ପୁରୀ: ସୁନା ମୂର୍ତ୍ତି ଓ ଅଳଙ୍କାର ପାଇବାର ଲୋଭରୁ ଆରମ୍ଭ ହୋଇଥିବା ଟଙ୍କା ବିବାଦ ଶେଷରେ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଛି। ପୁରୀ ଜିଲ୍ଲା କଣାସ ଥାନା ଅଧୀନ ମନ୍ଦରବସ୍ତ ଗାଁରେ ପର୍ଶୁରାମ ପ୍ରଧାନ ନାମକ ବ୍ୟକ୍ତିଙ୍କୁ ଜାଳିଦେଇ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ପୋଲିସର ସୂଚନା ଅନୁସାରେ, ଅଗଷ୍ଟ ୧୧ ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ପର୍ଶୁରାମଙ୍କ ହାତ ଓ ଗୋଡ଼ ଏକ ଖଟରେ ବାନ୍ଧି ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।
ଗିରଫ ୩ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ଟାପଙ୍ଗ ଅଞ୍ଚଳର ରାଜକିଶୋର ସାହୁ ଓ ସୁରେଶ ସାହୁ ଏବଂ କେନ୍ଦ୍ରାପଡ଼ାର ସତ୍ୟବ୍ରତ ମଲ୍ଲିକ।
ପୋଲିସ କହିଛି, ରାଜକିଶୋର ପ୍ରଥମେ ନିଜ ଭାଇଙ୍କ ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ ପର୍ଶୁରାମଙ୍କ ସହ ଯୋଗାଯୋଗ କରିଥିଲେ। ଏଥିପାଇଁ ସେ ପର୍ଶୁରାମଙ୍କୁ ୧୯ ହଜାର ଟଙ୍କା ଦେଇଥିବା ଅଭିଯୋଗ ରହିଛି।
ପରେ ପର୍ଶୁରାମ ଏକ ଜମିରେ ସୁନା ମୂର୍ତ୍ତି ଓ ଅଳଙ୍କାର ଥିବା ଏକ ହାଣ୍ଡି ପୋତା ହୋଇଥିବା କହି ରାଜକିଶୋରଙ୍କୁ ପ୍ରଲୋଭିତ କରିଥିବା ପୋଲିସ ସୂଚନା ଦେଇଛି। ଏହି ମୂଲ୍ୟବାନ ସାମଗ୍ରୀ ବାହାର କରିବା ପାଇଁ ରାଜକିଶୋରଙ୍କଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି।
କିନ୍ତୁ ପ୍ରତିଶ୍ରୁତି ଅନୁସାରେ ସୁନା ମୂର୍ତ୍ତି କିମ୍ବା ଅଳଙ୍କାର ନମିଳିବାରୁ ରାଜକିଶୋର ଟଙ୍କା ଫେରସ୍ତ ଦାବି କରିଥିଲେ। ଟଙ୍କା ଫେରସ୍ତକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିଥିବା ପୋଲିସ କହିଛି।
ପୋଲିସ ଅନୁସାରେ, ଏହାପରେ ରାଜକିଶୋର ସୁରେଶ ଓ ସତ୍ୟବ୍ରତଙ୍କ ସହ ମିଶି ପର୍ଶୁରାମଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ତିନିଜଣ ମିଶି ପର୍ଶୁରାମଙ୍କୁ ଧରି ତାଙ୍କ ହାତଗୋଡ଼ ବାନ୍ଧିବା ପରେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଘଟଣାର ତଦନ୍ତ ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି। ଏହି ହତ୍ୟାକାଣ୍ଡରେ କାହାର କେତେ ଭୂମିକା ଥିଲା ଏବଂ ଘଟଣାର ସମ୍ପୂର୍ଣ୍ଣ କ୍ରମ କ’ଣ ଥିଲା, ସେନେଇ ତଦନ୍ତ ଜାରି ରହିଛି।
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ପ୍ରସିଦ୍ଧ ଖ୍ରୀଷ୍ଟିଆନ୍ ହେଭି ମେଟାଲ୍ ବ୍ୟାଣ୍ଡ Demon Hun...
ପ୍ରାୟ ଦୁଇ ଦଶନ୍ଧି ପରେ ପୁଣିଥରେ ପରଦାକୁ ଫେରିଛନ୍ତି ଇମ୍ର...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
‘KGF: Chapter 2’ ପରେ ପ୍ରାୟ ଚାରି ବର୍ଷ ଧ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
ପାନ୍ ମସଲା ସହ ସଂଯୁକ୍ତ ଏକ ଚୁଇଂ ଏଲାଇଚି ବ୍ରାଣ୍ଡର ବିଜ୍ଞ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...