ଗୁକେଶ-ସିନ୍ଦାରୋଭ୍ ମୁହାଁମୁହିଁ: ୨୦୨୬ ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ୍‌ର ସମ୍ପୂର୍ଣ୍ଣ ଗାଇଡ୍

ଭାରତୀୟ ଚେସ୍ ତାରକା ଡି ଗୁକେଶ ଓ ଚ୍ୟାଲେଞ୍ଜର୍ ଜାଭୋଖିର୍ ସିନ୍ଦାରୋଭଙ୍କ ମଧ୍ୟରେ ୨୦୨୬ ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ୍ ମ୍ୟାଚ୍ ନଭେମ୍ବର ୨୪ରୁ ଆରମ୍ଭ ହେବ। ସ୍ୱିଜରଲ୍ୟାଣ୍ଡର ଜେନେଭାର Fondation Martin Bodmerରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ସର୍ବାଧିକ ୧୪ଟି କ୍ଲାସିକାଲ୍ ଗେମ୍ ଖେଳାଯିବ। ଗୁକେଶ ୨୦୨୪ରେ ଡିଙ୍ଗ୍ ଲିରେନ୍‌ଙ୍କୁ ହରାଇ ବିଶ୍ୱ ଚାମ୍ପିୟନ୍ ହୋଇଥିବାବେଳେ ସିନ୍ଦାରୋଭ୍ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଜିତି ଟାଇଟଲ୍ ମ୍ୟାଚ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
D Gukesh and Javokhir Sindarov set for the 2026 World Chess Championship
D Gukesh and Javokhir Sindarov set for the 2026 World Chess Championship

ଚେସ୍ ଦୁନିଆରେ ଏକ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଭାରତର ଡି ଗୁକେଶ ନିଜ ବିଶ୍ୱ ଚାମ୍ପିୟନ୍ ଟାଇଟଲ୍ ବଞ୍ଚାଇବା ପାଇଁ ଜାଭୋଖିର୍ ସିନ୍ଦାରୋଭଙ୍କ ସହ ମୁହାଁମୁହିଁ ହେବେ। ଉଭୟ ଖେଳାଳି ମ୍ୟାଚ୍ ସମୟରେ ୨୦ ବର୍ଷ ବୟସର ହୋଇଥିବାରୁ ଏହା ଚେସ୍ ୱାର୍ଲ୍ଡ ଚାମ୍ପିୟନଶିପ୍ ଇତିହାସର ସବୁଠାରୁ କମ୍ ବୟସର ଟାଇଟଲ୍ ମ୍ୟାଚ୍ ହେବ।

ଡି ଗୁକେଶ ୨୦୨୪ରେ ଚୀନ୍‌ର ଡିଙ୍ଗ୍ ଲିରେନ୍‌ଙ୍କୁ ପରାସ୍ତ କରି ମାତ୍ର ୧୮ ବର୍ଷ ବୟସରେ ସବୁଠାରୁ କମ୍ ବୟସର ବିଶ୍ୱ ଚାମ୍ପିୟନ୍ ହୋଇଥିଲେ। ଅନ୍ୟପଟେ ଜାଭୋଖିର୍ ସିନ୍ଦାରୋଭ୍ ୨୦୨୬ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଜିତି ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ୍ ମ୍ୟାଚ୍‌ରେ ସ୍ଥାନ ପକ୍କା କରିଛନ୍ତି।

କେଉଁଠି ହେବ ଗୁକେଶ-ସିନ୍ଦାରୋଭ୍ ମ୍ୟାଚ୍?

୨୦୨୬ ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ୍‌ର ମୁକାବିଲା ସ୍ୱିଜରଲ୍ୟାଣ୍ଡର ଜେନେଭା ନିକଟସ୍ଥ କୋଲୋନିର Fondation Martin Bodmerରେ ଖେଳାଯିବ।

ଏହା ଏକ ମ୍ୟୁଜିୟମ୍ ଓ ହେରିଟେଜ୍ ଲାଇବ୍ରେରୀ। ଏଠାରେ ପ୍ରାୟ ୧.୫ ଲକ୍ଷ ଐତିହାସିକ ଦସ୍ତାବିଜ୍ ରହିଛି, ଯେଉଁଗୁଡ଼ିକ ପ୍ରାୟ ୧୨୦ଟି ଭାଷାରେ ଲିଖାଯାଇଛି।

କେବେ ଆରମ୍ଭ ହେବ ମ୍ୟାଚ୍?

୨୨ ନଭେମ୍ବରରେ ମିଡିଆ ଡେ ଓ ଓପନିଂ ସେରିମୋନି ହେବ। ପ୍ରଥମ କ୍ଲାସିକାଲ୍ ଗେମ୍ ୨୪ ନଭେମ୍ବରରେ ଖେଳାଯିବ।

୧୧ ଡିସେମ୍ବରରେ ୧୪ତମ ତଥା ଶେଷ କ୍ଲାସିକାଲ୍ ଗେମ୍ ହେବ। ଯଦି ୧୪ଟି ଗେମ୍ ପରେ ମଧ୍ୟ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ହୋଇନଥାଏ, ତେବେ ୧୨ ଡିସେମ୍ବରରେ ଟାଇବ୍ରେକ୍ ଖେଳାଯିବ।

କ’ଣ ରହିବ ଫର୍ମାଟ୍?

