ବାଲେଶ୍ୱର ଜିଲ୍ଲାରେ ବେଆଇନ କାଠ କାରବାର ବିରୋଧରେ ବନ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି। ଶନିବାର ବିଳମ୍ବିତ ରାତିରେ ଚଢ଼ାଉ କରି ଏକ ବେଆଇନ କରତକଳ ଠାବ କରିବା ସହ ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରପାତି ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ କରତକଳର ମାଲିକ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ସିମୁଳିଆ ଥାନା ଅଧୀନ ବାଙ୍ଗର ଗଡ଼ିଆ ପଞ୍ଚାୟତ ଅଞ୍ଚଳରେ ବେଆଇନ ଭାବେ କାଠ ଚିରା କାର୍ଯ୍ୟ ଚାଲିଥିବା ନେଇ ବନ ବିଭାଗ ପାଖରେ ଗୁପ୍ତ ସୂଚନା ପହଞ୍ଚିଥିଲା। ଏହା ପରେ ଉପଡା ରେଞ୍ଜରଙ୍କ ନେତୃତ୍ୱରେ କୁପାରୀ ଫରେଷ୍ଟର ଦୁଷ୍ମନ୍ତ ଜେନା ଓ ଅନ୍ୟ ବନ କର୍ମଚାରୀମାନେ ମିଶି ରାତ୍ରିକାଳୀନ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ କରତକଳରୁ ବହୁ ପରିମାଣର ପ୍ରକ୍ରିୟାକୃତ କାଠ, କରତକଳ ମେସିନ୍ ଏବଂ ପରିବହନ ପାଇଁ ଏକ ଟାଟା ଏସ୍ ବାଣିଜ୍ୟିକ ଗାଡ଼ିରେ ଲୋଡ୍ ହୋଇଥିବା କାଠକୁ ଜବତ କରାଯାଇଥିଲା। ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି।
ଚଢ଼ାଉ ବେଳେ କରତକଳ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ସେଠାରେ ଥିବା ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଛି।
ଏହି ଘଟଣାରେ ବନ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ଥିବା କରତକଳ ମାଲିକଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ତଲାସି ଜୋରଦାର କରିଛି।
ରାଜଧାନୀ ଦିଲ୍ଲୀରେ ଆଗାମୀBRICS ସମ୍ମିଳନୀପାଇଁ ପ୍ରସ୍ତୁତି...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ସଫଳତା ପାଇଁ ବଡ଼ ପରିବାରିକ ପୃଷ୍ଠଭୂମି କିମ୍ବା ଉତ୍ତରାଧିକ...
PF ଦାବି ପରିଶୋଧରେ ବିଳମ୍ବ କରିବା ଏବେ EPFOକୁ ମହଙ୍ଗା ପଡ...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ଷ୍ଟକ୍ ଏକ୍ସଚେଞ୍ଜ ଏବଂ ଅନ୍ୟ ପ୍ରମୁଖ ମାର୍କେଟ୍ ଇନ୍ଫ୍ରାଷ୍...