ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ପଞ୍ଚମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ହେରା ପଞ୍ଚମୀ ନୀତି ମହା ଆଡ଼ମ୍ବରର ସହ ପାଳିତ ହୋଇଛି। ଏହି ଅବସରରେ ମା' ମହାଲକ୍ଷ୍ମୀ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିରାଜମାନ କରିଥିଲେ। ପାଳିଆ ମହାଜନ ସେବାୟତମାନେ ତାଙ୍କର ମହାସ୍ନାନ ନୀତି ସମ୍ପନ୍ନ କରିଥିଲେ। ଏହାପରେ ବନକଲାଗି ନୀତି ସହ ପାଟବସ୍ତ୍ର ଏବଂ ପାରମ୍ପରିକ ଅଳଙ୍କାରରେ ମା'ଙ୍କୁ ସୁସଜ୍ଜିତ କରାଯାଇଥିଲା।
ପରେ ବିମାନବଡୁ ସେବାୟତମାନେ ଘଣ୍ଟ, କାହାଳୀ ଓ ଛତା ସହ ମା' ଲକ୍ଷ୍ମୀଙ୍କ ବିମାନକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡକୁ ଆଣିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିକଟରେ ମା'ଙ୍କ ବିମାନ ସ୍ଥାପନ କରାଯାଇଥିଲା।
ରାତ୍ରିରେ ପତି ମହାପାତ୍ର ସେବାୟତମାନେ ପ୍ରସାଦ ଲାଗି, ବନ୍ଦାପନା, ଚାମର ଅଳଟା, ଘଷା ବିଡ଼ିଆ ଏବଂ ଦହିପଟି ମନୋହି ଆଦି ନୀତି ସମ୍ପନ୍ନ କରିଥିଲେ। ପରବର୍ତ୍ତୀ ସମୟରେ ମା' ଲକ୍ଷ୍ମୀଙ୍କ ବିମାନକୁ ନାକଚଣା ଦ୍ୱାର ନିକଟକୁ ନିଆଯାଇଥିଲା। ସେଠାରେ ଭିତରଛ ମହାପାତ୍ର ସେବାୟତ ହଟୁଆଣୀ ଗ୍ରହଣ କରି ବନ୍ଦାପନା ଓ ଦହିପଟି ମନୋହି ନୀତି ସମ୍ପନ୍ନ କରିଥିଲେ।
ସମସ୍ତ ନୀତି ଶେଷ ହେବା ପରେ ମା' ଲକ୍ଷ୍ମୀଙ୍କ ବିମାନକୁ ନନ୍ଦିଘୋଷ ରଥ ନିକଟକୁ ନିଆଯାଇଥିଲା। ସେଠାରେ ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥର କାଠର ଏକ ଅଂଶକୁ ପ୍ରତୀକାତ୍ମକ ଭାବେ ଭଙ୍ଗାଯାଇଥିଲା। ଏହି ନୀତି ମା' ଲକ୍ଷ୍ମୀଙ୍କ ମାନ ଓ ଅଭିମାନର ପ୍ରତୀକ। ମହାପ୍ରଭୁ ରଥଯାତ୍ରାରେ ତାଙ୍କୁ ସାଙ୍ଗରେ ନ ନେଇ ଯାଇଥିବାରୁ ମା' ଲକ୍ଷ୍ମୀ ନିଜର ଅଭିମାନ ପ୍ରକାଶ କରିଥାନ୍ତି ବୋଲି ବିଶ୍ୱାସ ରହିଛି।
ଏହାପରେ ମା' ଲକ୍ଷ୍ମୀ ହେରା ଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯାଇଥିଲେ। ଏହି ନୀତି ମହାପ୍ରଭୁ ଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କ ଦିବ୍ୟ ଲୀଳା ସହ ଆଧ୍ୟାତ୍ମିକ ଓ ଭାବାତ୍ମକ ପରମ୍ପରାର ଏକ ଅପୂର୍ବ ସମନ୍ୱୟକୁ ଉପସ୍ଥାପନ କରିଥାଏ।
ଅନ୍ୟପକ୍ଷରେ, ମଙ୍ଗଳବାର ତିନି ରଥ ଦକ୍ଷିଣମୋଡ଼ ନେବେ। ସକାଳ ଧୂପ ନୀତି ଓ ଆଜ୍ଞାମାଳ ପ୍ରଦାନ ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ। ଏହାପରେ ତିନି ରଥକୁ ନାକଚଣା ଦ୍ୱାର ନିକଟରେ ସ୍ଥାପନ କରାଯିବ।
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଆମେରିକାର Federal Bureau of Investigation (FBI) ମଞ୍...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...