ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ଜୁନ୍ ୨୧ରେ ହେବାକୁ ଥିବା ପୁନଃ ପରୀକ୍ଷାକୁ ଅଧିକ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରଶ୍ନପତ୍ର ପରିବହନ ଓ ଲଜିଷ୍ଟିକ୍ସ ବ୍ୟବସ୍ଥାପନା ଦାୟିତ୍ୱ ଭାରତୀୟ ବାୟୁସେନାକୁ ଦିଆଯିବା ନେଇ ବିଚାର କରାଯାଉଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ଦେଶର ବିଭିନ୍ନ ଛାପାଖାନାରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ବାୟୁସେନାର ସହଯୋଗ ନେବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ଆଲୋଚନା ପରେ ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ବର୍ତ୍ତମାନ ପ୍ରଶ୍ନପତ୍ର ଡାକ ବିଭାଗ ମାଧ୍ୟମରେ ପଠାଯାଉଥିବା ବେଳେ ଏହା ଅନେକ ସ୍ତର ଦେଇ ଯାଇଥାଏ। ନୂଆ ବ୍ୟବସ୍ଥା ଲାଗୁ ହେଲେ ପ୍ରଶ୍ନପତ୍ର ଲିକ୍ ହେବାର ଆଶଙ୍କା କମିବ ଏବଂ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି କୁହାଯାଉଛି।
ଜଣେ ଅଧିକାରୀ କହିଛନ୍ତି, ପ୍ରସ୍ତାବ ଅନୁମୋଦନ ମିଳିଲେ ବାୟୁସେନା ଏହାର ବ୍ୟବହାରିକ ଦିଗ ନେଇ ପରୀକ୍ଷା ସମ୍ପର୍କିତ ଅଧିକାରୀଙ୍କ ସହ ଆଲୋଚନା କରିବ।
ଉଲ୍ଲେଖଯୋଗ୍ୟ ଯେ, ମେ ୩ରେ ଅନୁଷ୍ଠିତ ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। କିନ୍ତୁ ପ୍ରଶ୍ନପତ୍ର ଲିକ୍ ଏବଂ ଭିତରିଆ ଚକ୍ରାନ୍ତ ଅଭିଯୋଗ ପରେ ମେ ୧୨ରେ ପରୀକ୍ଷାକୁ ବାତିଲ କରାଯାଇଥିଲା।
ଏହି ଘଟଣାର ତଦନ୍ତ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତ ସଂସ୍ଥା କରୁଛି। ଏପର୍ଯ୍ୟନ୍ତ ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା ଓ ଉତ୍ତର ପ୍ରଦେଶରୁ ୧୧ ଜଣଙ୍କୁ ଗିରଫ କରାଯାଇଛି।
ବାଲିହନ୍ତାରେGRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟ...
ଇଣ୍ଡୋନେସିଆର ହାଲମାହେରା ଦ୍ୱୀପରେ ଥିବା ମାଉଣ୍ଟ ଡୁକୋନୋ ଜ...
ଇସ୍ଲାମ ଧର୍ମର ପାଞ୍ଚଟି ପ୍ରମୁଖ ସ୍ତମ୍ଭ ମଧ୍ୟରୁ ଗୋଟିଏ ପବ...
ଇରାନ୍ ସହ ସମ୍ଭାବ୍ୟ ଶାନ୍ତି ଚୁକ୍ତିକୁ ନେଇ ଆମେରିକୀୟ ରାଷ...
ବ୍ରହ୍ମଗିରି ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା...
ବ୍ରହ୍ମପୁରର ଅମ୍ବିକା ନଗର ଅଞ୍ଚଳରେ ଜଣେ ଯୁବକଙ୍କୁ ଧାରୁଆ...
ରାଜଧାନୀ ଭୁବନେଶ୍ୱରର କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ଅବୈଧ ନ...
ଆଇପିଏଲ୍ ୨୦୨୬ରୁ କୋଲକାତା ନାଇଟ୍ ରାଇଡର୍ସ ବାଦ୍ ପଡ଼ିବା ପ...
ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ୍‌ ଚଳିତ...
ଆଇପିଏଲ୍‌ ୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍&...
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ନେଇ...
ଆଇପିଏଲ୍‌ ୨୦୨୬ରେ ରାଜସ୍ଥାନ ରୟାଲ୍ସର ଓପେନିଂ ଯୋଡ଼ି...