ପୁଣିଥରେ ‘ନେବରହୁଡ୍ ଫାଷ୍ଟ’ ବା ‘ପଡ଼ୋଶୀ ପ୍ରଥମ’ ନୀତିର ଉଦାହରଣ ଦେଇ ଭାରତ ସଙ୍କଟ ସମୟରେ ମାଳଦ୍ୱୀପକୁ ସହାୟତାର ହାତ ବଢ଼ାଇଛି। ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି ଓ ତାହାର ପ୍ରଭାବରେ ଆର୍ଥିକ ସଙ୍କଟ ମୁହାଁ ଦେଉଥିବା ମାଳଦ୍ୱୀପକୁ ଭାରତ ୩,୦୦୦ କୋଟି ଟଙ୍କାର କରେନ୍ସି ସ୍ୱାପ୍ ସୁବିଧା ପାଇଁ ଅନୁମୋଦନ ଦେଇଛି।
ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (SAARC) ଫ୍ରେମୱର୍କ ଅଧୀନରେ ଏହି କରେନ୍ସି ସ୍ୱାପ୍ ବ୍ୟବସ୍ଥା ମାଳଦ୍ୱୀପକୁ ତୁରନ୍ତ ଆର୍ଥିକ ରାହତ ଦେବ। ପ୍ରାୟ ୧୨ ବର୍ଷ ଧରି ଅଟକି ରହିଥିବା ଏହି ବ୍ୟବସ୍ଥାର ଲାଭ ଏବେ ମାଳଦ୍ୱୀପକୁ ମିଳିବା ଭାରତ-ମାଳଦ୍ୱୀପ ସମ୍ପର୍କରେ ନୂଆ ଗୁରୁତ୍ୱ ନେଇଛି।
ଅଧିକାରୀମାନଙ୍କ ମତାନୁସାରେ, ଏହି କରେନ୍ସି ସ୍ୱାପ୍ ବ୍ୟବସ୍ଥା ମାଳଦ୍ୱୀପକୁ ବିଦେଶୀ ମୁଦ୍ରା ଯୋଗାଣରେ ସହାୟତା କରିବ ଏବଂ ବଜାର ଦରର ଉଚ୍ଚ ସୁଦର ଋଣ ଉପରେ ନିର୍ଭରତା କମେଇବ। ଏହା ମାଳଦ୍ୱୀପର Balance of Payments ଉପରେ ଥିବା ଚାପ ହ୍ରାସ କରିବା ସହ ଆର୍ଥିକ ସ୍ଥିରତା ସ୍ଥାପନରେ ମଦଦ କରିବ।
ଭାରତ ପୂର୍ବରୁ ମଧ୍ୟ ଆଞ୍ଚଳିକ ସହଯୋଗ ଓ ପଡ଼ୋଶୀ ଦେଶମାନଙ୍କ ସଙ୍କଟ ସମୟରେ ସହଯୋଗ ଜାରି ରଖିଆସିଛି। ଏହି ପଦକ୍ଷେପ ଭାରତର ବିଦେଶ ନୀତିରେ ‘ନେବରହୁଡ୍ ଫାଷ୍ଟ’ ନୀତିର ପୁନଃ ପ୍ରମାଣ ଭାବେ ଦେଖାଯାଉଛି।
ବିଶେଷଜ୍ଞମାନଙ୍କ ମତରେ, ଏହା କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଆଞ୍ଚଳିକ ସହଯୋଗ ଓ କୂଟନୈତିକ ସମ୍ପର୍କକୁ ଆଉ ମଜବୁତ କରିବାର ଏକ ପଦକ୍ଷେପ।
ଓଡ଼ିଶାରେ ପୁଣି ଏକଲଘୁଚାପସକ୍ରିୟ ହେବାକୁ ଯାଉଥିବାରୁ ଆଗାମ...
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଆଙ୍କ ଅଗାଧ ଭକ୍ତି...
ଗୁଜରାଟରେ ଲଗାତାର ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ପଛ...
ଓଡ଼ିଶାରେ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି ମୌସୁମୀ। ବଙ୍ଗ...
ଭାରତୀୟ ସିନେମାର ସବୁଠୁ ବଡ଼ ଏବଂ ଆକାଂକ୍ଷୀ ପ୍ରକଳ୍ପମାନଙ୍...
ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଏବଂ ସଫଳ ଚଳଚ୍ଚିତ୍ର ମଧ୍ୟରୁ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...
ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ବର୍ଷାର ପ୍ରକୋପ ଜାରି ରହି...
ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...
ଏସ୍‌ଏସ୍‌ ରାଜାମୌଳୀଙ୍କ ବହୁ ପ୍ରତୀକ୍ଷିତ ପ୍ୟା...