ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିଶ୍ୱ ନାଥ ଶର୍ମାଙ୍କର ଶୁକ୍ରବାର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ଭାରତୀୟ ସେନାର ମୁଖ୍ୟ ଭାବେ ଦେଶର ସେବା କରିଥିଲେ।
ଜେନେରାଲ ଶର୍ମା ଦେଶର ପ୍ରଥମ ପରମବୀର ଚକ୍ର ସମ୍ମାନିତ ଅମର ଶହୀଦ ମେଜର ସୋମନାଥ ଶର୍ମାଙ୍କ ସାନ ଭାଇ ଥିଲେ। ସାମରିକ ପରମ୍ପରାରେ ଗୌରବମୟ ଅବଦାନ ପାଇଁ ଶର୍ମା ପରିବାର ଭାରତୀୟ ସେନା ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିଛି।
ଡେରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ପୁରାତନ ଛାତ୍ର ଜେନେରାଲ ଶର୍ମା ୧୯୫୦ ମସିହା ଜୁନ୍ରେ ୧୬ ଲାଇଟ୍ କାଭାଲରୀରେ ଯୋଗଦେଇ ସାମରିକ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ସାମରିକ ଜୀବନରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଶେଷରେ ଭାରତୀୟ ସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିଥିଲେ।
ତାଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ଏକ୍ସ’ରେ ଶୋକବାର୍ତ୍ତା ଦେଇ ସେ ଜେନେରାଲ ଶର୍ମାଙ୍କୁ ଜଣେ ନିଷ୍ଠାପର, ସାହସୀ ଓ ଦୂରଦ୍ରଷ୍ଟା ସାମରିକ ନେତା ଭାବେ ସ୍ମରଣ କରିଛନ୍ତି। ଜେନେରାଲ ଶର୍ମା ନିଜ ପରିବାରର ଗୌରବମୟ ସାମରିକ ପରମ୍ପରାକୁ ଆଗକୁ ନେଇଥିଲେ ବୋଲି ସେ କହିଛନ୍ତି।
ଭାରତୀୟ ସେନା ପକ୍ଷରୁ ମଧ୍ୟ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଯାଇଛି। ତାଙ୍କ ନେତୃତ୍ୱ, କର୍ତ୍ତବ୍ୟପରାୟଣତା ଓ ଦେଶସେବାର ଭାବନା ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ ବୋଲି ସେନା ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ୧୯୪୭-୪୮ କାଶ୍ମୀର ଅଭିଯାନରେ ଅପୂର୍ବ ସାହସିକତା ପାଇଁ ମେଜର ସୋମନାଥ ଶର୍ମାଙ୍କ ସମେତ ଲାନ୍ସ ନାୟକ କରମ ସିଂହ, ସେକେଣ୍ଡ ଲେଫ୍ଟନାଣ୍ଟ ରାମା ରଘୋବା ରାଣେ ଏବଂ ନାୟକ ଯଦୁନାଥ ସିଂହଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା।
ଜେନେରାଲ ବିଶ୍ୱ ନାଥ ଶର୍ମାଙ୍କ ଦୀର୍ଘ ସାମରିକ ଜୀବନ ଓ ଦେଶ ପ୍ରତି ତାଙ୍କର ଅବଦାନ ଭାରତୀୟ ସେନା ଇତିହାସରେ ସ୍ମରଣୀୟ ହୋଇ ରହିବ।
FIH ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ପୁରୁଷ ହକି ଦଳ...
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ପକ୍ଷରୁ୨୦୨...
ଭାରତରେ ଦେଖିବାକୁ ମିଳିବ ବ୍ରାଜିଲ ଫୁଟବଲର ଯାଦୁ। ଫୁଟବଲ୍ର...
ଅଗଷ୍ଟ ମାସରୁ ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ପଡ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ନିଜ ଶୌକକୁ ପେଶାରେ ପରିଣତ କରିବା ସମସ୍ତଙ୍କ ପାଇଁ ସମ୍ଭବ ହ...
ଓଡ଼ିଶା କ୍ରିକେଟ୍ ବର୍ତ୍ତମାନ ଏହାର ସବୁଠୁ କଠିନ ସମୟ ମଧ୍ୟ...
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...
ଦ ହଣ୍ଡ୍ରେଡ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାର...
ସୁନା-ରୁପା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ...
ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭ...
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ପାରାଦୀପରେ...