ମୌସୁମୀର ତାଣ୍ଡବ: ଉତ୍ତର ପ୍ରଦେଶ-ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନ, ୧୦ରୁ ଅଧିକଙ୍କ ମୃତ୍ୟୁ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶକୁ ଛୁଇଁବା ପରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ହିମାଚଳ ପ୍ରଦେଶ ଓ କେରଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ରାସ୍ତା, ସ୍କୁଲ ଓ ଯାତାୟାତ ସେବା ପ୍ରଭାବିତ ହୋଇଛି।
Heavy rain and landslides disrupt life across Uttarakhand and Uttar Pradesh.
Heavy rain and landslides disrupt life across Uttarakhand and Uttar Pradesh.

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ସମଗ୍ର ଦେଶକୁ ଆବୃତ କରିଛି। ସାଧାରଣତଃ ମୌସୁମୀ ବାୟୁ ସାରା ଦେଶରେ ପହଞ୍ଚିବାକୁ ୩୮ ଦିନ ସମୟ ନେଉଥିବାବେଳେ, ଏଥର ମାତ୍ର ୩୬ ଦିନରେ ଦେଶବ୍ୟାପୀ ପହଞ୍ଚିଛି। ଏହା ସହିତ ଉତ୍ତର ଓ ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।

ଗୁରୁବାର ସାରା ଦେଶରେ ବର୍ଷାଜନିତ ବିଭିନ୍ନ ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ ରାଜପଥ ବନ୍ଦ ହୋଇଯାଇଛି। ଯମୁନୋତ୍ରୀ ମାର୍ଗ ବନ୍ଦ ରହିବାରୁ ପ୍ରାୟ ୧,୦୦୦ ତୀର୍ଥଯାତ୍ରୀ ଫସି ରହିଛନ୍ତି। ପିଥୋରାଗଡ଼ର ଆଦି କୈଳାସ ମାର୍ଗ ମଧ୍ୟ ପଥର ଖସିବା ଯୋଗୁଁ ବନ୍ଦ ରହିଛି। ହରିଦ୍ୱାରରେ ରାସ୍ତା ଉପରେ ୩ରୁ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାବେଳେ, ରାଜ୍ୟର ୧୦ଟି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି।

ଉତ୍ତର ପ୍ରଦେଶର ୬୯ଟି ସହରରେ ପ୍ରବଳ ବର୍ଷା ହୋଇଛି। ବର୍ଷା ସମ୍ପର୍କିତ ବିଭିନ୍ନ ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। କୁଶୀନଗରରେ ବଜ୍ରପାତରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇଥିବାବେଳେ, ସନ୍ଥ କବୀର ନଗରରେ ବଜ୍ରପାତରେ ଦୁଇ ମହିଳାଙ୍କ ଜୀବନ ଯାଇଛି। ବୁଲନ୍ଦସହରରେ ଏକ ମସଜିଦର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଗାଜିଆବାଦରେ ଘର ବାହାରେ ଜମା ପାଣିରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି।

ରାଜସ୍ଥାନର ଧୋଲପୁରରେ ବର୍ଷା ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣ ଭଗ୍ନାବଶେଷ ତଳେ ଫସିଯାଇଥିବାବେଳେ, ଆଜମେରର କିଶନଗଡ଼ରେ ଏକ ମାଟି ଘର ଭୁଶୁଡ଼ି ପଡ଼ିବାରୁ ବାପା, ମା ଓ ଶିଶୁ ପୋତି ହୋଇଯାଇଛନ୍ତି। ରାଜ୍ୟରେ ୬ଟି ଟ୍ରେନ୍ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ୍ ବିଳମ୍ବରେ ଚଳାଚଳ କରୁଛି।

ଗୁଜରାଟର ସୁରତରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିଲେ ମଧ୍ୟ ଆହୁରି ୬ଟି ମୃତଦେହ ଉଦ୍ଧାର କରାଯାଇଛି। ଗତ କିଛି ଦିନ ମଧ୍ୟରେ ଗୁଜରାଟରେ ବର୍ଷାଜନିତ ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ ହିମାଚଳ ପ୍ରଦେଶରେ ୭୫ଟି ରାସ୍ତା ବନ୍ଦ ରହିଥିବାବେଳେ, ମହାରାଷ୍ଟ୍ର ଓ କେରଳରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳର ୱାୟନାଡରେ ଭୂସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ପରେ ନିଖୋଜଙ୍କ ସନ୍ଧାନ ପାଇଁ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଉଛି।

LIVE TV
LIVE
Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+