ଭାରତୀୟ ରେଳବାଇ ପରିବହନ କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ କରିଛି। ଦେଶର ପ୍ରଥମ ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍ ଆଜି ଔପଚାରିକ ଭାବେ ଚଳାଚଳ ଆରମ୍ଭ କରିଛି। ଏହା ସହ ଭାରତ ସ୍ୱଚ୍ଛ ଏବଂ ପରିବେଶବନ୍ଧବ ରେଳ ପରିବହନ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଜିନ୍ଦ-ସୋନିପତ୍ ରେଳପଥରେ ଏହି ଟ୍ରେନ୍କୁ ସବୁଜ ସଙ୍କେତ ଦେଖାଇ ଶୁଭାରମ୍ଭ କରିଛନ୍ତି। ଦୀର୍ଘ ଦିନର ଅପେକ୍ଷା ପରେ ଯାତ୍ରୀମାନେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ସୁବିଧା ପାଇବେ।
ଏହି ଟ୍ରେନ୍ର ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ସମ୍ପୂର୍ଣ୍ଣ ଭାରତରେ ନିର୍ମିତ। ପାରମ୍ପରିକ ଡିଜେଲ୍ ଇଞ୍ଜିନ୍ର ପରିବର୍ତ୍ତେ ଏଥିରେ ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରାଯାଇଛି। ଫଳରେ ଟ୍ରେନ୍ରୁ ଧୂଆଁ ବା କାର୍ବନ୍ ନିସ୍ସରଣ ହେବ ନାହିଁ, ଯାହା ପରିବେଶ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ।
ଏହି ଟ୍ରେନ୍ଟି ଜିନ୍ଦ ସିଟି, ପାଣ୍ଡୁ ପିଣ୍ଡାରା, ଲଳିତ ଖେଡା, ଭାପେଗା, ଲାଥ, ମୋହନା, ଇଶାପୁର ଖେରି, ବୁଟାନା, ଖଣ୍ଡରାଇ, ଗୋହାନା, ରାବ୍ରା ଓ ବାରୱାସନି ଷ୍ଟେସନ୍ରେ ରହଣି କରିବ।
୧୦ଟି କୋଚ୍ ବିଶିଷ୍ଟ ଏହି ଆଧୁନିକ ଟ୍ରେନ୍ରେ ୮ଟି ଯାତ୍ରୀ କୋଚ୍ ଏବଂ ୨ଟି ହାଇଡ୍ରୋଜେନ୍ ପାୱାର କୋଚ୍ ରହିଛି। ଏକାଥରେ ପ୍ରାୟ ୨,୬୦୦ ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
ହାଇଡ୍ରୋଜେନ୍ ଇନ୍ଧନଚାଳିତ ଏହି ଟ୍ରେନ୍ ଭାରତୀୟ ରେଳର ଆଧୁନିକୀକରଣ ଓ ସବୁଜ ଶକ୍ତି ବ୍ୟବହାର ପ୍ରତି ଦୃଢ଼ ପ୍ରତିବଦ୍ଧତାର ଏକ ଉଦାହରଣ ବୋଲି ମନେ କରାଯାଉଛି।
ଫିଫା ବିଶ୍ୱକପ୍‌ରେ ସେମିଫାଇନାଲ୍‌ରୁ ବିଦାୟ ନେ...
କଟକ ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍...
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ...
ପୁରୀରେ ଚାଲିଥିବା ରଥଯାତ୍ରା ୨୦୨୬ରେ ଭକ୍ତଙ୍କ ସୁରକ୍ଷାକୁ...
ଆନିମେଟେଡ୍ ଫିଲ୍ମ‘ମହାପ୍ରଭୁ ଜଗନ୍ନାଥ’ରିଲିଜ...
ରାଜ୍ୟରେ ସବୁଜ ପରିବେଶ ବୃଦ୍ଧି ପାଇଁ ଭାରତୀୟ ଜାତୀୟ ରାଜପଥ...
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଶେଷ...
ଫୁଟବଲ୍ ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ମହୋତ୍ସବ ଫିଫା ବିଶ...