ନୂଆଦିଲ୍ଲୀ: ବାତିଲ ହୋଇଥିବା ବିମାନ ଟିକେଟ ଉପରେ ଆଦାୟ ହୋଇଥିବା GST ଏୟାରଲାଇନ୍କୁ ଫେରସ୍ତ ମିଳିପାରିବ। ଏଥିପାଇଁ ଏୟାରଲାଇନ୍ ପକ୍ଷରୁ ଯାତ୍ରୀଙ୍କୁ ଟିକେଟ ଭଡ଼ା ସହିତ GST ମଧ୍ୟ ସମ୍ପୂର୍ଣ୍ଣ ଫେରାଇ ଦିଆଯାଇଥିବାର ପ୍ରମାଣ ଦେବାକୁ ପଡ଼ିବ। GST ଆପିଲେଟ୍ ଟ୍ରିବ୍ୟୁନାଲ୍ (GSTAT) ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା ସ୍ପଷ୍ଟ କରିଛି।
ସିଙ୍ଗାପୁର ଏୟାରଲାଇନ୍ସ ବନାମ କୋଚି କମିଶନର ଅଫ୍ CGST & CE ମାମଲାରେ କୋଚିସ୍ଥିତ GSTAT ବେଞ୍ଚ ଏହି ରାୟ ଦେଇଛି। ଟ୍ରିବ୍ୟୁନାଲ୍ କହିଛି ଯେ ବାତିଲ ଟିକେଟର ରିଫଣ୍ଡ ପ୍ରକୃତରେ ସମ୍ପୃକ୍ତ ଯାତ୍ରୀଙ୍କ ପାଖରେ ପହଞ୍ଚିଥିବା ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ତେଣୁ ଏଠାରେ ଟିକସର ଭାର ଯାତ୍ରୀଙ୍କ ଉପରେ ରହିନାହିଁ।
ଏହି ମାମଲାରେ ସିଙ୍ଗାପୁର ଏୟାରଲାଇନ୍ସ ୨୦୧୯ ଅକ୍ଟୋବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ମୋଟ ୮ଟି GST ରିଫଣ୍ଡ ଦାବି କରିଥିଲା। ଏହି ଦାବିର ମୋଟ ମୂଲ୍ୟ ପ୍ରାୟ ୪୫.୯୨ ଲକ୍ଷ ଟଙ୍କା ଥିଲା।
କୋଭିଡ୍-୧୯ ମହାମାରୀ ସମୟରେ ବିମାନ ଚଳାଚଳ ବାତିଲ ହେବାରୁ ଏୟାରଲାଇନ୍ ଯାତ୍ରୀଙ୍କୁ ଟିକେଟ ଭଡ଼ା ଓ GST ଫେରାଇଥିଲା। କିନ୍ତୁ ଏହି ରିଫଣ୍ଡ ସମ୍ପର୍କିତ କ୍ରେଡିଟ୍ ନୋଟ୍କୁ ଆଉଟପୁଟ୍ ଟ୍ୟାକ୍ସ ସହ ସମନ୍ୱୟ କରିପାରିନଥିଲା। ପରେ GST ଜଏଣ୍ଟ କମିଶନର ରିଫଣ୍ଡ ଦାବିକୁ ଖାରଜ କରିଥିଲେ। ଏହା ବିରୋଧରେ ଏୟାରଲାଇନ୍ GSTAT ର ଦ୍ୱାରସ୍ଥ ହୋଇଥିଲା।
ଅକ୍ଟୋବର ୧୬ ତାରିଖର ଆଦେଶରେ GSTAT ପୂର୍ବତନ ଜଏଣ୍ଟ କମିଶନରଙ୍କ ଆଦେଶକୁ ରଦ୍ଦ କରି ଏୟାରଲାଇନ୍ର ରିଫଣ୍ଡ ଦାବିକୁ ଗ୍ରହଣ କରିଛି। ଏଥିସହ ରେଭେନ୍ୟୁ ବିଭାଗକୁ ଦୁଇ ସପ୍ତାହ ମଧ୍ୟରେ ରିଫଣ୍ଡ ପ୍ରକ୍ରିୟା କରି ସୁଧ ସହ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି।
ଟ୍ୟାକ୍ସ ବିଶେଷଜ୍ଞଙ୍କ ମତରେ, ଏହି ରାୟ ଏୟାରଲାଇନ୍ ଶିଳ୍ପ ପାଇଁ ସକାରାତ୍ମକ। କାରଣ କୌଣସି ଟ୍ରାଞ୍ଜାକ୍ସନ୍ ବାତିଲ ହୋଇ ଗ୍ରାହକଙ୍କୁ ଟିକସ ସମେତ ସମ୍ପୂର୍ଣ୍ଣ ଅର୍ଥ ଫେରାଇ ଦିଆଯାଇଥିଲେ, ସେହି GST ଏୟାରଲାଇନ୍ ପାଇଁ ଅତିରିକ୍ତ ଖର୍ଚ୍ଚ ହୋଇ ରହିବା ଉଚିତ୍ ନୁହେଁ।
Tata Sonsକୁ ନେଇ କାହିଁକି ଚର୍ଚ୍ଚା? Tata Sons ହେଉଛ...
ପାଟନା: କଂଗ୍ରେସ ଅଧ୍ୟକ୍ଷମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଧାନମ...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ମେଣ୍ଟ ଉପରେ ଅନ୍ତିମ ନିଷ୍ପତ୍ତି ହାଇକମାଣ୍ଡର SAD ସହ ପ...
ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବଡ଼ ରାଜନ...