‘Hanuman Ansh’ ଏବେ ବଡ଼ ପରଦାରୁ ବିଦାୟ ନେବାକୁ ପ୍ରସ୍ତୁତ ନୁହେଁ। ନୀମ୍ କରୋଲି ବାବାଙ୍କ ଜୀବନ ଓ ଆଧ୍ୟାତ୍ମିକ ଯାତ୍ରାକୁ ନେଇ ତିଆରି ଏହି ଫିଲ୍ମର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ‘Hanuman Ansh 2’ ଉପରେ କାମ ଚାଲିଛି। ମେକର୍ସ ଏହାକୁ ଆରମ୍ଭରୁ ଏକ ଟ୍ରିଲୋଜି ଭାବେ ଯୋଜନା କରିଥିବା ପ୍ରଯୋଜକ ନମ୍ରତା ସିଂହ କହିଛନ୍ତି।
‘Hanuman Ansh 2’ରେ ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ୟାମିଓ ଭୂମିକାରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନୀମ୍ କରୋଲି ବାବାଙ୍କ ସହ ଜଡ଼ିତ କିଛି ପରିଚିତ ଭକ୍ତଙ୍କ ସହ ମେକର୍ସ ଯୋଗାଯୋଗ କରିଥିବା ନମ୍ରତା ସିଂହ କହିଛନ୍ତି। ତେବେ ଅନୁଷ୍କା କିମ୍ବା ବିରାଟ ଫିଲ୍ମରେ ନିଶ୍ଚିତ ଭାବେ ଅଭିନୟ କରିବେ ବୋଲି ଏଯାଏଁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।
ନମ୍ରତାଙ୍କ କହିବା ଅନୁସାରେ, ମେକର୍ସ କିଛି ପରିଚିତ ଭକ୍ତଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ ‘Hanuman Ansh’ ବିଷୟରେ ଜାଣିଥିଲେ। ତେବେ ଦ୍ୱିତୀୟ ଭାଗରେ ଭାରତୀୟ ଭକ୍ତମାନଙ୍କ କାହାଣୀକୁ ପ୍ରାଥମିକତା ଦିଆଯିବ।
ନିର୍ଦ୍ଦେଶକ ବିଶାଲ ଚତୁର୍ବେଦୀଙ୍କ ଅନୁସାରେ, ଆଗାମୀ ଫିଲ୍ମ ନୀମ୍ କରୋଲି ବାବାଙ୍କ ଜୀବନ ସହ ଜଡ଼ିତ ବିଭିନ୍ନ ସ୍ଥାନକୁ ନେଇ ଆଗକୁ ବଢ଼ିବ। ତାଙ୍କ ଜନ୍ମସ୍ଥାନ ଫିରୋଜାବାଦରୁ କାହାଣୀ ଆରମ୍ଭ ହୋଇ ଆଗ୍ରା, ମଥୁରା ଓ ଅନ୍ୟାନ୍ୟ ସ୍ଥାନକୁ ଯିବାର ଯୋଜନା ରହିଛି।
ପ୍ରଥମ ଭାଗରେ ସ୍ଥାନ ଅଭାବରୁ ଯେଉଁ ଅଧ୍ୟାୟଗୁଡ଼ିକୁ ଦେଖାଇବା ସମ୍ଭବ ହୋଇନଥିଲା, ସେଗୁଡ଼ିକୁ ସିକ୍ୱେଲ୍ରେ ଉପସ୍ଥାପନ କରାଯିବ।
‘Hanuman Ansh’କୁ ଏକ ଟ୍ରିଲୋଜି ଭାବେ ତିଆରି କରାଯାଉଛି। ପ୍ରଥମ ଭାଗରେ ନୀମ୍ କରୋଲି ବାବାଙ୍କ ପ୍ରାରମ୍ଭିକ ଜୀବନରୁ କୈଞ୍ଚି ଧାମ ପର୍ଯ୍ୟନ୍ତର ଯାତ୍ରାକୁ ଦେଖାଯାଇଛି। ଦ୍ୱିତୀୟ ଭାଗରେ ଭାରତୀୟ ଭକ୍ତ ଓ କୈଞ୍ଚି ଧାମକୁ ଗୁରୁତ୍ୱ ଦିଆଯିବ।
ତୃତୀୟ ଭାଗରେ ନୀମ୍ କରୋଲି ବାବାଙ୍କ ଆଧ୍ୟାତ୍ମିକ ପ୍ରଭାବ କିପରି ପଶ୍ଚିମ ଦେଶଗୁଡ଼ିକରେ ପହଞ୍ଚିଥିଲା, ତାହା ଦେଖାଇବାର ଯୋଜନା ରହିଛି। ଏଥିରେ Steve Jobs, Mark Zuckerberg, Jack Dorsey ଓ Julia Robertsଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସହ ଜଡ଼ିତ ଘଟଣାକୁ ମଧ୍ୟ ଛୁଇଁବାର ଯୋଜନା ରହିଛି।
‘Hanuman Ansh’ ଅଗଷ୍ଟ ୭ରେ ରିଲିଜ୍ ହୋଇଥିଲା। ଆରମ୍ଭରେ ଧୀର ଗତିରେ ଚାଲିଥିଲେ ମଧ୍ୟ ପରେ ମୁଖ୍ୟତଃ ମାଉଥ୍-ଅଫ୍-ଦ-ମାଉଥ୍ ପ୍ରଚାରରେ ଫିଲ୍ମଟି ବଡ଼ ସଫଳତା ପାଇଛି। ସିକ୍ୱେଲ୍ ନେଇ ଏବେ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢ଼ିଛି।
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...
ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...
ନୂଆଦିଲ୍ଲୀ:ବିଶ୍ୱ ବାଣିଜ୍ୟ ଓ ଅର୍ଥନୀତିର ସୁଚାରୁ ପରିଚାଳନ...
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାର...
ନୂଆଦିଲ୍ଲୀ:ବିଶ୍ୱର ଇନ୍ଧନ ଓ ସାମୁଦ୍ରିକ ବାଣିଜ୍ୟ ବ୍ୟବସ୍ଥ...
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଭିଜିଲାନ୍ସର...
ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶାରେ ଖରାଦିନ ଆଗୁଆ ଆରମ୍ଭ ହୋଇ...
ରୋଗୀ ସାଜି ଘରେ ପଶିଲେ, ଚିକିତ୍ସା କରାଇବା ବାହାନାରେ କବାଟ...
ନୂଆଦିଲ୍ଲୀରେ ଆୟୋଜିତBRICS ବିଜନେସ୍ ଫୋରମ୍ ସମ୍ମିଳନୀର ଏକ...
ସ୍ୱିଜରଲ୍ୟାଣ୍ଡରେ ଏକ ଡଚ୍‌ ଟୁରିଷ୍ଟ ବସ୍‌ ଓଲଟ...
ଭୁବନେଶ୍ୱର:ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବର୍ଷା।...
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବଢ଼ୁଥିବା ଗୁଳିକାଣ୍ଡ ଘଟଣ...