ଚାମ୍ପିୟନଶିପ୍ ମ୍ୟାଚ୍‌ରେ ସର୍ବାଧିକ ୧୪ଟି କ୍ଲାସିକାଲ୍ ଗେମ୍ ହେବ।

  • ବିଜୟ ପାଇଁ ୧ ପଏଣ୍ଟ୍
  • ଡ୍ର ପାଇଁ ଉଭୟ ଖେଳାଳିଙ୍କୁ ୦.୫ ପଏଣ୍ଟ୍
  • ପ୍ରଥମେ ୭.୫ ପଏଣ୍ଟ୍ ହାସଲ କରୁଥିବା ଖେଳାଳି ବିଶ୍ୱ ଚାମ୍ପିୟନ୍ ହେବେ
  • ୧୪ଟି ଗେମ୍ ପରେ ସ୍କୋର୍ ୭-୭ ରହିଲେ ଟାଇବ୍ରେକ୍‌ରେ ଚାମ୍ପିୟନ୍ ନିର୍ଣ୍ଣୟ ହେବ

ଟାଇମ୍ କଣ୍ଟ୍ରୋଲ୍ କ’ଣ?

ପ୍ରଥମ ୪୦ଟି ଚାଲ୍ ପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ୨ ଘଣ୍ଟା ସମୟ ମିଳିବ। ଏହା ପରେ ବାକି ମ୍ୟାଚ୍ ପାଇଁ ଆଉ ୩୦ ମିନିଟ୍ ଯୋଡ଼ାଯିବ।

୪୧ତମ ଚାଲ୍‌ଠାରୁ ପ୍ରତ୍ୟେକ ଚାଲ୍ ପରେ ୩୦ ସେକେଣ୍ଡର ଇନ୍କ୍ରିମେଣ୍ଟ୍ ମିଳିବ।

ଡ୍ର ନେଇ ମଧ୍ୟ ନିୟମ ରହିଛି। ବ୍ଲାକ୍ ୪୦ତମ ଚାଲ୍ ସମାପ୍ତ କରିବା ପୂର୍ବରୁ ଖେଳାଳିମାନେ ସାଧାରଣ ଭାବେ ଡ୍ର ପ୍ରସ୍ତାବ ଦେଇପାରିବେ ନାହିଁ। ତିନିଥର ସମାନ ସ୍ଥିତି କିମ୍ବା ଷ୍ଟେଲମେଟ୍ ଭଳି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଚିଫ୍ ଆର୍ବିଟର୍ କିମ୍ବା ଡେପୁଟି ଚିଫ୍ ଆର୍ବିଟର୍‌ଙ୍କ ମାଧ୍ୟମରେ ଦାବି କରାଯାଇପାରିବ।

ଗୁକେଶ-ସିନ୍ଦାରୋଭ୍ ସମ୍ପୂର୍ଣ୍ଣ ସୂଚୀ

  • ୨୨ ନଭେମ୍ବର: ମିଡିଆ ଡେ, ଓପନିଂ ସେରିମୋନି
  • ୨୩ ନଭେମ୍ବର: ମିଡିଆ ଡେ, ଟେକ୍ନିକାଲ୍ ମିଟିଂ
  • ୨୪ ନଭେମ୍ବର: ରାଉଣ୍ଡ ୧
  • ୨୫ ନଭେମ୍ବର: ରାଉଣ୍ଡ ୨
  • ୨୬ ନଭେମ୍ବର: ରାଉଣ୍ଡ ୩
  • ୨୭ ନଭେମ୍ବର: ଫ୍ରି ଡେ
  • ୨୮ ନଭେମ୍ବର: ରାଉଣ୍ଡ ୪
  • ୨୯ ନଭେମ୍ବର: ରାଉଣ୍ଡ ୫
  • ୩୦ ନଭେମ୍ବର: ରାଉଣ୍ଡ ୬
  • ୧ ଡିସେମ୍ବର: ଫ୍ରି ଡେ
  • ୨ ଡିସେମ୍ବର: ରାଉଣ୍ଡ ୭
  • ୩ ଡିସେମ୍ବର: ରାଉଣ୍ଡ ୮
  • ୪ ଡିସେମ୍ବର: ରାଉଣ୍ଡ ୯
  • ୫ ଡିସେମ୍ବର: ଫ୍ରି ଡେ
  • ୬ ଡିସେମ୍ବର: ରାଉଣ୍ଡ ୧୦
  • ୭ ଡିସେମ୍ବର: ରାଉଣ୍ଡ ୧୧
  • ୮ ଡିସେମ୍ବର: ରାଉଣ୍ଡ ୧୨
  • ୯ ଡିସେମ୍ବର: ଫ୍ରି ଡେ
  • ୧୦ ଡିସେମ୍ବର: ରାଉଣ୍ଡ ୧୩
  • ୧୧ ଡିସେମ୍ବର: ରାଉଣ୍ଡ ୧୪
  • ୧୨ ଡିସେମ୍ବର: ଟାଇବ୍ରେକ୍, ଆବଶ୍ୟକ ହେଲେ; କ୍ଲୋଜିଂ ସେରିମୋନି

