କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅଧୀନସ୍ଥ ଗୁପ୍ତେଶ୍ୱର ବନାଞ୍ଚଳରେ ପରିବେଶ ନଷ୍ଟ ହେବାର ଭୟାବହ ଚିତ୍ର ସମ୍ପ୍ରତି ଦେଖିବାକୁ ମିଳୁଛି। ତାଲୁର ଓ ଶିରିବେଡା ଜଙ୍ଗଲ ଅଞ୍ଚଳରେ ଅବାଧ ଭାବରେ ଗଛକଟା ସହ ପୋଡୁଚାଷ ବେପରୁଆ ଭାବରେ ଚାଲିଛି। ଜଙ୍ଗଲରେ ନିଆଁ ଲଗାଇ ଜମିକୁ ପଦା କରାଯାଉଥିବାରୁ ଏହି ହରିତ ଅଞ୍ଚଳ ଦିନକୁ ଦିନ ଟାଙ୍ଗରା ଭୂମିରେ ପରିଣତ ହେଉଛି।
ଗୁପ୍ତେଶ୍ୱର ଜଙ୍ଗଲ ପୂର୍ବରୁ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଚିହ୍ନଟ ହୋଇଥିଲା। ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ, ପ୍ରାଣୀ ଓ ପ୍ରାକୃତିକ ସମ୍ପଦ ଥିବାରୁ ଏହାର ସଂରକ୍ଷଣ ପାଇଁ କେନ୍ଦ୍ରୀୟ ଦଳ ମଧ୍ୟ ପରୀକ୍ଷା କରିଥିଲା। ସମସ୍ତ ମାନଦଣ୍ଡ ପୂରଣ କରିଥିବାରୁ ଏହାକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ମିଳିଥିଲା।
ତଥାପି ବନ ବିଭାଗର ଅବହେଳା ଓ ଅନୁଦାନ ସତ୍ତ୍ୱେ ଯଥାର୍ଥ ନିରୀକ୍ଷଣ ଅଭାବରୁ ଜଙ୍ଗଲରେ ଅନିୟନ୍ତ୍ରିତ ଭାବରେ ଗଛକଟା ହେଉଛି। ଶହଶହ ଗଛ କଟାଯାଉଥିବା ବେଳେ କିଛି ଲୋକ ପୋଡୁଚାଷ ପାଇଁ ଜଙ୍ଗଲକୁ ନିଆଁ ଲଗାଇ ଦେଉଛନ୍ତି, ଯାହା ଦ୍ୱାରା ଜଙ୍ଗଲ ଭୟାବହ ଭାବରେ କ୍ଷତିଗ୍ରସ୍ତ ହେଉଛି।
ସ୍ଥାନୀୟ ଲୋକମାନେ ଓ ପରିବେଶବିଦ୍ମାନେ ଏହି ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସେମାନଙ୍କ ମତାନୁସାରେ, ଯଦି ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ଗୁପ୍ତେଶ୍ୱର ଜଙ୍ଗଲ ତାହାର ପ୍ରାକୃତିକ ସ୍ୱରୂପ ସହ ଜୈବ ବିବିଧତା ମାନ୍ୟତାକୁ ମଧ୍ୟ ହରାଇବାର ସମ୍ଭାବନା ରହିଛି।
ଭାରତର ଅର୍ଥନୀତି ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସି...
HDFC ବ୍ୟାଙ୍କର ଶେୟର ସୋମବାର ବଜାର ଖୋଲିବା ପରେ ପ୍ରାୟ ୩%...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଇରାନ ଯୁଦ୍ଧରୁ ସୃଷ୍ଟି ହୋଇଥିବା ଆର୍ଥିକ ଚାପ ମଧ୍ୟରେ ସାଉଦ...
ସୋମବାର ଭାରତୀୟ ଷ୍ଟକ୍ ବଜାର ସତର୍କ ଭାବେ କାରବାର ଆରମ୍ଭ କ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...