ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ବୃଦ୍ଧି ପାଇବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଆଉ ଦୁଇଟି ଗେଟ୍ ଖୋଲାଯାଇଛି। ଏହା ସହ ବର୍ତ୍ତମାନ ହୀରାକୁଦ ଡ୍ୟାମର ମୋଟ ୨୨ଟି ଗେଟ୍ ଖୋଲା ରହିଛି।
ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଜଳଭଣ୍ଡାରକୁ ବର୍ତ୍ତମାନ୪,୧୫,୦୧୭ କ୍ୟୁସେକ୍ଜଳ ପ୍ରବେଶ କରୁଥିବାବେଳେ୩,୮୯,୦୦୦ କ୍ୟୁସେକ୍ଜଳ ମହାନଦୀକୁ ଛଡ଼ାଯାଉଛି। ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଯେ, ଜଳସ୍ତରକୁ ସନ୍ତୁଳିତ ରଖିବା ଏବଂ ବଢ଼ୁଥିବା ଜଳପ୍ରବାହକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଅତିରିକ୍ତ ଗେଟ୍ ଖୋଲାଯାଇଛି। ଜଳସ୍ତର ଉପରେ ୨୪ ଘଣ୍ଟା ନଜର ରଖାଯାଉଛି।
ହୀରାକୁଦରୁ ଜଳ ନିଷ୍କାସନ ବଢ଼ିଥିବାରୁ ଖଇରମାଳ ନିକଟରେ ଜଳପ୍ରବାହ ପ୍ରାୟ୭.୫ ଲକ୍ଷ କ୍ୟୁସେକ୍ରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ମହାନଦୀର ତଳିଆ ଅଞ୍ଚଳରେ ଏହାର ପ୍ରଭାବକୁ ନେଇ ପ୍ରଶାସନ ଓ ଜଳସମ୍ପଦ ବିଭାଗ ସତର୍କ ନଜର ରଖିଛନ୍ତି।
ରାଜ୍ୟର କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଥିବାରୁ ମହାନଦୀ କୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନଦୀକୁ ନଯିବା, ଅନାବଶ୍ୟକ ଭାବେ ପାଣି ଭିତରକୁ ପ୍ରବେଶ ନକରିବା ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ କୁହାଯାଇଛି।
ଜଳପ୍ରବାହର ପରିମାଣ ଅନୁଯାୟୀ ଆଗାମୀ ଦିନରେ ଆଉ ଗେଟ୍ ଖୋଲାଯିବ କିମ୍ବା ବନ୍ଦ କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।
ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିଶ୍ୱ ନାଥ...
‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମକୁ ନ...
ଉତ୍ତରପ୍ରଦେଶରେ ଅଗଷ୍ଟ ୧ରୁ ଯାନବାହନ ପଞ୍ଜୀକରଣ ପ୍ରମାଣପତ୍...
ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଓ ଅନ୍ୟ ନିର୍ବାଚନ ଆୟୁକ୍ତ...
କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍...
ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର **‘ରାମାୟଣ&r...
ଓଡ଼ିଶା ମୁଖ୍ୟମନ୍ତ୍ରୀମୋହନ ମାଝୀଶୁକ୍ରବାର ନୂଆଦିଲ୍ଲୀରେ କ...
ଦକ୍ଷିଣ ଭାରତୀୟ ସୁପରଷ୍ଟାରଅଲ୍ଲୁ ଅର୍ଜୁନପୁଣିଥରେ ନିଜର ସର...
ସଂସଦର ମୌସୁମୀ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ଦୁଇ ସପ୍ତା...
୨୦୨୭ରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆୟୋଜିତ ହେବାକ...
ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶକୁ ନେଇ ନୂଆଦିଲ୍ଲୀରେ ଏକ...
ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ରାମାୟ...