ପୁରସ୍କାର ରାଶି କେତେ?

ଏହି ୱାର୍ଲ୍ଡ ଚାମ୍ପିୟନଶିପ୍ ମ୍ୟାଚ୍‌ର ମୋଟ ପ୍ରାଇଜ୍ ପୁଲ୍ ୨.୫ ମିଲିୟନ୍ ଆମେରିକୀୟ ଡଲାର୍।

ପ୍ରତ୍ୟେକ ଜିତିଥିବା ଗେମ୍ ପାଇଁ ଖେଳାଳିଙ୍କୁ ୨ ଲକ୍ଷ ଡଲାର୍ ମିଳିବ। ମ୍ୟାଚ୍ ଶେଷ ହେବା ପରେ ଅବଶିଷ୍ଟ ପୁରସ୍କାର ରାଶି ଗୁକେଶ ଓ ସିନ୍ଦାରୋଭଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ।

LIVE TV
LIVE
Latest News
‘ନିର୍ବାଚନ କମିଶନ ନିରପେକ୍ଷ ଭାବେ କାମ କରୁ’—CECଙ୍କୁ ହଟାଇବା ପ୍ରସ୍ତାବ ଆଣିଲେ ଖଡ଼ଗେ

‘ନିର୍ବାଚନ କମିଶନ ନିରପେକ୍ଷ ଭାବେ କାମ କରୁ’—CECଙ୍କୁ...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମ...

‘ଐତିହାସିକ ଦିନ’ କହିଲେ ମୋଦୀ: କାଶୀ-ଦିଲ୍ଲୀ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ସେବା ଆରମ୍ଭ

‘ଐତିହାସିକ ଦିନ’ କହିଲେ ମୋଦୀ: କାଶୀ-ଦିଲ୍ଲୀ ବନ୍ଦେ...

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ପ...

AAPର ୪୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା, ପୁଣି ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ୍

AAPର ୪୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା,...

ନୂଆଦିଲ୍ଲୀ: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଆ...

‘ରାମାୟଣ’ରେ ଶୂର୍ପଣଖାଙ୍କ ଭୂମିକାକୁ ନେଇ ରାକୁଲ ପ୍ରୀତ ସିଂହଙ୍କ ବଡ଼ ବୟାନ, କହିଲେ- ଭୁଲ୍ ବୁଝାଯାଇଛି ଏହି ଚରିତ୍ରକୁ

‘ରାମାୟଣ’ରେ ଶୂର୍ପଣଖାଙ୍କ ଭୂମିକାକୁ ନେଇ ରାକୁଲ ପ୍ରୀତ...

ବଲିଉଡ୍ର ଆଗାମୀ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ&...

OTTରେ ରିଲିଜ୍ ହେଲା ‘Mirzapur: The Movie’, Prime Videoରେ ଦେଖିବାକୁ ମିଳିବ ଏକ୍ସଟେଣ୍ଡେଡ୍ କଟ୍

OTTରେ ରିଲିଜ୍ ହେଲା ‘Mirzapur: The Movie’,...

‘Mirzapur’ ଫ୍ରାଞ୍ଚାଇଜ୍ର ଫ୍ୟାନ୍ମାନଙ୍କ ପ...

ଖାଇବାକୁ ନଦେବାରୁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ୪ ଦିନ ପରେ ଜଙ୍ଗଲରୁ ମିଳିଲା ମୃତଦେହ

ଖାଇବାକୁ ନଦେବାରୁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ୪...

କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...

CEC ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ବ୍ଲକ୍‌ର ‘ଜନତାଙ୍କ ମହାଭିଯୋଗ’ କାର୍ଯ୍ୟକ୍ରମ; ଆସନ୍ତାକାଲି ରାମଲୀଳା ମଇଦାନରେ ବିଶାଳ ରାଲି

CEC ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ବ୍ଲକ୍‌ର...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମ...

ଦୀପାବଳି ପୂର୍ବରୁ ଓଡ଼ିଶାରେ ବଡ଼ ଚଢ଼ାଉ! ୧୩ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

ଦୀପାବଳି ପୂର୍ବରୁ ଓଡ଼ିଶାରେ ବଡ଼ ଚଢ଼ାଉ! ୧୩...

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+