ନିୟମକୁ ଦିଆଗଲା ସର୍ବାଧିକ ଗୁରୁତ୍ୱ

ଓଡ଼ିଶାରେ ୨୪ଟି ଆଡଭେଞ୍ଚର ପର୍ଯ୍ୟଟନ ପ୍ରକଳ୍ପକୁ ମଞ୍ଜୁରି,...

ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନର ବିକାଶକୁ ଆହୁରି ଗତି ଦେବା...

ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ: ବଢ଼ୁଛି ମହାନଦୀର ଜଳସ୍ତର, ସତର୍କ ନଜର ରଖୁଛି ପ୍ରଶାସନ

ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ: ବଢ଼ୁଛି...

ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଚଳିତ ଋତୁର ପ୍ରଥମ ବନ୍...

ଓଡ଼ିଶାରେ ପୁଣି ସୃଷ୍ଟି ହେବ ଲଘୁଚାପ, ଜୁଲାଇ ୧୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା; ଏକାଧିକ ଜିଲ୍ଲାକୁ IMDର ସତର୍କତା

ଓଡ଼ିଶାରେ ପୁଣି ସୃଷ୍ଟି ହେବ ଲଘୁଚାପ, ଜୁଲାଇ...

ଓଡ଼ିଶାରେ ଆସନ୍ତା କିଛି ଦିନ ମଧ୍ୟରେ ବର୍ଷାର ପ୍ରକୋପ ବଢ଼ି...

ରାଜଧାନୀରେ ବିହାରୀ ଲାଲ ସ୍ପୋର୍ଟସ ଟ୍ରଷ୍ଟର ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧିତ ହେଲେ ଉଦୀୟମାନ କ୍ରିକେଟର୍

ରାଜଧାନୀରେ ବିହାରୀ ଲାଲ ସ୍ପୋର୍ଟସ ଟ୍ରଷ୍ଟର ବାର୍ଷିକ...

ରାଜଧାନୀ ଭୁବନେଶ୍ୱରରେ ବିହାରୀ ଲାଲ ସ୍ପୋର୍ଟସ ଟ୍ରଷ୍ଟର ବା...

ବର୍ଷା ପାଣି ନେଲା ନିରୀହ ଜୀବନ, ଗାଜିଆବାଦରେ ୩ ବର୍ଷର ଶିଶୁ ମୃତ

ବର୍ଷା ପାଣି ନେଲା ନିରୀହ ଜୀବନ, ଗାଜିଆବାଦରେ...

ଉତ୍ତର ପ୍ରଦେଶର ଗାଜିଆବାଦରେ ପ୍ରବଳ ବର୍ଷା ଏକ ଦୁଃଖଦ ଘଟଣା...

ଓଡ଼ିଶାରେ ଭାରୀ ବର୍ଷା ଆଶଙ୍କା: ଜୁଲାଇ ୧୭ ପର୍ଯ୍ୟନ୍ତ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା IMD

ଓଡ଼ିଶାରେ ଭାରୀ ବର୍ଷା ଆଶଙ୍କା: ଜୁଲାଇ ୧୭...

ଓଡ଼ିଶାରେ ଆସନ୍ତା ସାତ ଦିନ ଧରି ବର୍ଷାର ପ୍ରଭାବ ଜାରି ରହି...

ଜର୍ମାନୀରେ ଓଡ଼ିଆ ପୁଅ ଅନୀମେଷ କୁଜୁରଙ୍କ କମାଲ : ୧୦.୧୪ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ଗଢ଼ିଲେ ଐତିହାସିକ କୀର୍ତ୍ତିମାନ

ଜର୍ମାନୀରେ ଓଡ଼ିଆ ପୁଅ ଅନୀମେଷ କୁଜୁରଙ୍କ କମାଲ...

ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର ଅନୀମେଷ କୁଜୁର ଅନ୍ତର୍ଜାତୀୟ...

ଫିଫା ବିଶ୍ୱକପ୍ ୨୦୨୬: ବେଲଜିୟମକୁ ୨-୧ରେ ହରାଇ ସେମିଫାଇନାଲରେ ସ୍ପେନ୍, ଏବେ ମୁହାଁମୁହିଁ ହେବେ ଏମ୍ବାପ୍ପେଙ୍କ ଫ୍ରାନ୍ସ ସହ

ଫିଫା ବିଶ୍ୱକପ୍ ୨୦୨୬: ବେଲଜିୟମକୁ ୨-୧ରେ ହରାଇ...

ଫିଫା ବିଶ୍ୱକପ୍ ୨୦୨୬ର କ୍ୱାର୍ଟର ଫାଇନାଲରେ ସ୍ପେନ୍ ଦମଦାର...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+