ଚେସ୍ ଦୁନିଆରେ ଏକ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଭାରତର ଡି ଗୁକେଶ ନିଜ ବିଶ୍ୱ ଚାମ୍ପିୟନ୍ ଟାଇଟଲ୍ ବଞ୍ଚାଇବା ପାଇଁ ଜାଭୋଖିର୍ ସିନ୍ଦାରୋଭଙ୍କ ସହ ମୁହାଁମୁହିଁ ହେବେ। ଉଭୟ ଖେଳାଳି ମ୍ୟାଚ୍ ସମୟରେ ୨୦ ବର୍ଷ ବୟସର ହୋଇଥିବାରୁ ଏହା ଚେସ୍ ୱାର୍ଲ୍ଡ ଚାମ୍ପିୟନଶିପ୍ ଇତିହାସର ସବୁଠାରୁ କମ୍ ବୟସର ଟାଇଟଲ୍ ମ୍ୟାଚ୍ ହେବ।
ଡି ଗୁକେଶ ୨୦୨୪ରେ ଚୀନ୍ର ଡିଙ୍ଗ୍ ଲିରେନ୍ଙ୍କୁ ପରାସ୍ତ କରି ମାତ୍ର ୧୮ ବର୍ଷ ବୟସରେ ସବୁଠାରୁ କମ୍ ବୟସର ବିଶ୍ୱ ଚାମ୍ପିୟନ୍ ହୋଇଥିଲେ। ଅନ୍ୟପଟେ ଜାଭୋଖିର୍ ସିନ୍ଦାରୋଭ୍ ୨୦୨୬ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ଜିତି ବିଶ୍ୱ ଚାମ୍ପିୟନଶିପ୍ ଟାଇଟଲ୍ ମ୍ୟାଚ୍ରେ ସ୍ଥାନ ପକ୍କା କରିଛନ୍ତି।
୨୦୨୬ ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ୍ର ମୁକାବିଲା ସ୍ୱିଜରଲ୍ୟାଣ୍ଡର ଜେନେଭା ନିକଟସ୍ଥ କୋଲୋନିର Fondation Martin Bodmerରେ ଖେଳାଯିବ।
ଏହା ଏକ ମ୍ୟୁଜିୟମ୍ ଓ ହେରିଟେଜ୍ ଲାଇବ୍ରେରୀ। ଏଠାରେ ପ୍ରାୟ ୧.୫ ଲକ୍ଷ ଐତିହାସିକ ଦସ୍ତାବିଜ୍ ରହିଛି, ଯେଉଁଗୁଡ଼ିକ ପ୍ରାୟ ୧୨୦ଟି ଭାଷାରେ ଲିଖାଯାଇଛି।
୨୨ ନଭେମ୍ବରରେ ମିଡିଆ ଡେ ଓ ଓପନିଂ ସେରିମୋନି ହେବ। ପ୍ରଥମ କ୍ଲାସିକାଲ୍ ଗେମ୍ ୨୪ ନଭେମ୍ବରରେ ଖେଳାଯିବ।
୧୧ ଡିସେମ୍ବରରେ ୧୪ତମ ତଥା ଶେଷ କ୍ଲାସିକାଲ୍ ଗେମ୍ ହେବ। ଯଦି ୧୪ଟି ଗେମ୍ ପରେ ମଧ୍ୟ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ ହୋଇନଥାଏ, ତେବେ ୧୨ ଡିସେମ୍ବରରେ ଟାଇବ୍ରେକ୍ ଖେଳାଯିବ।
ଚାମ୍ପିୟନଶିପ୍ ମ୍ୟାଚ୍ରେ ସର୍ବାଧିକ ୧୪ଟି କ୍ଲାସିକାଲ୍ ଗେମ୍ ହେବ।
ପ୍ରଥମ ୪୦ଟି ଚାଲ୍ ପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ୨ ଘଣ୍ଟା ସମୟ ମିଳିବ। ଏହା ପରେ ବାକି ମ୍ୟାଚ୍ ପାଇଁ ଆଉ ୩୦ ମିନିଟ୍ ଯୋଡ଼ାଯିବ।
୪୧ତମ ଚାଲ୍ଠାରୁ ପ୍ରତ୍ୟେକ ଚାଲ୍ ପରେ ୩୦ ସେକେଣ୍ଡର ଇନ୍କ୍ରିମେଣ୍ଟ୍ ମିଳିବ।
ଡ୍ର ନେଇ ମଧ୍ୟ ନିୟମ ରହିଛି। ବ୍ଲାକ୍ ୪୦ତମ ଚାଲ୍ ସମାପ୍ତ କରିବା ପୂର୍ବରୁ ଖେଳାଳିମାନେ ସାଧାରଣ ଭାବେ ଡ୍ର ପ୍ରସ୍ତାବ ଦେଇପାରିବେ ନାହିଁ। ତିନିଥର ସମାନ ସ୍ଥିତି କିମ୍ବା ଷ୍ଟେଲମେଟ୍ ଭଳି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଚିଫ୍ ଆର୍ବିଟର୍ କିମ୍ବା ଡେପୁଟି ଚିଫ୍ ଆର୍ବିଟର୍ଙ୍କ ମାଧ୍ୟମରେ ଦାବି କରାଯାଇପାରିବ।
ଏହି ୱାର୍ଲ୍ଡ ଚାମ୍ପିୟନଶିପ୍ ମ୍ୟାଚ୍ର ମୋଟ ପ୍ରାଇଜ୍ ପୁଲ୍ ୨.୫ ମିଲିୟନ୍ ଆମେରିକୀୟ ଡଲାର୍।
ପ୍ରତ୍ୟେକ ଜିତିଥିବା ଗେମ୍ ପାଇଁ ଖେଳାଳିଙ୍କୁ ୨ ଲକ୍ଷ ଡଲାର୍ ମିଳିବ। ମ୍ୟାଚ୍ ଶେଷ ହେବା ପରେ ଅବଶିଷ୍ଟ ପୁରସ୍କାର ରାଶି ଗୁକେଶ ଓ ସିନ୍ଦାରୋଭଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ।
ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀଇମ୍ରାନ୍ ଖାନ୍ଙ୍କ ଦ...
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ର...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବତନ ଏଡିସି ତଥା ସୋସ...
ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ଜ...
ଦେଶରେ ଚଳିତ ବର୍ଷର ଦୁର୍ବଳ ମୌସୁମୀ ଏବେ ଧୀରେ ଧୀରେ ବିଦାୟ...
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନରେ ହେବାକୁ ଥିବା...
ରୁଷ ସହ ଭାରତର ଘନିଷ୍ଠ ତୈଳ ବାଣିଜ୍ୟକୁ ନେଇ ଆମେରିକାରେ ନୂ...
UPI ଟ୍ରାଞ୍ଜାକ୍ସନକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ବିଜ୍ଞପ...
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...