ଦେଶରେ କୃତ୍ରିମ ବୁଦ୍ଧିମତା (ଏଆଇ) ଶିକ୍ଷାକୁ ଅଧିକ ଆଧୁନିକ ଓ ରୋଜଗାରମୁଖୀ କରିବା ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପଢ଼ାଯାଉଥିବା ଏଆଇ ପାଠ୍ୟକ୍ରମକୁ ପୁନର୍ଗଠନ କରିବା ସହ ଏହାକୁ ଶିଳ୍ପ କ୍ଷେତ୍ରର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯିବ।
ଏନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏଆଇ ପାଠ୍ୟକ୍ରମ କାର୍ଯ୍ୟଦଳ ଓ ଶିଳ୍ପ କ୍ଷେତ୍ରର ପ୍ରତିନିଧିଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ।
ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତର ଅନେକ ଶିକ୍ଷାନୁଷ୍ଠାନରେ ଏଆଇ ପାଠ୍ୟକ୍ରମ ଥିଲେ ମଧ୍ୟ ବ୍ୟବହାରିକ ଶିକ୍ଷା, ଆଧୁନିକ ପରୀକ୍ଷାଗାର ଓ ନୂତନ ପ୍ରଯୁକ୍ତି ସମ୍ପର୍କିତ ପ୍ରଶିକ୍ଷଣରେ ଅଭାବ ରହିଛି।
ନୂଆ ପାଠ୍ୟକ୍ରମରେ ପ୍ରଥମ ସେମିଷ୍ଟରରୁ ବାସ୍ତବ ଶିଳ୍ପ କ୍ଷେତ୍ରର ଉଦାହରଣ ଆଧାରିତ ଶିକ୍ଷା, ପ୍ରକଳ୍ପ ଭିତ୍ତିକ ଶିକ୍ଷଣ ଓ ବ୍ୟବହାରିକ ପ୍ରଶିକ୍ଷଣକୁ ଅଧିକ ଗୁରୁତ୍ୱ ଦିଆଯିବ।
ଏହାସହ ଏଆଇର ନୈତିକ ବ୍ୟବହାର, ଦାୟିତ୍ୱବୋଧ ଓ ନିୟମାବଳୀକୁ ମଧ୍ୟ ପାଠ୍ୟକ୍ରମର ଅଂଶ କରାଯିବ।
ଛାତ୍ରଛାତ୍ରୀଙ୍କ ପାଇଁ ଏକାଧିକ ପର୍ଯ୍ୟାୟରେ ପଢ଼ାଶୁଣା ସମାପ୍ତ କରିବାର ସୁବିଧା ରହିବ। ପ୍ରଥମ ବର୍ଷ ପରେ ପ୍ରମାଣପତ୍ର, ଦ୍ୱିତୀୟ ବର୍ଷ ପରେ ଡିପ୍ଲୋମା ଓ ତୃତୀୟ ବର୍ଷ ପରେ ଉନ୍ନତ ଡିପ୍ଲୋମା ପ୍ରଦାନ କରାଯିବ।
ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ। ଶିଳ୍ପ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିମାନଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତ କରିବା ସହ ଆଧୁନିକ ପରୀକ୍ଷାଗାର ଓ ମାନକ ପାଠ୍ୟସାମଗ୍ରୀ ପ୍ରସ୍ତୁତ କରାଯିବ।
ସରକାର, ଶିକ୍ଷାନୁଷ୍ଠାନ ଓ ଶିଳ୍ପ କ୍ଷେତ୍ରର ସହଯୋଗରେ ଏକ ଜାତୀୟ ସ୍ତରର ଏଆଇ ଭିତ୍ତିଭୂମି ମଧ୍ୟ ଗଢ଼ି ଉଠିବ। ଏହା ମାଧ୍ୟମରେ ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଉନ୍ନତ ଗଣନା ସୁବିଧା ଓ ଆଧୁନିକ ପ୍ରଯୁକ୍ତି ଉପଲବ୍ଧ କରାଯିବ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଭବିଷ୍ୟତର ଏଆଇ ବିଶେଷଜ୍ଞ ସୃଷ୍ଟି କରିବା ସହ ଭାରତକୁ ଏଆଇ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଆଗକୁ ନେବ ବୋଲି ଆଶା କରାଯାଉଛି।
ଉତ୍ତର ପ୍ରଦେଶର ସାମ୍ପ୍ରତିକ ବିଧାନ ପରିଷଦ (MLC) ନିର୍ବାଚ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ...
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭାରତୀୟ ଜନତ...
ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏ...
କେନ୍ଦ୍ରାପଡ଼ା:ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପ...
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...
ବିଜେପି ଯୁବମୋର୍ଚ୍ଚା (BJYM)ର ଜାତୀୟ କାର୍ଯ୍ୟକାରିଣୀ କମି...