ଭୟଙ୍କର ଭୂମିକମ୍ପରେ କ୍ଷତିଗ୍ରସ୍ତ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାକୁ ମାନବୀୟ ସହାୟତା ଯୋଗାଇବା ପାଇଁ ଭାରତ ସରକାର‘ଅପରେସନ୍ ଅମିଷ୍ଟାଡ୍’ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ ଭାରତୀୟ ବାୟୁସେନାର ଦୁଇଟିସି-୧୭ ଗ୍ଲୋବମାଷ୍ଟରବିମାନ ଶୁକ୍ରବାର ଭେନେଜୁଏଲା ଅଭିମୁଖେ ଯାତ୍ରା କରିଛି।
ଏହି ବିମାନଗୁଡ଼ିକରେ ସେନାର ବିଶେଷ ମେଡିକାଲ୍ ଟିମ୍, ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ, ୩୫ ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଏବଂ ଆଧୁନିକ ଚିକିତ୍ସା ଉପକରଣ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀଏସ୍. ଜୟଶଙ୍କରସୋସିଆଲ୍ ମିଡିଆ ପ୍ଲାଟଫର୍ମଏକ୍ସମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ମାନବୀୟ ସହଯୋଗ ପ୍ରଦାନରେ ଭାରତ ସର୍ବଦା ଅଗ୍ରଣୀ ଭୂମିକା ନିଭାଇ ଆସୁଛି।
ହିନ୍ଦନ ବାୟୁସେନା ଘାଟିରୁ ଯାତ୍ରା କରିଥିବା ଏହି ଅଭିଯାନରେ ଭାରତୀୟ ସେନାର୬୦ ପାରା ଫିଲ୍ଡ ହସ୍ପିଟାଲ୍ର ୯ ଜଣ ମେଡିକାଲ୍ ଅଫିସରଙ୍କ ସମେତ ମୋଟ ୪୧ ଜଣ ବିଶେଷଜ୍ଞ କର୍ମଚାରୀ ସାମିଲ ଅଛନ୍ତି। ଏହି ଟିମ୍ ବିପର୍ଯ୍ୟୟ ଓ ଯୁଦ୍ଧ ପରିସ୍ଥିତିରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ ପାଇଁ ବିଶେଷ ପ୍ରଶିକ୍ଷଣପ୍ରାପ୍ତ।
ଭେନେଜୁଏଲାରେ ପହଞ୍ଚିବା ପରେ ଏହି ମେଡିକାଲ୍ ଟିମ୍ ଅସ୍ଥାୟୀ ଫିଲ୍ଡ ହସ୍ପିଟାଲ୍ ସ୍ଥାପନ କରି ଗୁରୁତର ଆହତଙ୍କୁ ଆପାତକାଳୀନ ଚିକିତ୍ସା, ଅସ୍ତ୍ରୋପଚାର ଏବଂ ଜୀବନ ରକ୍ଷାକାରୀ ସେବା ଯୋଗାଇବେ। ସେଥିସହ ପ୍ରାୟ ୬ ଟନ୍ ଔଷଧ ଓ ଆଧୁନିକ ଚିକିତ୍ସା ଉପକରଣ ମଧ୍ୟ ପଠାଯାଇଛି।
ଏହି ସହାୟତା ଅଭିଯାନର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଭାରତର ସ୍ୱଦେଶୀ ପ୍ରଯୁକ୍ତିରେ ବିକଶିତ‘ଭୀଷ୍ମ କ୍ୟୁବ୍’। ଏହା ଏକ ମଡ୍ୟୁଲାର୍ ମୋବାଇଲ୍ ମେଡିକାଲ୍ ସେଣ୍ଟର, ଯାହାକୁ ଅତି କମ୍ ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଫିଲ୍ଡ ହସ୍ପିଟାଲ୍ରେ ପରିଣତ କରାଯାଇପାରିବ। ଭାରତ ଏଭଳି ଦୁଇଟି ‘ଭୀଷ୍ମ କ୍ୟୁବ୍’ ଭେନେଜୁଏଲାକୁ ପଠାଇଛି।
ଏହି ମୋବାଇଲ୍ ହସ୍ପିଟାଲ୍ରେ ପୋର୍ଟେବଲ୍ ଭେଣ୍ଟିଲେଟର, ଅକ୍ସିଜେନ୍ ବ୍ୟବସ୍ଥା, ରୋଗୀ ମନିଟର ଏବଂ ସ୍ୱୟଂସମ୍ପୂର୍ଣ୍ଣ ବିଦ୍ୟୁତ ବ୍ୟବସ୍ଥା ରହିଛି। ଏହା ଏକ ସମୟରେ ପ୍ରାୟ ୨୦୦ ଗୁରୁତର ରୋଗୀଙ୍କୁ ଆଇସିୟୁ ଓ ଟ୍ରମା କେୟାର୍ ସେବା ଯୋଗାଇବାରେ ସକ୍ଷମ।
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ଏହି କଠିନ ସମୟରେ ଭାରତ ଭେନେଜୁଏଲାର ଜନସାଧାରଣଙ୍କ ସହ ଦୃଢ଼ଭାବେ ଛିଡ଼ା ହୋଇ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ମାନବୀୟ ସହାୟତା ଜାରି ରହିବ।
ହର୍ମୁଜ୍ ପ୍ରଣାଳୀରେ ସମ୍ପ୍ରତି ହୋଇଥିବା ଡ୍ରୋନ୍ ଆକ୍ରମଣ ପ...
ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜିକାଲି ଅନେକ ମହିଳା ଏବଂ ପୁର...
ବ୍ରହ୍ମପୁର:ଜଳାଶୟରେ ମିଳୁଥିବା ଶୈବାଳ (Algae) ଉପରେ ଦୀର୍...
ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ମାର୍ଗ ମଧ୍ୟରୁ ଅନ୍ୟ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧୀ ଅଭି...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କଂଗ୍ର...
ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ବିନା ଜୀବନ କଳ୍ପନା କରିବା...
ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟାଭ୍ୟାସର ଭୂମ...